OR/Prabhupada 0485 - କୃଷ୍ଣଙ୍କର ଯେ କୌଣସି ଲୀଳା, ତାହା ଭକ୍ତମାନଙ୍କ ଦ୍ଵାରା ଆଡ଼ମ୍ଵରରେ ପାଳନ କରାଯାଏ



Lecture -- Seattle, October 18, 1968

ଅତିଥି: ମୁଁ ଚହୁଁଛି ଯେ ଆପଣ କୁହଁନ୍ତୁ ଉତ୍ପତ୍ତି ଏବଂ ମହତ୍ତ୍ଵ ଯାହାର, ଯାହାକୁ ସେମାନେ ରଥଯାତ୍ରା କୁହଁନ୍ତି ।

ପ୍ରଭୁପାଦ: ଜଗନ୍ନାଥ ରଥଯାତ୍ରାର ମହତ୍ତ୍ଵ ହେଉଛି ଯେ, ଯେତେବେଳେ କୃଷ୍ଣ ବୃନ୍ଦାବନ ଛାଡ଼ିଲେ । କୃଷ୍ଣ ତାଙ୍କର ପୋଷ୍ୟ ପିତା ଦ୍ଵାରା ଲାଳିତ ପାଳିତ ହେଉଥିଲେ, ନନ୍ଦ ମାହାରାଜା । କିନ୍ତୁ ଯେତେବେଳେ ସେ ବଡ଼ ହେଲେ, ୧୬ ବର୍ଷ ବୟସର, ତାଙ୍କୁ ତାଙ୍କର ପ୍ରକୃତ ପିତା ନେଇଗଲେ, ବାସୁଦେବ, ଏବଂ ସେମାନେ ବୃନ୍ଦାବନ ଛାଡ଼ିଲେ, କୃଷ୍ଣ ଏବଂ ବଳରାମ, ଦୁଇ ଭାଈ, ଏବଂ... ସେମାନେ ନିବାସୀ ଥିଲେ...ସେମାନଙ୍କର ସାମ୍ରାଜ୍ୟ ଦ୍ଵାରକାରେ ଥିଲା । ତେଣୁ କୁରୁକ୍ଷେତ୍ରରେ - କୁରୁକ୍ଷେତ୍ର ସର୍ବଦା ହେଉଛି ଧର୍ମ କ୍ଷେତ୍ର, ତୀର୍ଥସ୍ଥଳୀ - କିଛି ଚନ୍ଦ୍ରଗ୍ରହଣ, ସୂର୍ଯ୍ୟପରାଗ ଥିଲା, ଏବଂ ଅନେକ ବ୍ୟକ୍ତି ଭାରତର ବିଭିନ୍ନ ସ୍ଥାନରୁ, ସେମାନେ ସ୍ନାନ କରିବାକୁ ଆସିଥିଲେ । ସେହିପରି, କୃଷ୍ଣ ଏବଂ ବଳରାମ ଏବଂ ସେମାନଙ୍କର ଭଉଣୀ ସୁଭଦ୍ରା, ସେମାନେ ମଧ୍ୟ ରାଜକୀୟ ବେଶରେ ଆସିଥିଲେ, ବହୁ ସଂଖ୍ୟକ ସୈନମାନଙ୍କ ସହିତ, ଏବଂ ବହୁ ସଂଖ୍ୟକ...,ଯେପରି ଏକ ରାଜା । ତେବେ ବୃନ୍ଦାବନ ବାସୀମାନେ, ସେମାନେ କୃଷ୍ଣଙ୍କ ସହିତ ସାକ୍ଷାତ କରିଥିଲେ, ଏବଂ ବିଶେଷ କରି ଗୋପୀମାନେ, ସେମାନେ କୃଷ୍ଣଙ୍କୁ ଦେଖିଥିଲେ, ଏବଂ ସେମାନେ ଶୋକ ପ୍ରକାଶ କରିଥିଲେ ଯେ "କୃଷ୍ଣ, ତୁମେ ଏଠାରେ ଅଛ, ଆମେ ମଧ୍ୟ ଏଠାରେ ଅଛୁ, କିନ୍ତୁ ସ୍ଥାନ ହେଉଛି ଭିନ୍ନ । ଆମେ ବୃନ୍ଦାବନରେ ନାହୁଁ ।" ତେବେ ଏକ ବିରାଟ କାହାଣୀ ଅଛି କିପରି ସେମାନେ ଦୁଃଖ ପ୍ରକାଶ କରିଥିଲେ ଏବଂ କୃଷ୍ଣ କିପରି ସେମାନଙ୍କୁ ମନେଇଥିଲେ । ଏହା ହେଉଛି ବିଚ୍ଛେଦର ଏକ ଅନୁଭୂତି, କିପରି ବୃନ୍ଦାବନ ବାସୀମାନେ କୃଷ୍ଣଙ୍କ ଠାରୁ ବିଚ୍ଛେଦକୁ ଅନୁଭବ କରୁଥିଲେ । ତେବେ ଏହା...ଯେତେବେଳେ କୃଷ୍ଣ ରଥରେ ଆସିଥିଲେ, ତାହାକୁ ରଥଯାତ୍ରା କୁହାଯାଏ । ଏହା ହେଉଛି ରଥଯାତ୍ରାର ଇତିହାସ । ତେବେ କୃଷ୍ଣଙ୍କର ଯେ କୌଣସି ଲୀଳା, ତାହା ଭକ୍ତମାନଙ୍କ ଦ୍ଵାରା ଆଡ଼ମ୍ଵରରେ ପାଳନ କରାଯାଏ । ତେବେ ତାହ ହେଉଛି ରଥ ଯାତ୍ରା ।