OR/Prabhupada 0645 - ଜଣେ ଯିଏ କୃଷ୍ଣଙ୍କୁ ଅନୁଭବ କରି ପାରିଛି, ତେବେ ସେ ସର୍ବଦା ବୃନ୍ଦାବନରେ ରହୁଛି



Lecture on BG 6.1 -- Los Angeles, February 13, 1969

ପ୍ରଭୁପାଦ: ହଁ, ତୁମର ପ୍ରଶ୍ନ କ'ଣ?

ଭକ୍ତ: କ'ଣ କ୍ଷୀରୋଦକ୍ଷାୟୀ ବିଷ୍ଣୁ ନିର୍ଜୀବ ମଧ୍ୟରେ ଅଛନ୍ତି, ନିର୍ଜୀବ ଯେପରି ପଥର?

ପ୍ରଭୁପାଦ: ହମ୍?

ଭକ୍ତ:କ'ଣ କ୍ଷୀରୋଦକ୍ଷାୟୀ ବିଷ୍ଣୁ ନିର୍ଜୀବ ମଧ୍ୟରେ ଅଛନ୍ତି, ପଦାର୍ଥରେ?

ପ୍ରଭୁପାଦ: ହଁ, ହଁ, ଏପରିକି ଅଣୁରେ ମଧ୍ୟ ।

ଭକ୍ତ: ତାଙ୍କର ଚତୁର୍ଭୁଜ ରୂପରେ ଯେପରି...?

ପ୍ରଭୁପାଦ: ଓ ହଁ ।

ଭକ୍ତ: ତାଙ୍କର କ'ଣ...?

ପ୍ରଭୁପାଦ: ଯେଉଁଠାରେ ସେ ରୁହଁନ୍ତି, ସେ ନିଜର ସମ୍ପୂର୍ଣ୍ଣ ଆଭୁଷଣରେ ରୁହଁନ୍ତି । ଅଣୋର ଅଣିୟାନ ମହତୋ ମହିୟାନ (Kaṭha Upaniṣad 1.2.20)। ସେ ବୃହତ୍ତମ ଠାରୁ ବୃହତ୍ତମ, ଏବଂ କ୍ଷୁଦ୍ରତମ ଠାରୁ କ୍ଷୁଦ୍ରତମ । ସେ ହେଉଛନ୍ତି ବିଷ୍ଣୁ । ଅଣ୍ଡାନ୍ତର-ସ୍ଥ-ପରମାଣୁ-ଚୟାନ୍ତର-ସ୍ଥମ (Bs 5.35) । ପରମାଣୁ ଅର୍ଥାତ୍ ପରମାଣୁ । ତୁମେ ପରମାଣୁକୁ ଦେଖି ପାରିବ ନାହିଁ, କେତେ କ୍ଷୁଦ୍ର । ସେ ସେହି ପରମାଣୁରେ ଅଛନ୍ତି । ସେ ସର୍ବତ୍ର ଅଛନ୍ତି ।

ତମାଳ କୃଷ୍ଣ: ପ୍ରଭୁପାଦ, ଆପଣ ଆମକୁ କହିଥିଲେ ଯେ କୃଷ୍ଣ ଯେଉଁଠାରେ ଅଛନ୍ତି, ତାହା ହେଉଛି ବୃନ୍ଦାବନ । ମୁଁ କ'ଣ ଭାବୁଥିଲି, ଯଦି କୃଷ୍ଣ ଆମ ହୃଦୟ ଭିତରେ ଅଛନ୍ତି, ତାହାର ମାନେ କ'ଣ ଆମର ହୃଦୟରେ...

ପ୍ରଭୁପାଦ: ହଁ ଜଣେ ଯିଏ ଅନୁଭବ କରିଛି, ସେ ଯେ କୌଣସି ସ୍ଥାନରେ ରହିଲେ ମଧ୍ୟ ତାଙ୍କ ପାଇଁ ବୃନ୍ଦାବନରେ ରହିଲା ପରି । ଏକ ଆତ୍ମାନୁଭୁତି ଜୀବାତ୍ମା ସର୍ବଦା ବୃନ୍ଦାବନରେ ରୁହଁନ୍ତି । ଚୈତନ୍ୟ ମହାପ୍ରଭୁ କହିଛନ୍ତି । ଜଣେ ଯିଏ କୃଷ୍ଣଙ୍କୁ ଅନୁଭବ କରି ପାରିଛି, ତେବେ ସେ ସର୍ବଦା ବୃନ୍ଦାବନରେ ରହୁଛି । ସେ କେଉଁଠାରେ ନାହିଁ... ଠିକ୍ ଯେପରି କୃଷ୍ଣ କିମ୍ଵା ବିଷ୍ଣୁ ସମସ୍ତ ପ୍ରାଣୀମାନଙ୍କର ହୃଦୟରେ ଅଛନ୍ତି, କିନ୍ତୁ ସେ କୁକୁର ହୃଦୟରେ ମଧ୍ୟ ଅଛନ୍ତି । ଏହାର ମାନେ କି ତାଙ୍କର କୁକୁର ପ୍ରବୃତ୍ତି ଅଛି? ସେ ବୈକୁଣ୍ଠରେ ରୁହଁନ୍ତି । ଯଦିଓ ସେ କୁକୁର ହୃଦୟରେ ମଧ୍ୟ ଅଛନ୍ତି, କିନ୍ତୁ ସେ ବୈକୁଣ୍ଠରେ ରୁହଁନ୍ତି । ସେହି ପାରି ଏକ ଭକ୍ତ ଅନ୍ୟ ଏକ ସ୍ଥାନରେ ବାସ କରିଲା ପରି ମନେ ହୁଏ ଯାହା ବୃନ୍ଦାବନ ଠାରୁ ଦୂରରେ ଅଛି, କିନ୍ତୁ ସେ ବୃନ୍ଦାବନରେ ରହୁଛନ୍ତି । ତାହା ହେଉଛି ତଥ୍ୟ । ହଁ ।