OR/Prabhupada 0502 - ଅବାନ୍ତର ଧାରଣାକୁ ତ୍ୟାଗ କର - କୃଷ୍ଣ ଭାବନାମୃତର ବିସ୍ତାରିତ ଜୀବନକୁ ଗ୍ରହଣ କର



Lecture on BG 2.15 -- Hyderabad, November 21, 1972

ତ ପ୍ରହ୍ଲାଦ ମହାରାଜ ଉପଦେଶ ଦେଉଛନ୍ତି ଯେ "ତୁମେ ଏହି ନିରର୍ଥକ ଧାରଣାକୁ ତ୍ୟାଗ କର |" ବନଂ ଗତୋ ୟଦ ଧରିଂ ଆଶ୍ରୟେତ (ଭା. ୭.୫.୫) | କେବଳ ବନଂ ଗତଃ, ମାନେ କେବଳ ଏଇ ଧାରଣାରୁ ମୁକ୍ତ ହୋଇଯାଅ, ଗୃହଂ ଅନ୍ଧ-କୂପମ୍ ଜୀବନ ଧାରଣା | ବିସ୍ତାରିତ କୃଷ୍ଣ ଭାବନାମୃତ ଜୀବନକୁ ଗ୍ରହଣ କର | ତା ପରେ ତୁମେ ସୁଖୀ ହୋଇ ପାରିବ | ହିତ୍ବାତ୍ମ-ପାତଂ ଗୃହଂ ଅନ୍ଧ-କୂପମ୍, ବନଂ ଗତୋ ୟଦ ଧରିଂ ଆଶ୍ରୟେତ (ଭା. ୭.୫.୫)। ହରିଂ ଆଶ୍ରୟେତ । ବାସ୍ତବିକ କାର୍ଯ୍ୟ ହେଲା ହରିଂ ଆଶ୍ରୟେତ । ବନଂ ଗତୋ | ବନଂ ଗତଃ ର ଅର୍ଥ ହେଲା ବଣକୁ ଯାଅ | ଆଗରୁ, ଗୃହସ୍ଥ ଜୀବନ ପରେ, ବାନପ୍ରସ୍ଥ ଜୀବନ, ସନ୍ୟାସ ଜୀବନ, ସେମାନେ ଜଙ୍ଗଲରେ କାଟୁଥିଲେ | କିନ୍ତୁ ଜଙ୍ଗଲକୁ ଯିବା ଜୀବନର ମୁଖ୍ୟ ଲକ୍ଷ ନୁହଁ | କାରଣ ଜଙ୍ଗଲରେ ବହୁତ ପ୍ରାଣୀ ରହୁଛନ୍ତି | ତା ଅର୍ଥ କଣ ସେମାନେ ଆଧ୍ୟାତ୍ମିକ ଜୀବନରେ ଉନ୍ନତି ଲାଭ କରିଛନ୍ତି କି? ତାକୁ ମର୍କଟ-ବୈରାଗ୍ୟ କୁହାଯାଏ | ମର୍କଟ-ବୈରାଗ୍ୟ ଅର୍ଥ "ମାଙ୍କଡର ତ୍ୟାଗ |" ମାଙ୍କଡ ଉଲଗ୍ନ ଥାଏ | ନାଗା-ବାବା | ଉଲଗ୍ନ | ଆଉ ଫଳ ଖାଉଛି, ମାଙ୍କଡ, ଆଉ ଗଛ ତଳେ ବା ଗଛ ଉପରେ ବସ ବାସ କରୁଛି | କିନ୍ତୁ ତାର ଅତି କମରେ ତିନି ଡଜନ ପତ୍ନୀ ଥିବେ | ତ ଏହା ମର୍କଟ ବୈରାଗ୍ୟ, ଏହି ପ୍ରକାର ତ୍ୟାଗର କୌଣସି ମୂଲ୍ୟ ନାହିଁ | ଅସଲି ତ୍ୟାଗ | ଅସଲି ତ୍ୟାଗ ଅର୍ଥ ତୁମକୁ ଅନ୍ଧ-କୂପ ଜୀବନ ତ୍ୟାଗ କରିବାକୁ ହେବ, ଆଉ କୃଷ୍ଣଙ୍କ ଶରଣ ନେବାକୁ ହେବ, ହରିଂ ଆଶ୍ରୟେତ | ଯଦି ତୁମେ କୃଷ୍ଣଙ୍କ ଶରଣ ନିଅ, ତେବେ ତୁମେ ଏହି ସବୁ "ବାଦ" ଜୀବନ ଛାଡି ପାରିବ | ଅନ୍ୟଥା, ଏହା ସମ୍ଭବ ନୁହଁ, ତୁମେ ଏହି "ବାଦ" ଜୀବନରେ ଫସି ଯିବ | ତ ହିତ୍ବାତ୍ମ-ପାତଂ ଗୃହଂ ଅନ୍ଧ-କୂପମ୍, ବନଂ ଗତୋ ୟଦ ଧରିଂ ଆଶ୍ରୟେତ (ଭା. ୭.୫.୫) | ଛାଡିବା ଦରକାର ନାହିଁ... ଯଦି ତମେ କିଛି ଛାଡିଲ, ତୁମେ କିଛି ଗ୍ରହଣ କରିବାକୁ ପଡିବ | ଅନ୍ୟଥା, ବିରକ୍ତିକର ହେବ | ଗ୍ରହଣ କର | ତାହା ସୁପାରିଶ କରାଯାଇଛି: ପରଂ ଦୃଷ୍ଟବା ନିବର୍ତ୍ତତେ (ଭ.ଗୀ. ୨.୫୯)| ତୁମେ ତୁମର ପାରିବାରିକ ଜୀବନ, ସାମାଜିକ ଜୀବନ, ରାଜନୈତିକ ଜୀବନ, ଏଇ ଜୀବନ, ସେଇ ଜୀବନ ତ୍ୟାଗ କରି ପାରିବ, ଯେବେ ତୁମେ କୃଷ୍ଣ ଭାବନାମୃତ ଜୀବନ ଗ୍ରହଣ କର | ଅନ୍ୟଥା ଏହା ସମ୍ଭବ ନୁହଁ | ଅନ୍ୟଥା, ତୁମକୁ ଏହି ସବୁ ଜୀବନରୁ କିଛି ବଞ୍ଚିବାକୁ ହେବ | ତୁମ ଜୀବନର ସ୍ୱତନ୍ତ୍ରତାର କୌଣସି ପ୍ରଶ୍ନ ହିଁ ଉଠୁ ନାହିଁ | ଚିନ୍ତାରୁ ମୁକ୍ତିର କୌଣସି ପ୍ରଶ୍ନ ହିଁ ଉଠୁ ନାହିଁ | ଏହା ମାର୍ଗ ଅଟେ |

ତ ଏଠି ସେହି କଥା, ତାହା ତତ୍ୱ-ଦର୍ଶୀଭି, ଯିଏ ବାସ୍ତବରେ ପରମ ସତ୍ୟର ଦ୍ରଷ୍ଟା... ଅଥାତୋ ବ୍ରହ୍ମ ଜିଜ୍ଞାସା, ଏହା ବେଦାନ୍ତ ସୂତ୍ର ରେ କୁହା ଯାଇଛି... ଯେମିତି କାଲି ଗୋଟିଏ ପିଲା ମୋତେ ପଚାରୁଥିଲା: ବେଦାନ୍ତ କଣ? ବେଦାନ୍ତ, ବେଦାନ୍ତର ଅର୍ଥ କଣ? ଏହା ଅତି ସୁନ୍ଦର, ଏହା ଅତି ସହଜ | ବେଦ ଅର୍ଥ ଜ୍ଞାନ ଆଉ ଅନ୍ତ ଅର୍ଥ ଚରମ | ତ ବେଦାନ୍ତର ଅର୍ଥ ପରମ ଜ୍ଞାନ | ତ ପରମ ଜ୍ଞାନ କୃଷ୍ଣ ଅଟନ୍ତି | କୃଷ୍ଣ କହୁଛନ୍ତି, ବେଦୈସ୍ ଚ ସରବୈର୍ ଅହଂ ଏବ ବେଦ୍ୟୋ ବେଦାନ୍ତ-କୃଦ ବେଦ-ବିଦ ଚ ଅହଂ (ଭ.ଗୀ ୧୫.