OR/Prabhupada 0481 - କୃଷ୍ଣ ସମସ୍ତ ଆକର୍ଷଣୀୟ, କୃଷ୍ଣ ସୁନ୍ଦର ଅଟନ୍ତି



Lecture -- Seattle, October 18, 1968

ତେଣୁ ଏହି ଯୁକ୍ତି, ଲାଲ୍ କଣିକା ବନ୍ଦ ହୋଇଯାଇଛି; ତେଣୁ ଜୀବନ ବନ୍ଦ ହୋଇଗଲା - ନା। ସେଠାରେ ଅନେକ ଯୁକ୍ତି ଏବଂ ପ୍ରତିବାଦ ଅଛି । ବାସ୍ତବରେ, ଏହା ହେଉଛି ସତ୍ୟ, କାରଣ ଆମେ ଶାସ୍ତ୍ର, ସାଧୁ ବ୍ୟକ୍ତି ଏବଂ ଆଧ୍ୟାତ୍ମିକ ଗୁରୁଙ୍କ ଶକ୍ତିରେ କହୁଛୁ । ତାହା ହେଉଛି ବୁଝିବାର ଉପାୟ । ତୁମେ ତୁମର ଛୋଟ ମସ୍ତିଷ୍କ, ଅସମ୍ପୂର୍ଣ୍ଣ ଇନ୍ଦ୍ରିୟ ସହିତ ଉତ୍ପାଦନ କରିପାରିବ ନାହିଁ । ମଣିଷ, ସେମାନେ ସର୍ବଦା ଅସମ୍ପୂର୍ଣ୍ଣ । ଉଦାହରଣ ସ୍ୱରୂପ, ଏକ ଶିଶୁ ସୂର୍ଯ୍ୟଙ୍କୁ ଦେଖୁଛି, ଏବଂ ଜଣେ ବୈଜ୍ଞାନିକ ସୂର୍ଯ୍ୟଙ୍କୁ ଦେଖୁଛନ୍ତି । ପ୍ରକୃତି ଅନୁଯାୟୀ, ଶିଶୁ, ସେମାନଙ୍କର ସୂର୍ଯ୍ୟ ବିଷୟରେ ଜ୍ଞାନ ଅସମ୍ପୂର୍ଣ୍ଣ ଅଟେ । ସେହି ପିଲା, ଯେତେବେଳେ ସେ ଜଣେ ବୈଜ୍ଞାନିକଙ୍କଠାରୁ ଶିକ୍ଷା ନିଅନ୍ତି, ସେତେବେଳେ ସେ ସୂର୍ଯ୍ୟଙ୍କୁ ମହାନ ବୋଲି ବୁଝିପାରନ୍ତି । ତେଣୁ ଆମର ଇନ୍ଦ୍ରିୟ ଦ୍ୱାରା ଜ୍ଞାନର ପ୍ରତ୍ୟକ୍ଷ ଧାରଣା ସର୍ବଦା ଅସମ୍ପୂର୍ଣ୍ଣ । ତୁମକୁ ଅଧିକାରୀଙ୍କ ନିକଟକୁ ଯିବାକୁ ପଡିବ - ଜୀବନର ପ୍ରତ୍ୟେକ କ୍ଷେତ୍ରରେ । ସେହିପରି, ଯଦି ତୁମେ ବୁଝିବାକୁ ଚାହୁଁଛ ଭଗବାନ କ’ଣ, ତାହେଲେ ତୁମକୁ ଏହି ଭଗବଦ୍-ଗୀତାର ଆଶ୍ରୟ ନେବାକୁ ପଡିବ । କୌଣସି ବିକଳ୍ପ ନାହିଁ । ତୁମେ ଅନୁମାନ କରିପାରିବ ନାହିଁ ଯେ "ଭଗବାନ ଏହିପରି ହୋଇପାରନ୍ତି, ଭଗବାନ ସେପରି ହୋଇପାରନ୍ତି ।" "ଭଗବାନ ନାହାଁନ୍ତି," "ଭଗବାନ ମରିଛନ୍ତି," "ଭଗବାନ ମରି ନାହାଁନ୍ତି।" ଏହା କେବଳ କଳ୍ପନାଜଳ୍ପନା । ଏଠାରେ କୃଷ୍ଣ କହୁଛନ୍ତି,

