OR/Prabhupada 0703 - ଯଦି ତୁମର ମନକୁ କୃଷ୍ଣଙ୍କ ପାଖରେ ନିବେଶିତ କରିବ ତେବେ ଏହା ହେଉଛି ସମାଧି



Lecture on BG 6.46-47 -- Los Angeles, February 21, 1969

ଭକ୍ତ: ପ୍ରଭୁପାଦ? ସମାଧି ଯାହା ଅଷ୍ଟାଙ୍ଗ ଯୋଗ ପ୍ରଣାଳୀର ପୂର୍ଣ୍ଣତା ତାହା ଭକ୍ତି ଯୋଗ ପ୍ରଣାଳୀ ସହିତ ସମାନ କି?

ପ୍ରଭୁପାଦ: ହଁ, ସମାଧି ଅର୍ଥାତ୍ ମନକୁ ବିଷ୍ଣୁଙ୍କ ଉପରେ ଧ୍ୟାନ ମଗ୍ନ କରିବା । ତାହା ହେଉଛି ସମାଧି । ତେବେ ତୁମେ ଯଦି ତୁମର ମନକୁ କୃଷ୍ଣଙ୍କ ପାଖରେ ନିବେଶିତ କରିବ ତେବେ ଏହା ହେଉଛି ସମାଧି ।(ବିରାମ) କୌଣସି ପ୍ରଶ୍ନ? ସେ ପଚାରିବେ । ଠିକ୍ ଅଛି ।

ଯୁବକ: ସ୍ଵାମୀଜୀ? ଆପଣ କହିଥିଲେ ଯେ, ଯେତେବେଳେ ତୁମେ ଅଧିକ ଖାଇବ ତେବେ ତୁମକୁ ବେତନ ଦେବାକୁ ପଡ଼ିବ । କିନ୍ତୁ ଭକ୍ତମାନଙ୍କ ବିଷୟରେ କ'ଣ? କ'ଣ ହେବ ଯେତେବେଳେ ସେମାନେ ଅଧିକ ପ୍ରସାଦ ଖାଇବେ?

ପ୍ରଭୁପାଦ: ତୁମେ ଅଧିକ ଖାଇବାକୁ ଚାହୁଁଛ କି?

ଯୁବକ: ମୁଁ କେବଳ ଜାଣିବାକୁ ଚାହୁଁଛି କିପରି...

ପ୍ରଭୁପାଦ: ତୁମେ ଭାବୁଛ କି ତୁମେ ଅଧିକ ଖାଉଛ? ତେବେ ତୁମେ ଅଧିକ ଖାଇପାର ।

ଯୁବକ: ମୁଁ ଭାବୁଥିଲି ଯଦି ମୁଁ...

ପ୍ରଭୁପାଦ: ହଁ, ତୁମେ ଅଧିକ ଖାଇ ପାରିବ । ହଁ, ଏହା ଡ଼ାକ୍ତରୀ ପରାମର୍ଶ, ଯେ ଖାଇବାରେ ଦୁଇ ପ୍ରକାରର ଭୁଲ ଅଛି । ଅତ୍ୟଧିକ ଖାଇବା ଏବଂ କମ ଖାଇବା । ତେବେ କମ ଖାଇବା ଭୁଲଟି ବୃଦ୍ଧ ବ୍ୟକ୍ତି ମାନଙ୍କ ପାଇଁ ଅତି ଭଲ । ଏବଂ ଅଧିକ ଖାଇବା ଭୁଲଟି ଯୁବକ ମାନଙ୍କ ପାଇଁ, ତାହା ଭଲ । ତେବେ ତୁମେ ଅଧିକ ଖାଇ ପାରିବ । ମୁଁ ନୁହେଁ ।

ଯୁବକ: ତମାଳ ଏବଂ ବିଷ୍ଣୁଜନଙ୍କ ବିଷୟରେ କ'ଣ? (ହସ)

ପ୍ରଭୁପାଦ: ସେମାନେ କରି ପାରିବେ ନାହିଁ । ତୁମେ କରି ପାରିବ । ତୁମର ଯେତେ ଇଛା ସେତେ ଖାଇ ପାରିବ । ମାଗାଣା ସ୍ଵୀକୃତି ।(ହସ)