OR/Prabhupada 0541 - ଯଦି ତୁମେ ମୋତେ ଭଲ ପାଅ, ମୋର କୁକୁରକୁ ଭଲ ପାଅ



Sri Vyasa-puja -- Hyderabad, August 19, 1976

ତୁମେ ଭଗବାନ ଶଦ୍ଦର ଭାଷାନ୍ତର କରିପାରିବ ନାହିଁ | ତାହା ସମ୍ଭବ ନୁହେଁ | ଏବଂ ଧର୍ମର ଅର୍ଥ ହେଉଛି ଧର୍ମଂ ତୁ ସାକ୍ଷାତ ଭଗବତ-ପ୍ରଣୀତମ (SB 6.3.19) | ଆପଣ ନିଜ ଘରେ ଏକ ପ୍ରକାର ଧାର୍ମିକ ବ୍ୟବସ୍ଥା ତିଆରି କରିପାରିବେ ନାହିଁ | ତାହା ହେଉଛି ଧୃତତା, ଯାହା ଅଦରକାରୀ | ଧର୍ମର ଅର୍ଥ ହେଉଛି ସାକ୍ଷାତ ଭଗବତ-ପ୍ରଣୀତମ | ଠିକ୍ ନିୟମ ପରି | ଆଇନର ଅର୍ଥ ହେଉଛି ସରକାର ଯାହା ଦିଅନ୍ତି | ତୁମ ଘରେ ଆଇନ ତିଆରି କରିପାରିବ ନାହିଁ | ଧରାଯାଉ ରାସ୍ତାରେ, ସାଧାରଣ ଜ୍ଞାନରେ, ସରକାରୀ ଆଇନ ଡାହାଣକୁ କିମ୍ବା ବାମକୁ ରହିବା | ଆପଣ କହିପାରିବେ ନାହିଁ ଯଦି "ମୁଁ ଡାହାଣ କିମ୍ବା ବାମକୁ ଯାଏ ତେବେ ସେଠାରେ କ’ଣ ଭୁଲ୍ ଅଛି?" ନା, ତାହା ତୁମେ କରିପାରିବ ନାହିଁ | ତା’ପରେ ତୁମେ ଅପରାଧୀ ହେବ | ସେହିପରି ଆଜିକାଲି ... ଆଜିକାଲି ନୁହେଁ - ପ୍ରାଚୀନ କାଳରୁ, ସେଠାରେ ଅନେକ ଧାର୍ମିକ ବ୍ୟବସ୍ଥା ଅଛି | ଅନେକ। କିନ୍ତୁ ପ୍ରକୃତ ଧାର୍ମିକ ବ୍ୟବସ୍ଥା ହେଉଛି ଭଗବାନ ଯାହା କୁହନ୍ତି କିମ୍ବା କୃଷ୍ଣ କୁହନ୍ତି | ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ (BG 18.66) | ଏହା ହେଉଛି ଧର୍ମ। ସରଳ | ତୁମେ ଧର୍ମ ତିଆରି କରିପାରିବ ନାହିଁ |

ସେଥିପାଇଁ, ଶ୍ରୀମଦ ଭାଗବତର, ଆରମ୍ଭ ହେଉଛି, ଧର୍ମଃ ପ୍ରୋଜିତ-କୈତବୋ ଅତ୍ର ପରମୋ ନିର୍ମତ୍ସରାଣାମ (SB 1.1.2) | ତେଣୁ ... କେହି କେହି ଈର୍ଷା କରିପାରନ୍ତି, ଯେ ଏହି ବ୍ୟକ୍ତି କିଛି ଶିଷ୍ୟଙ୍କୁ ଅତ୍ୟାଧୁନିକ କରିଛନ୍ତି ଏବଂ ସେମାନେ ପ୍ରାର୍ଥନା ଏବଂ ପୂଜା କରୁଛନ୍ତି | ନା, ଏହା ହେଉଛି ପ୍ରଣାଳୀ | ଈର୍ଷା କର ନାହିଁ ... ଆଚାର୍ଯ୍ୟଂ ମାମଂ ବିଜନିୟାନ ନାବମନ୍ୟତେ କର୍ହିଚିତ (SB 11.17.27) | ଅଚାର୍ଯ୍ୟ ହେଉଛନ୍ତି ଭଗବାନଙ୍କର ପ୍ରତିନିଧି | ଯସ୍ୟ ପ୍ରସାଦ ଭଗବତ୍ ପ୍ରସାଦୋ | ଯଦି ତୁମେ ପ୍ରାର୍ଥନା କର, ଆଚାର୍ଯ୍ୟଙ୍କୁ ସମ୍ମାନ ଦିଅ, ତେବେ କୃଷ୍ଣ, ପରମ ପୁରୁଷ ଭଗବାନ ପ୍ରସନ୍ନ ହେବେ | ତାଙ୍କୁ ପ୍ରସନ୍ନ କରିବାକୁ ତୁମେ ତାଙ୍କର ପ୍ରତିନିଧୀଙ୍କୁ ସନ୍ତୁଷ୍ଟ କରିବାକୁ ପଡିବ | "ଯଦି ତୁମେ ମୋତେ ଭଲ ପାଅ, ମୋର କୁକୁରକୁ ଭଲ ପାଅ।" ଏବଂ ଭଗବଦ୍-ଗୀତାରେ ଏହା ଆଚର୍ଯ୍ୟୋପାସନମ୍ କୁହାଯାଏ | ଆଚର୍ଯ୍ୟୋପାସନମ୍। ଆମକୁ ଆଚାର୍ଯ୍ୟଙ୍କର ପୂଜା କରିବାକୁ ପଡିବ |

