OR/Prabhupada 0527 - ଆମେ କୃଷ୍ଣଙ୍କୁ ଅର୍ପଣ କରିବା ଦ୍ଵାରା କିଛି ନଷ୍ଟ ହୁଏ ନାହିଁ । ଆମେ କେବଳ ଲାଭବାନ ହେବା



Lecture on BG 7.1 -- Los Angeles, December 2, 1968

ପ୍ରଭୁପାଦ: ବର୍ତ୍ତମାନ, ହଁ, କୌଣସି ପ୍ରଶ୍ନ?

ଜୟ-ଗୋପାଳ:ପ୍ରସାଦ ଗ୍ରହଣ କରିବା କ'ଣ ଏକ ପ୍ରେମର ଆଦାନ-ପ୍ରଦାନ ଅଟେ, ଯେଉଁଠାରେ ଅମେ ଖାଦ୍ୟ ଏକ ପ୍ରେମିକ ଠାରୁ ଗ୍ରହଣ କରୁ?

ପ୍ରଭୁପାଦ: ହଁ । ତୁମେ ଅର୍ପଣ କର ଏବଂ ତୁମେ ନିଅ । ଦଦାତି ପ୍ରତିଗୃଣାତି ଭୂଂକ୍ତେ ଭୋଜୟତେ, ଗୁହ୍ୟାମ, ଅଖ୍ୟାତି ପୃଚ୍ଛତି ଚ । ତୁମେ କୃଷ୍ଣଙ୍କ ପାଖରେ ନିଜର ମନ କଥା ଖୋଲ, ଏବଂ କୃଷ୍ଣ ତୁମକୁ ପଥ ମଧ୍ୟ ଦେଖେଇବେ । ତୁମେ ଦେଖ । ତୁମେ କୃଷ୍ଣଙ୍କୁ ଅର୍ପଣ କର, କି "କୃଷ୍ଣ ଆପଣ ଆମକୁ ବହୁତ ଭଲ ଜିନିଷ ଦେଇଛନ୍ତି । ତେବେ ଆପଣ ପ୍ରଥମେ ସ୍ଵାଦ ନିଅନ୍ତୁ । ତାପରେ ଆମେ ନେବୁ । "କୃଷ୍ଣ ପ୍ରସନ୍ନ ହେବେ । ହଁ, ବାସ୍ । କୃଷ୍ଣ ଖାଆନ୍ତି । ଏବଂ କୃଷ୍ଣ ପୁଣି ସେହି ସ୍ଥାନରେ ରଖିଦିଅନ୍ତି । ପୂର୍ଣ୍ଣସ୍ୟ ପୂର୍ଣମ ଆଦାୟ ପୂର୍ଣ୍ଣମ ଏବାବଶିଷ୍ୟତେ (Īśo Invocation) । ଆମେ କୃଷ୍ଣଙ୍କୁ ଅର୍ପଣ କରୁଛୁ, ତାର ଅର୍ଥ ନୁହେଁ ଯେ କୃଷ୍ଣ... କୃଷ୍ଣ ଖାଉଛନ୍ତି, କିନ୍ତୁ କୃଷ୍ଣ ଏତେ ପୂର୍ଣ୍ଣ ଅଛନ୍ତି, ପୂର୍ଣ୍ଣ, ଯେ ସେ ସବୁକିଛି ପୁରା ଛାଡୁଛନ୍ତି । ତେବେ ଲୋକମାନେ ଏହିସବୁ କଥା ବୁଝି ପାରନ୍ତି ନାହିଁ, ଯେ ଆମେ କୃଷ୍ଣଙ୍କୁ ଅର୍ପଣ କରିବା ଦ୍ଵାରା କିଛି ନଷ୍ଟ ହୁଏ ନାହିଁ । ଆମେ କେବଳ ଲାଭବାନ ହେବା । କେବଳ ଳାଭବାନ । ତୁମେ ଭଲଭାବରେ କୃଷ୍ଣଙ୍କୁ ସଜଉଛ, ତୁମେ ଦେଖ । ତାପରେ ତୁମର ଭଲ ଜିନିଷ ଦେଖିବାର ଇଛା ସନ୍ତୁଷ୍ଟ ହୋଇଯାଏ । ତୁମେ ଦୁନିଆର ତଥା-କଥିତ ସୁନ୍ଦରତା ଦ୍ଵାରା ଆଉ ଆକର୍ଷିତ ହେବ ନାହିଁ । ତୁମେ କୃଷ୍ଣଙ୍କୁ ଆରମଦାୟକ ସ୍ଥିତିରେ ରଖିବ, ତୁମେ ମଧ୍ୟ ଆରାମରେ ରହିବ । ତୁମେ କୃଷ୍ଣଙ୍କୁ ଭଲ ଖାଦ୍ୟ ଅର୍ପଣ କରିବ, ତୁମେ ଏହାକୁ ଖାଇବ । ତେବେ ଯେପରି ଯଦି ମୁଁ ମୋର ମୁହଁକୁ ସଜାଏ, ମୁଁ ଦେଖିପାରେ ନାହିଁ ଯେ ଏହା କେତେ ସୁନ୍ଦର ଦେଖା ଯାଉଛି, କିନ୍ତୁ ମୁଁ ଯଦି ମୋ ମୁଖ ଆଗରେ ଏକ ଆଇନା ରଖେ, ମୋର ମୁଖର ପ୍ରତିବିମ୍ଵ ସୁନ୍ଦର ଅଟେ । ସେହିପରି, ତୁମେ ହେଉଛ କୃଷ୍ଣଙ୍କର ପ୍ରତିବିମ୍ଵ । ମନୁଷ୍ୟ ଭଗବାନଙ୍କ ପରି ହିଁ ତିଆରି ହୋଇଛି । ତେବେ ଯଦି ତୁମେ କୃଷ୍ଣଙ୍କୁ ଖୁସୀ କର, ତେବେ ତୁମେ ଦେଖିବ ଯେ ତୁମର ପ୍ରତିବିମ୍ଵ, ତୁମେ ଖୁସୀ ଅଛ । କୃଷ୍ଣ ଖୁସୀ ହେବା ପାଇଁ ତୁମର ସେବା ଆବଶ୍ୟକ କରନ୍ତି ନାହିଁ । ସେ ନିଜେ ହିଁ ପୂର୍ଣ୍ଣ । କିନ୍ତୁ ତୁମେ ଯଦି ଅର୍ପଣ ପାଇଁ ଚେଷ୍ଟା କରିବ, କୃଷ୍ଣଙ୍କୁ ଖୁସୀ କରିବା ପାଇଁ, ତେବେ ତୁମେ ଖୁସୀ ହୋଇ ପାରିବ । ଏହା ହେଉଛି କୃଷ୍ଣ ଚେତନା ଆନ୍ଦୋଳନ । ତେଣୁ କୃଷ୍ଣଙ୍କୁ ଭଲଭାବରେ ସଜାଇବାକୁ ଚେଷ୍ଟା କର, କୃଷ୍ଣଙ୍କୁ ସମସ୍ତ ଖାଦ୍ୟ ପଦାର୍ଥ ଅର୍ପଣ କରିବା ପାଇଁ ଚେଷ୍ଟା କର, କୃଷ୍ଣଙ୍କୁ ସମସ୍ତ ପ୍ରକାରର ଆରାମଦାୟକ ସ୍ଥିତିରେ ରଖିବାକୁ ଚେଷ୍ଟା କର । ଏହିପରି ଭାବରେ ସବୁଜିନିଷରେ ଯାହା ତୁମେ ଅର୍ପଣ କରୁଛ ବିନିମୟ କରି ପାରିବ । ଏହା ହେଉଛି କୃଷ୍ଣ ଚେତନା (ବିରାମ) ।

