OR/Prabhupada 0567 - ମୁଁ ଏହି ସଂସ୍କୃତି ଦୁନିଆକୁ ଦେବା ପାଇଁ ଚାହୁଁଥିଲି



Press Interview -- December 30, 1968, Los Angeles

ପତ୍ରକାର: ମହାଶୟ ଆପଣ କେବେ ଠାରୁ ଏଠାରେ ଅଛନ୍ତି?

ପ୍ରଭୁପାଦ: ମୁଁ ଏଠାକୁ ସେପ୍ଟେମ୍ବର ୧୯୬୫ରେ ଆସିଥିଲି, ଏବଂ ତାପରେ ମୁଁ ଟିକିଏ ଅସ୍ଵସ୍ଥ ଥିଲି ମେ ୧୯୬୭ ରେ, ମୁଁ ଭାବୁଛୁ । ତାପରେ ମୁଁ ଭାରତକୁ ଫେରି ଗଲି । ତାପରେ ପୁଣି ଡ଼ିସେମ୍ଵର ୧୯୬୭ ରେ ମୁଁ ଫେରେ ଆସିଲି, ଏକ ବର୍ଷ ପରେ ।

ପତ୍ରକାର: ହଁ, ମୁଁ ଦେଖୁଛି । ଆପଣ କାହିଁକି ଏଠାକୁ ଆସିଲେ?

ପ୍ରଭୁପାଦ: କାରଣ ମୁଁ ଏହି ସଂସ୍କୃତି ଦୁନିଆକୁ ଦେବା ପାଇଁ ଚାହୁଁଥିଲି, ଏବଂ ମୋର ଧାରଣା ଥିଲା ଯେ ଆମେରିକା ହେଉଛି ଏକ ଉନ୍ନତ ଦେଶ । ଯଦି ସେମାନେ ଏହାକୁ ଗ୍ରହଣ କରିବେ, ତେବେ ପୁରା ଦୁନିଆରେ ଏହାକୁ ପ୍ରସାର କରିବା ସମ୍ଭବ ହୋଇ ପାରିବ । ତାହା ହେଉଛି ମୋର ବିଚାର । କିନ୍ତୁ ବର୍ତ୍ତମାନ ମୁଁ ଆଶାବାଦୀ, କାରଣ ଏହି ଶିକ୍ଷିତ ଯୁବା ଆମେରିକୀୟମାନେ, ସେମାନେ ଏହି ଆନ୍ଦୋଳନରେ ଗମ୍ଭୀର ରୁଚି ନେଉଛନ୍ତି । ଏବଂ ଆମେମାନେ ପତ୍ରିକା, ପୁସ୍ତକ ପ୍ରକାଶିତ କରୁଛୁ, ଏବଂ ସେଗୁଡ଼ିକ ଭାରୀ ସୁନ୍ଦର ଭାବରେ ଲେଖା ହୋଇଛି । ତେବେ ମୁଁ ବୃଦ୍ଧ ବ୍ୟକ୍ତି, ମୁଁ ମରିଯାଇ ପାରେ, କିନ୍ତୁ ମୁଁ ବିଚାରକୁ ପ୍ରତି ରୋପଣ କରିଛି । ଏହା ଚାଲିବ । ଏହା ଚାଲିବ, ଏବଂ ସେମାନଙ୍କୁ ସ୍ଵୀକାର କରାଯିବ । ସେହି ପରୀକ୍ଷଣ କରାଯାଇ ସାରିଛି । ଯଦି ଏହା ଭଲ ଭାବରେ ପ୍ରଚାରିତ ହୁଏ, ତେବେ ଏହା କୌଣସି ଅସଫଳତା ବିନା ସ୍ଵୀକାର କରାଯିବ । ଏବଂ ଏହି ବାଳକମାନେ ଯେଉଁମାନେ ମୋ ପାଖକୁ ଆସିଛନ୍ତି, ସେମାନେ ଗମ୍ଭୀରତାର ସହ ସ୍ଵୀକାର କରିଛନ୍ତି । ତେଣୁ ମୁଁ ଆଶାବାଦୀ ।

ପତ୍ରକାର: ମୁଁ ଆପଣଙ୍କର ପତ୍ରିକା ଦେଖିଛି । ଏହା ଏକ ସୁନ୍ଦର ପତ୍ରିକା ।

ପ୍ରଭୁପାଦ: ବେକ୍ ଟୁ ଗଡ୍ ହେଡ୍?

ପତ୍ରକାର: ଓ ହଁ । ଏକ ସୁନ୍ଦର ପତ୍ରିକା ।

ପ୍ରଭୁପାଦ: ବହୁତ ବହୁତ ଧନ୍ୟବାଦ । ଧନ୍ୟବାଦ ।

ପତ୍ରକାର: ସୁନ୍ଦର ଜିନିଷ । ତାହା କେଉଁଠାରେ କରାଯାଉଛି?

ପ୍ରଭୁପାଦ: ଏହା ନ୍ୟୁୟର୍କରେ ପ୍ରକାଶିତ କରାଯାଉଛି ।

ପତ୍ରକାର: ନ୍ୟୁୟର୍କରେ । ମୁଁ ନୂଆ ସଂସ୍କରଣ ଦେଖିଛି...ସୁନ୍ଦର ପତ୍ରିକା । ଅହ୍, ଆନ୍ଦୋଳନରେ ପ୍ରାୟ କେତେ ଲୋକ ଅଛନ୍ତି?