୧୫)| ସେ ବେଦାନ୍ତ କରିଛନ୍ତି ଆଉ ସେ ବେଦାନ୍ତ ଜାଣିଛନ୍ତ | ଯଦି ସେ ବେଦାନ୍ତ ଜାଣି ନ ଥାନ୍ତେ, ତାହା ହେଲେ ସେ କିପରି ବେଦାନ୍ତ ଲେଖନ୍ତେ | ପ୍ରକୃତରେ, ବେଦାନ୍ତ ଦର୍ଶନ ବ୍ୟାସଦେବ ଲେଖିଛନ୍ତି, କୃଷ୍ଣଙ୍କ ଅବତାର | ତ ସେ ବେଦାନ୍ତ-କୃତ ଅଟନ୍ତି | ଆଉ ସେ ବେଦାନ୍ତ-ବିତ ମଧ୍ୟ | ତ ପ୍ରଶ୍ନ ଥିଲା ବେଦାନ୍ତ ଅର୍ଥ ଅଦୈତ-ବାଦ ଅଥବା ଦୈତ ବାଦ | ଏହା ବୁଝିବା ବହୁତ ସହଜ | ବେଦାନ୍ତ ର ପ୍ରଥମ ସୂତ୍ର: ଅଥାତୋ ବ୍ରହ୍ମ ଜିଜ୍ଞାସା, ବ୍ରହ୍ମଙ୍କ ସମ୍ପର୍କରେ ଅନୁସନ୍ଧାନ, ପରମ ସତ୍ୟର ଖୋଜ | ବର୍ତ୍ତମାନ କେଉଁଠି ଅନୁସନ୍ଧାନ କରିବା | ଯଦି ତୁମେ ବୁଝିବାକୁ ଚାହୁଁଛ, ତମକୁ ସେହି ବ୍ୟକ୍ତିଙ୍କ ପାଖକୁ ଯିବା ଦରକାର ଯିଏ ଜାଣିଛନ୍ତି | ସେଥିପାଇଁ, ବେଦାନ୍ତ ସୂତ୍ରର ବିଲକୁଲ ଆରମ୍ଭରେ, ଦୈତତା ଅଛି, କି ଜଣେ ନିଶ୍ଚିତ ଭାବରେ ଜିଜ୍ଞାସା କରିବା ଉଚିତ, ଆଉ ଜଣେ ଉତ୍ତର ଦେବ | ଅଥାତୋ ବ୍ରହ୍ମ ଜିଜ୍ଞାସା | ତ ବେଦାନ୍ତ-ସୂତ୍ର, ଏହାକୁ ତୁମେ କିପରି ଅଦୈତ-ବାଦ କହିବ ? ଏହା ଆରମ୍ଭରୁ ହିଁ ଦୈତ ବାଦ | ଅଥାତୋ ବ୍ରହ୍ମ ଜିଜ୍ଞାସା | ଜଣେ ନିଶ୍ଚିତ ଭାବେ ବ୍ରହ୍ମ କଣ ଜିଜ୍ଞାସା କରିବା ଉଚିତ, ଆଉ ଜଣେ ନିଶ୍ଚୟ ଉତ୍ତର ଦେବେ, ଅଥବା ଆଧ୍ୟାତ୍ମିକ ଗୁରୁ ଅଥବା ଶିଷ୍ୟ, ତାହା ଦୈତ ବାଦ | ତୁମେ ଏହାକୁ କିପରି ଅଦୈତ-ବାଦ କହିବ? ତ ଆମକୁ ଏହି ପରି ଭାବରେ ଅଧୟନ କରିବା ଦରକାର | ଏଠି ଏହାକୁ କୁହାଯାଇଛି, ତତ୍ତ୍ଵ-ଦର୍ଶୀଭିଃ| ତତ୍ତ୍ଵ-ଦର୍ଶୀଭିଃ ର ଅର୍ଥ ବେଦାନ୍ତ ବିତ, ଯିଏ ବେଦାନ୍ତ ଜାଣିଛି | ଜନ୍ମାଦି ଅସ୍ୟ ୟତଃ (ଭା. ୧.୧.୧)| ପରମ ସତ୍ୟକୁଜାଣେ, ଯେଉଁ ଠାରୁ ସବୁ କିଛି ଆରମ୍ଭ ହୋଇଛି | ଜନ୍ମାଦି ଅସ୍ୟ ୟତଃ | ଏହା ଶ୍ରୀମଦ ଭାଗବତର ଆରମ୍ଭ |