...ଭୌତିକ ରୋଗ କୁକୁରର ଏକ ଲାଞ୍ଜପରି । ତୁମେ ଦେଖ । ତୁମେ ଦେଖ କୁକୁରର ଲାଞ୍ଜ ହେଉଛି ସେହିପରି । ଏଵଂ ଯେତେ ତେଲ ଲଗାଅ ଏବଂ ଏହାକୁ ସିଧା କରିବାକୁ ଚେଷ୍ଟା କର, ଏହା ଏହିପରି ଆସେ | । (ହାସ୍ୟ) ତୁମେ ଦେଖ । ତେବେ ଏହି ଲୋକମାନେ, ସମାନେ ଭୌତିକ ଆନନ୍ଦ ଚାହାଁନ୍ତି । "ଯଦି ସ୍ଵାମୀଜୀ ଆମକୁ ଭୌତିକ ଆନନ୍ଦ ଦେଇ ପାରିବେ କିଛି ମନ୍ତ୍ର ଦ୍ଵାରା," ସେମାନେ ଆସିବେ । ତୁମେ ଦେଖୁଛ । "ଯେତେବେଳେ ସ୍ଵାମୀଜୀ କୁହଁନ୍ତି 'ଏହା ସବୁ ଛଳ ଅଟେ; କୃଷ୍ଣଙ୍କ ପାଖକୁ ଆସ,' ଏହା ଭଲ ନୁହେଁ । ଏହା ଭଲ ନୁହେଁ । କାରଣ ସେ ଏହିପରି ଲାଞ୍ଜ ରଖିବାକୁ ଚାହୁଁଛି । ଯେତେ ମଲମ ଲଗେଇଲେ ମଧ୍ୟ, ଏହା ପରି ଅଛି । (ହାସ୍ୟ) ଏହା ହେଉଛି ରୋଗ । ସେମାନେ ଭୌତିକ ଜିନିଷ ଚାହାଁନ୍ତି । ବାସ୍ । "ଯଦି ମନ୍ତ୍ର ଦ୍ଵାରା, ଯଦି କୌଣସି ଉପାୟରେ, ଆମେ ଆମର ଭୌତିକ ଆନନ୍ଦ ବୃଦ୍ଧି କରିପାରୁ, ଓ, ଏହା ବହୁତ ଭଲ । ଅମକୁ କିଛି ନିଶା କରିବାକୁ ଦିଅ ଏବଂ ମୂର୍ଖମାନଙ୍କର ସ୍ଵର୍ଗରେ ରହିବାକୁ ଦିଅ ଏବଂ ଭାବ, 'ଓ, ମୁଁ ଆଧ୍ୟାତ୍ମିକ ଦୁନିଆରେ ଅଛି ।' ସେମାନେ ଏହା ଚାହୁଁଛନ୍ତି । ସେମାନେ ମୂର୍ଖମାନଙ୍କର ସ୍ଵର୍ଗରେ ରହିବାକୁ ଚାହୁଁଛନ୍ତି । କିନ୍ତୁ ଯେତେବେଳେ ଆମେ ପ୍ରକୃତ ସ୍ଵର୍ଗ ଦେଉ, ସେମାନେ ଅସ୍ଵୀକାର କରନ୍ତି ।

ଠିକ୍ ଅଛି । ଜପ କର ।