OR/Prabhupada 0534 - କୃତ୍ରିମରୂପରେ କୃଷ୍ଣଙ୍କୁ ଦେଖିବାକୁ ଚେଷ୍ଟା କରନାହିଁ



Radhastami, Srimati Radharani's Appearance Day -- London, August 29, 1971

ପ୍ରଭୁପାଦ: ତେଣୁ ଅାମକୁ ଗୋସ୍ଵାମୀ ମାନଙ୍କର ପଦାନୁସରଣ କରିବା ଉଚିତ୍, କେମିତି କୃଷ୍ଣ ଏବଂ ରାଧାରାଣୀଙ୍କୁ ଖୋଜିବା,ବୃନ୍ଦାବନରେ, ବା ଆମ ହୃଦୟ ମଧ୍ୟରେ । ସେହି ପ୍ରଣାଳୀ ହେଉଛି ଚୌତନ୍ୟ ମହାପ୍ରଭୁଙ୍କ ଭଜନର: ବିଛିନ୍ନ ହେବା ଭାବନା, ବିପ୍ରଲମ୍ଭ, ବିପ୍ରଲମ୍ଭ ସେବା । ଠିକ ଯେପରି ଚୈତନ୍ୟ ମହାପ୍ରଭୁ, କୃଷ୍ଣଙ୍କଠାରୁ ବିଛିନ୍ନ ହେବା ଭାବାନା, ସେ ସମୁଦ୍ର ମଧ୍ୟରେ ପଡିଯାଉଛନ୍ତି । ସେ ନିଜର ବିଶ୍ରାମ ଗୃହରୁ ବାହାରକୁ ଆସୁଥିଲେ, ବା ତାଙ୍କ ଶୟନ କକ୍ଷରୁ ଏବଂ ଅଧରାତ୍ରିରେ ବାହରକୁ ଯାଉଥିଲେ । କେହି ମଧ୍ୟ ଜାଣିନଥିଲେ ସେ କେଉଁଆଡେ ଗଲେ । ତେଣୁ ତାହା ହେଉଛି ତାଙ୍କର ଖୋଜିବା । ଭକ୍ତି ଯୋଗର ଏହି ପ୍ରକ୍ରିୟା ଚୈତନ୍ୟ ମହାପଭୁ ଶିକ୍ଷା ଦେଇଥିଲେ । ଏମିତି ନୁହେଁ କି ଏହା ଅତ୍ୟନ୍ତ ସହଜରେ, "ଆମେ କୃଷ୍ଣ ବା ରାଧାରାଣୀଙ୍କୁ ରାସଲୀଳାରେ ଦେଖିଛୁ ।" ନା, ସେମିତି ନୁହେଁ । ବିଛିନ୍ନର କ୍ଷୋଭକୁ ଅନୁଭବ କର । ଯେତେ ଅଧିକ ତୁମେ କୃଷ୍ଣଙ୍କଠାରୁ ବିଛିନ୍ନତା ଅନୁଭବ କରୁଛ, ତୁମେ ବୁଝିବା କଥା ଯେ ତୁମେ ପ୍ରଗତି କରୁଛ । କୃତ୍ରିମରୂପରେ କୃଷ୍ଣଙ୍କୁ ଦେଖିବାକୁ ଚେଷ୍ଟା କରନାହିଁ । ବିଛିନ୍ନତା ଭାବକୁ ଅନୁଭବ କରିବାରେ ପ୍ରଗତି କର, ଏବଂ ତେବେ ଏହା ସମ୍ପୂର୍ଣ୍ଣ ଠିକ ହୋଇଯିବ । ତାହା ହେଉଛି ଚୈତନ୍ୟ ମହାପ୍ରଭୁଙ୍କର ଶିକ୍ଷା । କାରଣ ଆମେ ଆମର ଭୌତିକ ଚକ୍ଷୁରେ କୃଷ୍ଣଙ୍କୁ ଦେଖି ପାରିବା ନାହିଁ । ଅତଃ ଶ୍ରୀକୃଷ୍ଣ-ନାମାଦି ନା ଭାବେଦ ଗ୍ରହ୍ୟମ ଇନ୍ଦ୍ରିୟାଃ (CC Madhya 17.136) । ଆମେ ଆମର ଭୌତିକ ଇନ୍ଦ୍ରିୟଗୁଡିକରେ ଆମେ କୃଷ୍ଣଙ୍କୁ ଦେଖିପାରିବା ନାହିଁ, ଆମେ କୃଷ୍ଣଙ୍କର ନାମକୁ ଶୁଣିପାରିବା ନାହିଁ । କିନ୍ତୁ ସେବନମୁଖେ ହି ଜିହ୍ଵାଦୌ । ଯେତେବେଳେ ତୁମେ ନିଜକୁ କୃଷ୍ଣଙ୍କ ସେବାରେ ନିବୃତ କରିବ... ସେବା କେଉଁଠାରୁ ଆରମ୍ଭ ହେଉଛି? ଜିହ୍ଵାଦୌ । ସେବା ଜିଭରୁ ଆରମ୍ଭ ହେଉଛି । ନାଁ ଗୋଡରୁ, ନାଁ ଆଖିରୁ, ନାଁ କାନରୁ । ଏହା ଜିଭରୁ ଆରମ୍ଭ ହେଉଛି । ସେବନମୁଖେ ହି ଜିହ୍ଵଦୌ । ଯଦି ତୁମେ ତୁମ ଜିଭରୁ ସେବା କରିବା ଆରମ୍ଭ କରିବ... କିପରି? ହରେ କୃଷ୍ଣ ଜପ କରି । ଜିଭକୁ ବ୍ୟବହାର କରି । ହରେ କୃଷ୍ଣ, ହରେ କୃଷ୍ଣ, କୃଷ୍ଣ କୃଷ୍ଣ, ହରେ ହରେ, ହରେ ରାମ, ହରେ ରାମ, ରାମ ରାମ, ହରେ ହରେ । ଏବଂ କୃଷ୍ଣ ପ୍ରସାଦକୁ ଗ୍ରହଣ କରି । ଜିଭର କେବଳ ଦୁଇଟି କାମ : ହରେ କୃଷ୍ଣ ମନ୍ତ୍ର ଉଚ୍ଚାରଣ କରିବା ଏବଂ ପ୍ରସାଦ ଖାଇବା । ଏହି ପ୍ରକ୍ରିୟାରେ ତୁମେ କୃଷ୍ଣଙ୍କୁ ଅନୁଭବ କରିପାରିବ ।

