OR/Prabhupada 0514 - ଏଠାରେ, ଆନନ୍ଦର ଅର୍ଥ ହେଉଛି ଟିକିଏ ଯନ୍ତ୍ରଣାର ଅଭାବ



Lecture on BG 2.25 -- London, August 28, 1973

ତେଣୁ ଆମର ପ୍ରକୃତ କାମ ହେଉଛି ବ୍ରହ୍ମ-ଭୂତଃ । ତେବେ କିଏ ହୋଇପାରେ? ତାହା ପୂର୍ବରୁ ବ୍ୟାଖ୍ୟା କରାଯାଇଛି | କୃଷ୍ଣ ଏହା ପୂର୍ବରୁ ବ୍ୟାଖ୍ୟା କରିସାରିଛନ୍ତି, ସେହି ପଦଟି କ’ଣ? ୟଂ ହି ନ ବ୍ୟଥୟନ୍ତ୍ୟେତେ | ବ୍ୟଥୟନ୍ତି, ଯନ୍ତ୍ରଣା ଦିଏ ନାହିଁ | ଭୌତିକ, ଭୌତିକଭାର, ଯାହା ସର୍ବଦା ଅସୁବିଧାଜନକ ଅଟେ | ଏପରିକି ଏହି ଶରୀର | ଏହା ମଧ୍ୟ ଅନ୍ୟ ଏକ ଭାର | ଆମକୁ ଏହାକୁ ବହନ କରିବାକୁ ପଡେ | ତେଣୁ ଯେତେବେଳେ ଏହି ଶାରୀରିକ ଯନ୍ତ୍ରଣା ଏବଂ ଆନନ୍ଦ ଦ୍ୱାରା କେହି ବିଚଳିତ ନ ହୁଅନ୍ତି... କୌଣସି ଆନନ୍ଦ ନାହିଁ, କେବଳ ଯନ୍ତ୍ରଣା | ଏଠାରେ, ଆନନ୍ଦର ଅର୍ଥ ହେଉଛି ଟିକିଏ ଯନ୍ତ୍ରଣାର ଅଭାବ | ଯେପରି ତୁମର ଏଠାରେ ଏକ ଫୋଟକା ହୋଇଛି | କ’ଣ କୁହାଯାଏ? ଫୋଟକା? ଫୋରା? ତେଣୁ ଏହା ସର୍ବଦା ଯନ୍ତ୍ରଣାଦାୟକ ଅଟେ | ଏବଂ କିଛି ଚିକିତ୍ସା ପ୍ରୟୋଗ ଦ୍ଵାରା, ଯେତେବେଳେ ଯନ୍ତ୍ରଣା ସାମାନ୍ୟ ମୁକ୍ତି ପାଇଥାଏ, ତୁମେ ଭାବୁଛ "ବର୍ତ୍ତମାନ ଏହା ସୁଖ ଅଟେ |" କିନ୍ତୁ ଫୋଟକା ସେଠାରେ ଅଛି | ତୁମେ କିପରି ଖୁସି ହୋଇପାରିବ? ତେଣୁ ଏଠାରେ, ପ୍ରକୃତରେ କୌଣସି ସୁଖ ନାହିଁ, କିନ୍ତୁ ଆମେ ଭାବୁଛୁ ଯେ ଆମେ ଅନେକ ପ୍ରତିଷେଧ ଆବିଷ୍କାର କରିଛୁ | ଯେପରି ରୋଗ ଅଛି | ଆମେ ଔଷଧ ଆବିଷ୍କାର କରିଛୁ | ଆମେ ମେଡିକାଲ୍ କଲେଜ ଆବିଷ୍କାର କରିଛୁ | ଉତ୍ପାଦନ କରୁଛୁ, ବଡ ବଡ ଚିକିତ୍ସକ, M.D., FRCS | କିନ୍ତୁ ତାହାଦ୍ୱାରା ବଞ୍ଚିବ ନାହିଁ | ନା, ଆପଣଙ୍କୁ ମରିବାକୁ ପଡିବ | ତେଣୁ ଫୁଲା ସେଠାରେ ଅଛି | ଅସ୍ଥାୟୀ ଔଷଧର ଟିକିଏ ପ୍ରୟୋଗ, ଏହା ହୋଇପାରେ... ତେଣୁ ଏହି ଭୌତିକ ଜଗତରେ ଆଦୌ ସୁଖ ନାହିଁ | ତେଣୁ କୃଷ୍ଣ କହୁଛନ୍ତି ଯେ, ତୁମେ କାହିଁକି ଖୁସି ଅନୁଭବ କରୁଛ? ସର୍ବଶେଷରେ ତୁମକୁ ମରିବାକୁ ପଡିବ, ଯାହା ତୁମର କାମ ନୁହେଁ | ତୁମେ ଅନନ୍ତ, କିନ୍ତୁ ତଥାପି ତୁମେ ମୃତ୍ୟୁକୁ ଗ୍ରହଣ କରିବାକୁ ପଡିବ। ଜନ୍ମ-ମୃତ୍ୟୁ-ଜରା-ବ୍ୟାଧି-ଦୁଃଖ-ଦୋଷାନୁଦର୍ଶନମ୍ ॥ (BG 13.9) | ଏହା ତୁମର ପ୍ରକୃତ ସମସ୍ୟା |

