OR/Prabhupada 0505 - ତୁମେ ଏହି ଶରୀରକୁ ବଞ୍ଚାଇ ରଖି ପାରିବନାହିଁ । ତାହା ସମ୍ଭବ ନୁହଁ



Lecture on BG 2.18 -- London, August 24, 1973

ପ୍ରଦ୍ୟୁମ୍ନ: "ଅବିନାଶୀ, ଅକଳନୀୟ ଏବଂ ସନାତନ ଆତ୍ମାର ଏ ଜଡ ଶରୀର କେବଳ ବିନାଶଶୀଳ ଅଟେ; ତେଣୁ ହେ ଭରତ ବଂଶଜ ! ଯୁଦ୍ଧ କର |"

ପ୍ରଭୁପାଦ:

ଅନ୍ତବନ୍ତ ଇମେ ଦେହା
ନିତ୍ୟଶ୍ୟୋକ୍ତାଃ ଶରିରୀଣଃ
ଅନାସିନୋ ଽପ୍ରମେୟସ୍ୟ
ତସମାଦ ୟୁଦ୍ଧ୍ୟସ୍ଵ ଭାରତ
(ଭ.ଗୀ. ୨.୧୮)

ପ୍ରଭୁପାଦ: ଅନ୍ତବନ୍ତ ଇମେ ଦେହା ନିତ୍ୟଶ୍ୟୋକ୍ତାଃ ଶରିରୀଣଃଶରିରୀଣଃ, ଏହା ବହୁ ବଚନ | ଶରିରୀଣଃ | ତ ଶରିରୀଣ କିମ୍ବା ଶରିରୀ ଅର୍ଥ ଶରୀର ବା ଦେହର ମାଲିକ | ଶରୀର ଅର୍ଥ ଏହି ଦେହ, ଆଉ ଶାରୀରିଣ , ଯିଏ ଏହି ଦେହ ଧାରଣ କରିଛି | ତ ଶରିରୀଣଃ ବହୁ ବଚନ ଅଟେ | ବହୁତ ପ୍ରକାରରେ କୃଷ୍ଣ ଅର୍ଜୁନଙ୍କୁ ବୁଝାଉଛନ୍ତି, କି ଏହି ଶରୀର ଆତ୍ମା ଠାରୁ ଅଲଗା | ଏ ଶରୀର, ଅନ୍ତବନ୍ତ, ଏହା ନାଶ ହୋଇଯିବ | କେତେ ତୁମେ ଚେଷ୍ଟା କର, ବୈଜ୍ଞାନିକ ଉପାୟରେ, ପ୍ରସାଧାନିକ ଆଉ ଅନ୍ୟପ୍ରକାର ଜିନିଷ ଲଗାଇ, ତୁମେ ଏହି ଶରୀରକୁ ବଞ୍ଚାଇ ପାରିବ ନାହିଁ | ଏହା ସମ୍ଭବ ନୁହଁ | ଅନ୍ତବନ୍ତ | ଅନ୍ତବନ୍ତ ଅର୍ଥ, ଅନ୍ତ ଅର୍ଥ ଶେଷ, ଆଉ ବତ୍ ର ଅର୍ଥ ଅଧିକାରୀ | ତ ତୁମର କର୍ତବ୍ୟ ହେଲା ଯୁଦ୍ଧ କରିବା, ଆଉ ତୁମେ ବିଳାପ କରୁଛ ଯେ ତୁମେ ତୁମ ଜେଜେବାପା, କିମ୍ବା ଶିକ୍ଷକ କିମ୍ବା ଆତ୍ମୀୟ ଜନଙ୍କ ଶରୀର, ସବୁ ନଷ୍ଟ ହୋଇଯିବ ଆଉ ତୁମେ ଦୁଃଖୀ ହୋଇଯିବ | ତାହା ଠିକ, ତୁମେ ଦୁଃଖୀ ହେବ, କିନ୍ତୁ ତୁମେ ଯଦି ଯୁଦ୍ଧ ନ କର ତେବେ ଭି, ସେମାନଙ୍କ ଶରୀର ନଷ୍ଟ ହୋଇଯିବ, ଆଜି କିମ୍ବା କାଲି ଅଥବା ଆଉ କିଛି ବର୍ଷ ପରେ | ତ ତୁମେ କାହିଁକି ତୁମ କର୍ତବ୍ୟରୁ ଓହରି ଯାଉଛ? ଏହା ହେଉଛି ଚର୍ଚ୍ଚାର ବିଷୟ | ଆଉ ଯେଉଁ ପର୍ଯ୍ୟନ୍ତ ଆତ୍ମାର ପ୍ରଶ୍ନ ଉଠୁଛି, ତୁମ ଜେଜେବାପା, ଶିକ୍ଷକ ଆଉ ଅନ୍ୟମାନେ, ସେମାନେ ନିତ୍ୟ, ଶାଶ୍ୱତ | ପ୍ରଥମରୁ ବୁଝା ଯାଇ ସାରିଛି, ନିତ୍ୟସ୍ୟ ଉକ୍ତଃ |