ମୟ୍ୟାସକ୍ତମନାଃ ପାର୍ଥ
ୟୋଗଂ ଯୁଞ୍ଜନ୍ମଦାଶ୍ରୟଃ ।
ଅସଂଶୟଂ ସମଗ୍ରଂ ମାଂ
ୟଥା ଜ୍ଞାସ୍ୟସି ତଚ୍ଛୃଣୁ ॥
(ଭ.ଗୀ. ୭.୧)

ଯଦି ତୁମେ ବିଶ୍ୱାସ କର ଯେ କୃଷ୍ଣ, ପରମପୁରୁଷ, ବ୍ୟକ୍ତିଗତ ଭାବରେ କହୁଛନ୍ତି, ଯେପରି ଅର୍ଜୁନ ବିଶ୍ୱାସ କରିଥିଲେ, ତେବେ ତୁମେ ଭଗବାନ କ'ଣ ବୁଝି ପାରିବ । ଅନ୍ୟଥା ଏହା ସମ୍ଭବ ନୁହେଁ । ଅସଂଶୟ ।

ତେଣୁ ପ୍ରକ୍ରିୟା ହେଉଛି, ପ୍ରଥମ ପ୍ରକ୍ରିୟା ହେଉଛି, ମୟ୍ୟାସକ୍ତମନାଃ । ତୁମକୁ କ୍ରମାଗତ ଭାବରେ ମନକୁ କୃଷ୍ଣଙ୍କ ଠାରେ ଜଡିତ କରିବାକୁ ପଡିବ । ତାହା ହେଉଛି ଯୋଗ ପ୍ରକ୍ରିୟା, ଯାହାକି ଆମେ କୃଷ୍ଣ ଚେତନା ଭାବରେ ଉପସ୍ଥାପନ କରୁଛୁ । କୃଷ୍ଣ ଚେତନା... ଯେପରି ତୁମେ କ୍ରମାଗତ ଭାବରେ ଯୋଡି ହୁଅ , ବିଜୁଳି ଘର ସହିତ, ବିଦ୍ୟୁତ୍ ଶକ୍ତିର ନିରନ୍ତର ଯୋଗାଣ ପାଇବେ । ସେହିଭଳି, ଯଦି ତୁମେ ତୁମର ମନକୁ କ୍ରମାଗତ ଭାବରେ କୃଷ୍ଣଙ୍କ ଠାରେ ଜଡିତ କର, ତାହା ମଧ୍ୟ କଷ୍ଟସାଧ୍ୟ ନୁହେଁ । କୃଷ୍ଣ ସମସ୍ତ ଆକର୍ଷଣୀୟ । କୃଷ୍ଣ ସୁନ୍ଦର ଅଟନ୍ତି । କୃଷ୍ଣଙ୍କର ଅନେକ କାର୍ଯ୍ୟକଳାପ ଅଛି । ପୁରା ବୈଦିକ ସାହିତ୍ୟ କୃଷ୍ଣଙ୍କର କାର୍ଯ୍ୟକଳାପରେ ପରିପୂର୍ଣ୍ଣ । ଏହି ଭଗବଦ୍-ଗୀତା କୃଷ୍ଣଙ୍କ କାର୍ଯ୍ୟକଳାପରେ ପରିପୂର୍ଣ୍ଣ । କେବଳ ଭଗବାନ ମହାନ ବୋଲି ବୁଝିବା, ତାହା ହେଉଛି ନିରପେକ୍ଷ ବୁଝାମଣା । କିନ୍ତୁ ତୁମକୁ ଅଧିକରୁ ଅଧିକ ଉଚ୍ଚ କରିବାକୁ ପଡିବ, ସେ କେତେ ମହାନ । ସେ କେତେ ମହାନ, ତାହା ବୁଝିବା ସମ୍ଭବ ନୁହେଁ, କାରଣ ଆମର ଇନ୍ଦ୍ରିୟ ସବୁବେଳେ ଅସମ୍ପୂର୍ଣ୍ଣ । କିନ୍ତୁ ଯଥାସମ୍ଭବ ଆପଣ ଭଗବାନଙ୍କ କାର୍ଯ୍ୟକଳାପ ବିଷୟରେ ଶୁଣିପାରିବେ, ଭଗବାନଙ୍କ ସ୍ଥିତି ବିଷୟରେ, ଏବଂ ଆପଣ ଏହା ଉପରେ ଚିନ୍ତା କରିପାରିବେ, ଏବଂ ତୁମେ ତୁମର ବିଚାର କରିପାରିବ, ତୁମେ ତୁମର ଯୁକ୍ତି ରଖିପାରିବ । ତେବେ ତୁମେ ଭଗବାନ ବିନା କୌଣସି ସନ୍ଦେହରେ ବୁଝିବ । ପ୍ରଥମ ଆରମ୍ଭ ହେଉଛି, ମାୟା ଆସକ୍ତ-ମନଃ । ଶେଷ ଅଧ୍ୟାୟରେ କୃଷ୍ଣ ବ୍ୟାଖ୍ୟା କରିଛନ୍ତି, ଯିଏ କୃଷ୍ଣଙ୍କର ଚିନ୍ତାଧାରାରେ କ୍ରମାଗତ ଭାବରେ ତଲ୍ଲୀନ, ସେ ପ୍ରଥମ ଶ୍ରେଣୀ ଯୋଗୀ, ପ୍ରଥମ ଶ୍ରେଣୀ ଯୋଗୀ । ଆପଣଙ୍କ ଦେଶରେ ଯୋଗ ବ୍ୟବସ୍ଥା ବହୁତ ଲୋକପ୍ରିୟ, କିନ୍ତୁ ଆପଣ ଜାଣନ୍ତି ନାହିଁ ଯେ ପ୍ରଥମ ଶ୍ରେଣୀର ଯୋଗୀ କିଏ । ଭଗବଦ୍-ଗୀତାରେ ପ୍ରଥମ ଶ୍ରେଣୀ ଯୋଗୀ ବ୍ୟାଖ୍ୟା କରାଯାଇଛି: ଯୋଗିନାମପି ସର୍ବେଷାଂ ମଦ୍-ଗତେନାନ୍ତରାତ୍ମନା (ଭ.ଗୀ. ୬.୪୭), ଅନେକ, ହଜାର ହଜାର ଯୋଗୀଙ୍କ ମଧ୍ୟରୁ, ଯୋଗୀ ବା ଭକ୍ତ-ଯୋଗୀ ଯିଏ ସର୍ବଦା ନିଜ ଭିତରେ, ନିଜ ହୃଦୟରେ ଦେଖେ, କୃଷ୍ଣଙ୍କର ରୂପ, ସେ ପ୍ରଥମ ଶ୍ରେଣୀ ଯୋଗୀ, ସେ ପ୍ରଥମ ଶ୍ରେଣୀ । ତେଣୁ ଆପଣଙ୍କୁ ସେହି ପ୍ରଥମ ଶ୍ରେଣୀ ଯୋଗ ପ୍ରଣାଳୀ ଜାରି ରଖିବାକୁ ପଡିବ, ଏବଂ ତାହା ଏଠାରେ ବ୍ୟାଖ୍ୟା କରାଯାଇଛି, ମାୟା ଆସକ୍ତ-ମନଃ: ସଂଲଗ୍ନ ହେବା ।