କିନ୍ତୁ ଏହି ମୂର୍ଖମାନେ ଜାଣନ୍ତି ନାହିଁ | ସେମାନେ ଭାବନ୍ତି ମୃତ୍ୟୁ ସ୍ୱାଭାବିକ - ମୃତ୍ୟୁ ପରେ ସବୁକିଛି ସରିଯାଏ | ବର୍ତ୍ତମାନ ଯେତେ ଦିନ ପର୍ଯ୍ୟନ୍ତ ମୁଁ ମରୁନାହିଁ, ମୋତେ ଉପଭୋଗ କରିବାକୁ ଦିଅ | ରୂଣଂ କୃତ୍ୱା ଘୃତଂ ପିବେତ । ଉପଭୋଗର ଅର୍ଥ ... ଆମର ଭାରତୀୟ ବ୍ୟବସ୍ଥା ଅନୁଯାୟୀ ପାଶ୍ଚାତ୍ୟ ଦେଶମାନଙ୍କ ପରି ସେମାନଙ୍କର ଉପଭୋଗ ମାଂସ ଖାଇବା ନୁହେଁ। ସେମାନଙ୍କର ଉପଭୋଗ ହେଉଛି ଅଧିକ ଘିଅ ଖାଇ, ମାଂସାଳ, ମୋଟା ହେବା | ତାହା ହେଉଛି ସେମାନଙ୍କର ଉପଭୋଗ | ତେଣୁ ଚାରବାକ ମୁନି ପରାମର୍ଶ ଦେଇଛନ୍ତି, ବର୍ତ୍ତମାନ ଘିଅ ଖାଅ ଏବଂ ଜୀବନକୁ ଉପଭୋଗ କର। କଚୋରି, ସମୋସା, ସବୁ ଘିଅ ପ୍ରସ୍ତୁତିରେ ତିଆରି | ତା’ପରେ "ମୋର ଟଙ୍କା ନାହିଁ, ସାର୍। ମୁଁ ଘିକୁ କେଉଁଠୁ ପାଇବି?" ରୂଣଂ କୃତ୍ୱା । "ଭିକ୍ଷା କର, ଋଣ କର, ଚୋରି କର, ଘିଅ ଆଣ ।" ଯେ କୌଣସି ପ୍ରକାରେ, କଳା ବଜାର, ଧଳା ବଜାର, ଯେକୌଣସି ଉପାୟରେ | ଟଙ୍କା ଏବଂ ଘିଅ ଆଣ, ବାସ | ରୂଣଂ କୃତ୍ୱା ଘୃତଂ ପିବେତ । ଯଥାସମ୍ଭବ ଘିଅ ଖାଆନ୍ତୁ। ରୂଣଂ କୃତ୍ୱା ଘୃତଂ ପିବେତ ୟାବତ ଜିବେତ ସୁଖଂ । ଜିବେତ । ସୁଖଂ ଜିବେତ। "ଯେତେ ଦିନ ପର୍ଯ୍ୟନ୍ତ ତୁମେ ବଞ୍ଚ, ଆନନ୍ଦରେ ବଞ୍ଚ, ବହୁତ ସୁନ୍ଦର ଭାବରେ ବଞ୍ଚ।" ତାହା ହେଉଛି ସମସ୍ତ ୟୁରୋପୀୟ ଦାର୍ଶନିକମାନଙ୍କର ସିଦ୍ଧାନ୍ତ | ଆନନ୍ଦରେ ବଞ୍ଚ | କିନ୍ତୁ ଶେଷରେ ସେଇ ଦାର୍ଶନିକ ପକ୍ଷାଘାତ ପୀଡିତ ହେଲେ | ତାଙ୍କର ଆନନ୍ଦ ସମାପ୍ତ ହୋଇଛି | ସେହି ଦାର୍ଶନିକ କିଏ ଯାହାକୁ ପକ୍ଷାଘାତ ହୋଇଯାଇଛି? ତେଣୁ ସେମାନେ ଏହି ସମସ୍ତ ତତ୍ତ୍ୱ ତିଆରି କରନ୍ତି | କେବଳ ୟୁରୋପୀୟ ଦାର୍ଶନିକ ନୁହଁନ୍ତି, ଭାରତର ଅନ୍ୟ ଜଣେ ଦାର୍ଶନିକ ଡା. ରାଧାକ୍ରିଷ୍ଣନ୍, ସେ ବର୍ତ୍ତମାନ ମସ୍ତିଷ୍କ ପକ୍ଷାଘାତରେ ଅଛନ୍ତି।

ତେଣୁ ସେମାନେ ବୁଝନ୍ତି ନାହିଁ ଯେ ଏକ ନିୟନ୍ତ୍ରକ ଅଛନ୍ତି । ଆମେ ହୁଏତ ଆମର ସୁଖମୟ ଜୀବନର ଅନେକ ଉପାୟ, ସିଦ୍ଧାନ୍ତରେ କରିପାରିବା । କିନ୍ତୁ ଆପଣ ଖୁସି ହୋଇପାରିବେ ନାହିଁ, ସାର୍, ଯେତେ ଦିନ ପର୍ଯ୍ୟନ୍ତ ଆପଣ ଏହି ଭୌତିକ ଶରୀର ପାଇଛନ୍ତି | ତାହା ଏକ ସତ୍ୟ । ଜନ୍ମ-ମୃତ୍ୟୁ-ଜରା-ବ୍ୟାଧି-ଦୁଃଖ-ଦୋଷାନୁଦର୍ଶନମ୍ ॥ (BG 13.9) । ତେଣୁ ବୁଦ୍ଧିମାନ ବ୍ୟକ୍ତି, ସେମାନେ ହେବା ଉଚିତ୍ ... କୃଷ୍ଣ ସମସ୍ତଙ୍କୁ ବୁଦ୍ଧିମାନ କରୁଛନ୍ତି: "ତୁମେ ମୂର୍ଖ, ତୁମେ ଜୀବନର ଶାରୀରିକ ଧାରଣା ଅଧୀନରେ ଅଛ | ତୁମର ସଭ୍ୟତାର କୌଣସି ମୂଲ୍ୟ ନାହିଁ | ଏହା ମୂର୍ଖ ସଭ୍ୟତା।"