ଭକ୍ତଗଣ: ହରିବୋଲ!

ପ୍ରଭୁପାଦ: କୃଷ୍ଣଙ୍କୁ ଦେଖିବାକୁ ଚେଷ୍ଟା କରନାହିଁ । ତୁମେ ତୁମର ଭୌତିକ ଚକ୍ଷୁରେ କୃଷ୍ଣଙ୍କୁ ଦେଖିପାରିବ ନାହିଁ । ନା ତୁମେ ତୁମ ଭୌତିକ କାନରେ କୃଷ୍ଣଙ୍କ ବିଷୟରେ ଶୁଣିପାରିବ, ନା ତୁମେ ଛୁଇଁ ପାରିବ । କିନ୍ତୁ ତୁମ ଜିଭକୁ ଯଦି କୃଷ୍ଣଙ୍କ ସେବାରେ ଲଗାଇବ, ତେବେ ସେ ନିଜକୁ ତୁମ ପାଖରେ ପ୍ରକଟ କରିବେ । "ମୁଁ ଏଇଠି ।" ତାହା ଆବଶ୍ୟକ । ତେଣୁ କୃଷ୍ଣଙ୍କଠାରୁ ବିଛିନ୍ନତାକୁ ଅନୁଭବ କର ରାଧାରାଣୀଙ୍କ ପରି, ଯେପରି ଚୈତନ୍ୟ ମହାପ୍ରଭୁ ଆମକୁ ଶିକ୍ଷା ଦେଇଛନ୍ତି, ଏବଂ ତୁମର ଜିଭକୁ କୃଷ୍ଣଙ୍କ ସେବାରେ ନିଯୁକ୍ତ କର : ତେବେ ଏକ ଦିନ ଯେତେବେଳେ ତୁମେ ପରିପକ୍ଵ ହୋଇଯିବ, ତୁମେ କୃଷ୍ଣଙ୍କୁ ଆଖିରୁ ଆଖି ଲଗାଇ ଦେଖିପାରିବ ।

ବହୁତ ଧନ୍ୟବାଦ ।