ଯସ୍ୟ ଦେବେ ପରା ଭକ୍ତିର
ଯଥା ଦେବେ ତଥା ଗୁରୌ
ତସ୍ୟୈତେ କଥିତ ହି ଅର୍ଥଃ
ପ୍ରକାଶନ୍ତେ ମହାତ୍ମନଃ
(ŚU 6.23)

ଏହା ହେଉଛି ବୈଦିକ ମନ୍ତ୍ର | ତଦ ବିଜ୍ଞାନାର୍ଥମ ସ ଗୁରୁମ ଏବାଭିଗଚ୍ଛେତ୍ (MU 1.2.12) |

ତସ୍ମାଦ ଗୁରୁମ ପ୍ରପଧେତ
ଜିଜ୍ଞାସୁଃ ଶ୍ରେୟ ଉତ୍ତମମ
ଶଦ୍ଦେ ପରେ ଚ ନିଷ୍ଣାତମ
ବ୍ରହ୍ମାଣି ଓପଶମାଶ୍ରୟମ
(SB 11.3.21)

ତଦ୍ ବିଦ୍ଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା (BG 4.34) | ତେଣୁ ଏଗୁଡ଼ିକ ହେଉଛି ଆଦେଶ | ଗୁରୁ ପରମ୍ପରା ପ୍ରଣାଳୀ ମାଧ୍ୟମରେ ଆସିବା ଜରୁରୀ | ତେବେ ସେ ସଚ୍ଚୋଟ ଅଟନ୍ତି | ନଚେତ୍ ସେ ଜଣେ ବଦମାସ | ପରମ୍ପରା ପ୍ରଣାଳୀ ମାଧ୍ୟମରେ ଆସିବାକୁ ହେବ, ଏବଂ ତଦ-ବିଜ୍ଞାନାର୍ଥେ, ବୁଝିବାକୁ ହେଲେ, ଦିବ୍ୟ ବିଜ୍ଞାନ ଆପଣଙ୍କୁ ଗୁରୁଙ୍କ ନିକଟକୁ ଯିବାକୁ ପଡିବ | ତୁମେ କହିପାରିବ ନାହିଁ ଯେ ମୁଁ ଘରେ ବୁଝିପାରିବି | ନା। ଏହା ସମ୍ଭବ ନୁହେଁ | ତାହା ହେଉଛି ସମସ୍ତ ଶାସ୍ତ୍ରର ଆଦେଶ | ତସ୍ମାଦ ଗୁରଂ ପ୍ରପଦ... କିଏ ଗୁରୁ ଆବଶ୍ୟକ କରେ? ଗୁରୁ ଏକ ଫ୍ୟାଶନ୍ ନୁହଁନ୍ତି ଯେପରି ତୁମେ କୁକୁର ରଖୁଛ ଫ୍ୟାଶନ୍ ପାଇଁ, ଆଧୁନିକ ସଭ୍ୟତା, ସେହିଭଳି ଆମେ ଏକ ଗୁରୁ ରଖୁ | ନା, ସେପରି ନୁହେଁ | କିଏ ଗୁରୁ ଆବଶ୍ୟକ କରେ? ତସ୍ମାଦ ଗୁରୁମ ପ୍ରପଧେତ ଜିଜ୍ଞାସୁଃ ଶ୍ରେୟ ଉତ୍ତମମ (SB 11.3.21) | ଯିଏ ପ୍ରକୃତରେ ଆତ୍ମା ​​ପ୍ରାଣର ବିଜ୍ଞାନକୁ ବୁଝିବା ପାଇଁ ଗମ୍ଭୀର | ତଦ ବିଜ୍ଞାନମ | ଓଁ ତତ୍ ସତ୍ | ସେ ଏକ ଗୁରୁ ଆବଶ୍ୟକ କରନ୍ତି | ଗୁରୁ ଏକ ଫ୍ୟାଶନ ନୁହଁନ୍ତି |