OR/Prabhupada 0666 - ଯଦି ସୂର୍ଯ୍ୟ ତୁମ କକ୍ଷ ମଧ୍ୟକୁ ଆସିପାରନ୍ତି, କୃଷ୍ଣ ତୁମ ହୃଦୟ ମଧ୍ୟକୁ ଆସିପାରିବେ



Lecture on BG 6.13-15 -- Los Angeles, February 16, 1969

ତମାଳକୃଷ୍ଣ: "ଭଗବଦ୍ ଧାମ ତ ସର୍ବତ୍ର ଅଛି, କିନ୍ତୁ ପରବୌମ ଏବଂ ତାର ଗ୍ରହମାନଙ୍କୁ ପରମ ଧାମ କୁହାଯାଏ, ସର୍ବୋଚ୍ଚ ଧାମ..."

ପ୍ରଭୁପାଦ: ହଁ । ଏହି ଭୌତିକ ଜଗତ ମଧ୍ୟ ଭଗବାନଙ୍କ ସୃଷ୍ଟି । ଏହା ମଧ୍ୟ ଭଗବାନଙ୍କ ସାମ୍ରାଜ୍ୟ, କିନ୍ତୁ ଯେହେତୁ ଆମେ ଭଗବାନଙ୍କୁ ଭୁଲି ଯାଇଛୁ, ଆମେ ତିଆରି କରିଛୁ "ଭଗବାନ ମରି ଯାଇଛନ୍ତି," ସେଥିପାଇଁ ଏହା ନର୍କରେ ପରିଣତ ହୋଇଛି । ଯଦି ଆମେ ଭଗବାନଙ୍କୁ ଗ୍ରହଣ କରିବା, ଓଃ, ଏହା ଆପେ ଆପେ ଆଧ୍ୟାତ୍ମିକ ଜଗତ ହୋଇଯିବ । ସେଥିପାଇଁ ଏହି ମନ୍ଦିର ହେଉଛି ଆଧ୍ୟାତ୍ମିକ ଜଗତ, ଏହା ଭୌତିକ ଜଗତ ନୁହେଁ । ଏହା ଭୌତିକ ଜଗତରୁ ଉର୍ଦ୍ଧ୍ଵରେ ପଢିଚାଲ ।

ତମାଳକୃଷ୍ଣ: "ଏକ ପୂର୍ଣ୍ଣ ଯୋଗୀ ସେ କୃଷ୍ଣଙ୍କୁ ସମ୍ପୂର୍ଣରୂପରେ ବୁଝିପାରିବ ଯାହାକି ଭଗବାନ ନିଜେ ଏଠାରେ କହୁଛନ୍ତି, ଯାହାକି ଭଗବାନ ନିଜେ ଏଠାରେ କହୁଛନ୍ତି, ବାସ୍ତବ ଶାନ୍ତି ପାଇ ପାରିବ ଏବଂ ପରିଶେଷରେ ପରମଧାମକୁ ଯାଇପାରିବ, କୃଷ୍ଣ ଲୋକ, ଯାହାକୁ ଗୋଲୋକ ବୃନ୍ଦାବନ କୁହାଯାଏ । ବ୍ରହ୍ମ-ସଂହିତାରେ ଅତି ସ୍ପଷ୍ଟ ଭାବରେ କୁହାଯାଇଛି ଯେ ଭଗବାନ, ଯଦିଓ ସେ ସର୍ବଦା ଗୋଲୋକ ବୃନ୍ଦାବନରେ ବାସ କରନ୍ତି, ସେ ହେଉଛନ୍ତି ସର୍ବ ବ୍ୟାପକ ବ୍ରାହ୍ମଣ ଏବଂ ସିମୀତ ପରମାତ୍ମା ମଧ୍ୟ ।"

