OR/Prabhupada 0609 - ତୁମେ ଅନେକ ଅଛ ହରେ କୃଷ୍ଣ ମନ୍ତ୍ର ଜପ କରୁଛ । ତାହା ହେଉଛି ମୋର ସଫଳତା



Arrival Lecture -- Los Angeles, May 18, 1972

ତେବେ ମୋର ପ୍ରିୟ ବାଳକ ଏବଂ ବାଳିକାମାନେ, ପ୍ରାୟ ଛଅ ବର୍ଷ ପୂର୍ବେ, ମୁଁ ତୁମ ଦେଶକୁ ଆସିଥିଲି, ଏକୁଟିଆ, ଏହି କରତାଳ ଯୋଡ଼ା ସହିତ । ବର୍ତ୍ତମାନ ତୁମେ ଅନେକ ଅଛ ହରେ କୃଷ୍ଣ ମନ୍ତ୍ର ଜପ କରୁଛ । ତାହା ହେଉଛି ମୋର ସଫଳତା । ଏହା ହେଉଛି ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ଭବିଷ୍ୟବାଣୀ ।

ପ୍ରଥିବୀତେ ଅଛେ ଯତ ନଗରାଦୀ ଗ୍ରାମ
ସର୍ବତ୍ର ପ୍ରଚାର ହୋବେ ମୋର ନାମ
(CB Antya-khaṇḍa 4.126)

ଭଗବାନ ଚୈତନ୍ୟ ଚାହୁଁଥିଲେ ଯେ "ସମସ୍ତ ନଗରମାନଙ୍କରେ, ଏହି ଭୂପୃଷ୍ଠରେ ଯେତେ ସବୁ ନଗର ଏବଂ ଗ୍ରାମ ଅଛି, ମୋର ନାମ ପ୍ରସାରିତ ହେବ ।" ସେ ହେଉଛନ୍ତି କୃଷ୍ଣ ନିଜେ, ସ୍ଵୟଂ କୃଷ୍ଣ, କୃଷ୍ଣ ଚୈତନ୍ୟ ନାମିନେ, କେବଳ ତାଙ୍କର ନାମ କୃଷ୍ଣ ଚୈତନ୍ୟ ନାମରେ ପରିବର୍ତ୍ତନ କରିଥିଲେ । ତେବେ ତାଙ୍କର ଭବିଷ୍ୟବାଣୀ କେବେ ବୃଥା ଯିବ ନାହିଁ । ତାହା ହେଉଛି ତଥ୍ୟ । ତେବେ ମୋର ଯୋଜନା ଥିଲା ଯେ "ମୁଁ ଆମେରିକାକୁ ଯିବି । ଆମେରିକା ହେଉଛି ବିଶ୍ଵର ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ ଦେଶ । ଯଦି ମୁଁ ଆମେରିକାର ଯୁବ ପୀଢ଼ିକୁ ରାଜି କରେଇ ପାରିବି, ସେମାନେ ଗ୍ରହଣ କରିବେ ।" ମୁଁ ବୃଦ୍ଧ ବ୍ୟକ୍ତି । ମୁଁ ଏଠାକୁ ସତୁରୀ ବର୍ଷ ବୟସରେ ଆସିଥିଲି; ବର୍ତ୍ତମାନ ମୋର ବୟସ ହେଉଛି ଛଅସ୍ତରୀ ବର୍ଷ । ତେବେ ମୋର ଚେତାବନୀ ପୂର୍ବରୁ ଅଛି । ଉନେଇସିଶହ ଏକସ୍ତରୀ ମସିହାରେ, ମୋର ହୃଦଘାତ ହୋଇଥିଲା । ତୁମେ ସମସ୍ତେ ଜାଣିଛ । ତେବେ ଚୈତନ୍ୟ ମହାପ୍ରଭୁଙ୍କର ଲକ୍ଷ୍ୟ ବର୍ତ୍ତମାନ ତୁମ ହାତରେ ଅଛି । ତୁମେ ଆମେରିକୀୟ ବାଳକ ଏବଂ ବାଳିକାମାନେ, ଅତି ବୁଦ୍ଧିମାନ ଏବଂ କୃଷ୍ଣଙ୍କର କୃପାର ପାତ୍ର ଅଟ । ତୁମେ ମାନେ ଦାରିଦ୍ର୍ୟର ଶିକାର ହୋଇ ନାହଁ । ତୁମ ପାଖରେ ଯଥେଷ୍ଟ ସଂସାଧନ, ଗୌରବ ଅଛି । ଭୌତିକ ଦୃଷ୍ଟିକୋଣରୁ ସବୁକିଛି ଅଛି, ତୁମେ ମାନେ ଭଲ ଭାବରେ ସୁସଜ୍ଜିତ । ଯଦି ତୁମେ ଦୟାକରି ଏହି କୃଷ୍ଣ ଚେତନା ଆନ୍ଦୋଳନକୁ ଗମ୍ଭୀରତାର ସହିତ ଗ୍ରହଣ କରିବ, ତୁମର ଦେଶ ସୁରକ୍ଷିତ ହେବ, ଏବଂ ସମଗ୍ର ବିଶ୍ଵ ମଧ୍ୟ ସୁରକ୍ଷିତ ହୋଇଯିବ ।