ପ୍ରଭୁପାଦ: ମୋ ପାଖରେ ଶହେରୁ ଟିକିଏ ଅଧିକ ଶିଷ୍ୟ ଅଛନ୍ତି ଯେଉଁମାନେ ମୋର ନିୟନ୍ତ୍ରକ ସିଦ୍ଧାନ୍ତଗୁଡ଼ିକ ଗମ୍ଭୀର ଭାବରେ ଅନୁସରଣ କରୁଛନ୍ତି ।

ପତ୍ରକାର: ଶହେ ।

ପ୍ରଭୁପାଦ: ହଁ । ବିଭିନ୍ନ ଶାଖାରେ । ଆମର ତେରଟି ଶାଖା ଅଛି । କିଛି ଶିଷ୍ୟ ଲଣ୍ଡନରେ ଅଛନ୍ତି ।

ପତ୍ରକାର: ଲଣ୍ଡନରେ?

ପ୍ରଭୁପାଦ: ହଁ, ସେମାନେ ବହୁତ ଭଲ କରୁଛନ୍ତି । ସେମାନେ ସମସ୍ତେ ବିବାହିତ ଦମ୍ପତି । ମୁଁ ସେମାନଙ୍କର ବିବାହ କରିଛି । ହଁ । ମୁଁ ସେମାନଙ୍କର ବିବାହ କରିଛି । ସେମାନେ ଯୁବକ, ସମସ୍ତେ ତିରିଶି ଭିତରେ । ମୋର ସବୁଠାରୁ ବୟସ୍କ ଶିଷ୍ୟର ବୟସ ୨୮ ବର୍ଷ । ଅନ୍ୟଥା ୨୪, ୨୫ । ବେଶୀରୁ ବେଶୀ ୩୦ । ଏବଂ ସେହିପରି, ବାଳିକାମାନେ, ତୁମେ ଏହି ବାଳିକାମାନଙ୍କୁ ଦେଖୁଥିବ । ତୁମେ ଦେଖ । ତେଣୁ ମୁଁ ସେମାନଙ୍କୁ ପାଇଛି, ମୁଁ ସେମାନଙ୍କୁ ସେମାନଙ୍କର ବିବାହିତ ଜୀବନରେ ଖୁସୀ କରେ । ସେମାନଙ୍କର ମାନସିକତା ହେଉଛି...ସେମାନେ ତଥା କଥିତ ଅସନ୍ତୁଷ୍ଟ ଜୀବନ ପଛରେ ନାହାଁନ୍ତି । ସେମାନେ ଅତି ସରଳ ଜୀବନ ଯାପନ କରି ପାରିବେ ବହୁତ କମ ଶାରୀରିକ ଆବଶ୍ୟକତା ସହିତ, କିନ୍ତୁ କୃଷ୍ଣ ଚେତନାର ବହୁତ ଉଚ୍ଚ ବିଚାର ଅଛି । ତେଣୁ ମୁଁ ବହୁତ ଆଶାବାଦୀ ଯେ ଏପରିକି ମୁଁ ମରିଗଲେ... କାରଣ ମୁଁ ବୃଦ୍ଧ ବ୍ୟକ୍ତି, ୭୩ ବର୍ଷ ବୟସ୍କ । ମୁଁ ଯେ କୌଣସି କ୍ଷଣରେ ମରି ପାରେ । କିନ୍ତୁ ମୁଁ ବର୍ତ୍ତମାନ ନିଶ୍ଚିତ ମୋର ଅନ୍ଦୋଳନ ଚାଲିବ । ଏହି ବାଳକମାନେ ଏହାକୁ ଆଗକୁ ନେବେ । ତାହା ହେଉଛି, ମୋର ଲକ୍ଷ୍ୟ, ଏହି ପରି ଭାବରେ ସଫଳ । ମୁଁ ଏଠାକୁ ଏହି ବିଚାର ସହିତ ଆସିଥିଲି, ଯେ ଏହି କୃଷ୍ଣ ଚେତନା ଆନ୍ଦୋଳନ ଆମେରିକାରୁ ଆରମ୍ଭ ହେବା ଉଚିତ୍ । କାରଣ ଅମେରିକା ଦ୍ଵାରା କିଛି ବି ସ୍ଵୀକୃତ, ଲୋକମାନେ ଅନୁସରଣ କରିବେ କାରଣ ଆମେରିକାକୁ ବିଚାର କରାଯାଏ... ବାସ୍ତବରେ ଆମେରିକା ଗରୀବ ଦେଶ ନୁହେଁ । ତେଣୁ ସେମାନେ ଅତି ସହଜରେ ବୁଝି ପାରିବେ, ସେମାନେ ଏହାକୁ ଗ୍ରହଣ କରିବେ । ଏବଂ ଅନେକ ଦ୍ଵନ୍ଦ ଯୁକ୍ତ ଯୁବକ ଅଛନ୍ତି ।