ବର୍ତ୍ତମାନ ଏଠାରେ କୃଷ୍ଣ ମଧ୍ୟ କହୁଛନ୍ତି ଉକ୍ତ | ଉକ୍ତ ଅର୍ଥ "ଏହା କୁହା ଯାଇଛି" | ଏମିତି ନୁହଁ କି ମୁଁ ଅସ୍ପଷ୍ଟ ଭାବେ କହୁଛି, ମୁଁ କିଛି ସିଦ୍ଧାନ୍ତ ସ୍ଥାପନ କରୁଛି | ନା | ଏହା କୁହା ଯାଇଛି | ଏହା ଆଗରୁହିଁ ଧାର୍ଯ୍ୟ କରାଯାଇଛି, ଏହା ଆଗରୁହିଁ ନିର୍ଦ୍ଧାରିତ | ଆଉ ବୈଦିକ ସାହିତ୍ୟରେ, ଅଧିକାରୀ ମାନେ କହିଛନ୍ତି | ପ୍ରମାଣ ଉପସ୍ଥାପନା କରିବାର ଏହା ପଦ୍ଧତି | ଏହିପରିକି କୃଷ୍ଣ, ପୂର୍ଣ୍ଣ ପୁରୁଷୋତ୍ତମ ଭଗବାନ, ସେ ସିଦ୍ଧାନ୍ତ କୁହନ୍ତି ନାହିଁ | ସେ କହିଛନ୍ତି, "ଏହା କୁହାଯାଇଛି", ଅଧିକୃତ | ଅନାସିନୋ ଽପ୍ରମେୟସ୍ୟ | ଅନାସିନଃ | ନାସିନଃ ଅର୍ଥ ବିନଷ୍ଟ ଆଉ ଅନାସିନଃ ଅର୍ଥ ଯାହା ବିନଷ୍ଟ ନୁହଁ | ଶରିରୀଣଃ, ଆତ୍ମା, ଅନାସିନଃ, ଏହା କଦାପି ବିନଷ୍ଟ ହେବ ନାହିଁ | ଆଉ ଅପ୍ରମେୟସ୍ୟ | ଅପ୍ରମେୟସ୍ୟ ଅକଳନିୟ | ଏହାକୁ ମପା ଯାଇ ପାରିବ ନାହିଁ ମଧ୍ୟ | ବୈଦିକ ସାହିତ୍ୟରେ ମାପର ବର୍ଣ୍ଣନା ଅଛି, କିନ୍ତୁ ତୁମେ ମାପି ପାରିବ ନାହିଁ | କିଛିଭି, ବହୁତ କିଛି ବୈଦିକ ସାହିତ୍ୟରେ ବର୍ଣ୍ଣନା କରାଯାଇଅଛି | ତ ତୁମେ ବୈଜ୍ଞାନିକ ଜ୍ଞାନରେ ଏତେ ଅଗ୍ରଗତି କରିଛ, କିନ୍ତୁ ତୁମେ ନା କହିପାରିବ ଏହା ସତ୍ୟ ନୁହଁ | ନା ତୁମେ ଗଣନା କରି ପାରିବ | ଯେମିତି ପଦ୍ମ ପୁରାଣରେ, ବିଭିନ୍ନ ଧରଣର ଜୀବଙ୍କ ବିଷୟରେ କୁହା ଯାଇଛି : ଜଳଦା ନବ-ଲକ୍ଷାଣି | ଜଳଜ ପ୍ରାଣୀ ବା ଯିବ ନ ଲକ୍ଷ | ତ ତୁମେ କହିପାରିବ ନାହିଁ, "ନା, ଏହା ନଅ ଲକ୍ଷ ନୁହଁ | ଏହା କମ ବା ଅଧିକ" | ଏହା ତୁମ ପାଇଁ ଦେଖିବା ସମ୍ଭବ ନୁହଁ କି ପାଣି ଭିତରେ କେତେ ପ୍ରକାର ଅଛନ୍ତି | ହୁଏତ ତୁମେ, ଜୀବବିଜ୍ଞାନୀ, ସେମାନେ ହୁଏତ ପରୀକ୍ଷଣ କରିଥାଇ ପାରନ୍ତି, କିନ୍ତୁ ଏହି ନଅ ଲକ୍ଷ ପ୍ରାଣୀଙ୍କୁ ଦେଖିପାରିବା ସମ୍ଭବ ନୁହଁ | ଏହା ସମ୍ଭବ ନୁହଁ | ଜଳଦା ନବ-ଲକ୍ଷାଣି ସ୍ଥାବରା ଲକ୍ଷ-ବିଂଶତି |