ପ୍ରଭୁପାଦ: ହଁ । ଯଦି ତୁମେ ଭାବିବ ଯେ କୃଷ୍ଣ ନିଜ ଧାମରେ ଅଛନ୍ତି, ଗୋଲୋକ ବୃନ୍ଦାବନରେ, ତେବେ ତୁମେ କିପରି ଭାବିବ ଯେ କୃଷ୍ଣ ତୁମର ଏହି ମନ୍ଦିରରେ କୃଷ୍ଣ ଅଛନ୍ତି? ନାଁ, ବ୍ରହ୍ମ-ସଂହିତା କହୁଛି... ସେଥିପାଇଁ ଆମେ ଆଧିକୃତ ମାତାଙ୍କ ଠାରୁ ଶୁଣିବା କଥା । ବ୍ରହ୍ମ ସଂହିତା କୁହେ: ଗୋଲୋକ ଏବ ନିବସତି ଅଖିଳାତ୍ମ ଭୁତଃ (Bs. 5.37) । ଯଦିଓ ସେ ତାଙ୍କ ଧାମରେ ରୁହନ୍ତି, ଗୋଲୋକ ବୃନ୍ଦାବନରେ, ସେ ହେଉଛନ୍ତି ସର୍ବତ୍ର । ସେ ସବୁଠାରେ ଅଛନ୍ତି । ଯେପରି, ସେହି ଉଦାହରଣ ଦିଆଯାଇପାରେ । ଯେ ସୂର୍ଯ୍ୟ ଆମ ଠାରୁ, ନବେ ଲକ୍ଷ ମାଇଲ ଦୁରରେ ବା ସେମିତି କିଛି, ଦୁରରେ ଅଛି । କିନ୍ତୁ ତାହା ତୁମ କକ୍ଷରେ ଅଛି । ଅନ୍ୟଥା ତୁମେ କିପରି କହୁଛ, "ଓଃ ସୂର୍ଯ୍ୟାଲୋକ ଏଠି ଅଛି ।"? ଯଦି ସୂର୍ଯ୍ୟ ତୁମ କକ୍ଷ ମଧ୍ୟକୁ ଛେଦ କରିପାରିବ, ତୁମ ହୃଦୟ, ଏବଂ ତୁମ କକ୍ଷ ଏବଂ ସବୁ କୋଣ ଭିତରେ କାହିଁକି କୃଷ୍ଣ ପାରିବେ ନାହିଁ? ସେ ଏତେ ନିର୍ରଥକ କି? ସେ ସର୍ବତ୍ର ଅଛନ୍ତ, କିନ୍ତୁ ତୁମେ ଅନୁଭବ କରିବା ଉଚିତ୍, କିପରି ସେ ସର୍ବତ୍ର ଅଛନ୍ତି । ଆଗକୁ ପଢ ।

ତମାଳକୃଷ୍ଣ: କେହି ମଧ୍ୟ ପରବୌମକୁ ପହଞ୍ଚିପାରିବେ ନାହିଁ, ଭଗବାଙ୍କର ଚିରନ୍ତନ ଧାମକୁ ପହଞ୍ଚିପାରିବେ ନାହିଁ, ବିନା କୃଷ୍ଣଙ୍କର ସଠିକ ବୁଝାମଣାରେ, ଏବଂ ତାଙ୍କର ସ୍ଵାଂଶ ଅବତାର, ବିଷ୍ଣୁଙ୍କର ମଧ୍ୟ । ସେଥିପାଇଁ ଯେଉଁ ବ୍ୟକ୍ତି କୃଷ୍ଣ ଚେତନାରେ କାମ କରୁଛି ସେ ହେଉଛି ସମ୍ପୂର୍ଣ୍ଣ ଯୋଗୀ କାରଣ ତାର ମନ ସବୁବେଳେ କୃଷ୍ଣଙ୍କର ଲିଳାରେ ପୁର୍ଣ୍ଣ । ବେଦରୁ ମଧ୍ୟ ଅାମେ ଶିଖିପାରିବା, 'ପରମ ପୁରୁଷ ଭଗବାନଙ୍କୁ ବୁଝିପାରି ଜଣେ ଜନ୍ମ ଏବଂ ମୃତ୍ୟୁର ପଥକୁ ଅତିକ୍ରମ କରିପାରିବ।' ଅନ୍ୟ ଶବ୍ଦରେ, ଭୌତିକ ଅସ୍ତିତ୍ଵର ଆସକ୍ତିରୁ ମୁକ୍ତ ହେବା ହେଉଛି ଯୋଗର ପୂର୍ଣ୍ଣତା ଏବଂ ଇନ୍ଦ୍ରଜାଲ ବା ବ୍ୟାୟାମର କୁଶଳ ଦେଖାଇ ନିରିହ ଲୋକଙ୍କୁ ବୋକା ବନାଇବା ନୁହେଁ ।"

ପ୍ରଭୁପାଦ: ଧନ୍ୟବାଦ, ବାସ ।