OR/Prabhupada 0757 - ସେ ଭଗବାନଙ୍କୁ ଭୁଲିଯାଇଛି, ତାର ଚେତନାକୁ ପୁନର୍ଜୀବିତ କର - ତାହା ପ୍ରକୃତ ଭଲ



୭୫୦୫୧୫ - ପ୍ରାତଃ ଭ୍ରମଣ - ପେର୍ଥ

ପ୍ରଭୁପାଦ: ଗୋଟିଏ କାହାଣୀ ଅଛି: ଜଣେ ବହି ଲେଖିଛନ୍ତି କିପରି ଗୋରୁ ଚରାଇବ | "ଗୋରୁ ଚାରଣ, ଗୋରୁ ଚାରଣ, ଗୋରୁ ଚାରଣ" ତ ଜଣେ ବୃଦ୍ଧ ବ୍ୟକ୍ତି ଡାକି କହୁଛନ୍ତି "ତୁମେ କି ବହି ବିକ୍ରି କରୁଛ?" "କିପରି ଗୋରୁ ଚାରଣ କରିବ? ତ ଭଲ ହେବ ତୁମେ ଏହି ବହିଟି ତୁମ ମାଆଙ୍କ ପାଖକୁ ନେଇଯାଅ | ସେ ତୁମକୁ କେମିତି ଚାରଣ କରିବାକୁ ହେବ ଶିଖି ନେବେ" | ଗାଈ ଚରାଇବା ସମସ୍ତେ ଜାଣନ୍ତି, ଆଉ ସେ ଗୋଟେ ବହି ଲେଖିଥିଲେ | "ତ ଭଲ... ତୁମେ ଗୋଟେ ବଦମାସ ଗାଈ | ତୁମ ମାଆଙ୍କୁ ଦେଇଦିଅ, ଆଉ ସେ ତୁମକୁ ଚରାଇବା ଶିଖିନେବେ" | ତାହା ଏହି ପରି | ଯଦି ସବୁକିଛି ଠିକ ଠାକ ଅଛି, କେହିଜଣେ ନେଉଛି, "ଏହା ଆନନ୍ଦ", କେହି... ତବେ ବହି ଲେଖିବାର ଲାଭ କଣ? ସବୁକିଛି ଠିକ ଠାକ ଅଛି | ସେମାନେ ଯାହା ପସନ୍ଦ ତାହା ବାଛି ପାରିବେ | ଓଃ, ତୁମେ କାହିଁକି ଜଣେ ବଡ ଉପଦେଶକ ହୋଇ ବାହାରୁଛ? ତାଙ୍କୁ ଯାହା ପସନ୍ଦ ତାହା ଗ୍ରହଣ କରିବାକୁ ଦିଅ |

ପରମହଂସ: କିନ୍ତୁ କିଛି ଲୋକ ଯାହା ତାଙ୍କ ପସନ୍ଦ ତାହା ପାଇବାରେ କଷ୍ଟ ହୋଇଥାଏ | ତେଣୁ ଆମେ ସେହି ଲୋକଙ୍କୁ ସାହାଯ୍ୟ କରୁଛୁ | ଆମକୁ ଲାଗୁଛି ମନୁଷ୍ୟ ଭାବରେ ସେମାନଙ୍କୁ ସାହାଯ୍ୟ କରିବା ଆମର କର୍ତ୍ତବ୍ୟ |

ପ୍ରଭୁପାଦ: ତ ଏହି କର୍ତ୍ତବ୍ୟ ତାହା ଭଲ ହେବ ତୁମେ ତୁମ ମାଆଙ୍କ ପାଖକୁ ଯାଅ | ସବୁ ନିରର୍ଥକ କଥା | ଏହାର କିଛି ଅର୍ଥ ନାହିଁ |

ଶୃତକୀର୍ତ୍ତି: ଯଦି ସବୁକିଛି ଠିକ ଠାକ ଅଛି, ତାହାହେଲେ ମୋର ପ୍ରଚାର, ତାହା ମଧ୍ୟ ଠିକ ଅଛି | ଯଦି ସବୁକିଛି ଠିକ ଠାକ ଅଛି, ତାହାହେଲେ ମୋର ପ୍ରଚାରରେ ଭୁଲ କେଉଁଠି ରହିଗଲା?

ପ୍ରଭୁପାଦ: ତୁମ ପ୍ରଚାର ଠିକ ଅଛି, ଯଦି ଯଦି କିଛି ଭଲ ପ୍ରଚାର କରୁଛ | କିନ୍ତୁ ଯେବେ ସବୁକିଛି ଭଲ, ତେବେ ତୁମ ପ୍ରଚାରର ଆବଶ୍ୟକତା କଣ? ତୁମେ କିଛି ପ୍ରଚାର କର | ଯେମିତି ଆମେ ପ୍ରଚାର କରୁଛୁ | ଆମେ ପ୍ରଚାର କରୁଛୁ | ଏହା ପ୍ରକୃତରେ ତାଙ୍କ ପାଇଁ ଭଲ,ଯେ ସେ ନିଶ୍ଚୟ ଜାଣିବା ଉଚିତ ସେ କିଏ, ଆଉ ଜୀବନର ଚରମ ଲକ୍ଷ୍ୟ କଣ? ଏହା ଆବଶ୍ୟକ | ଭୌତିକ ଉପଦେଶର କୌଣସି ମୂଲ୍ୟ ନାହିଁ | ତାହା ଚୈତନ୍ୟ-ଚରିତାମୃତରେ କୁହା ଯାଇଅଛି, ଏଇ ଭାଲ ଏଇ ମନ୍ଦ, ସବ ମାନୋଧର୍ମ (ଚ.ଚ. ଅନ୍ତ୍ୟ ୪.୧୭୬)| "ଏହା ଭଲ; ଏହା ଖରାପ" ଏହା ସବୁ ମାନସିକ ମନଗଢ଼ଣ, ପ୍ରକୃତରେ | କିନ୍ତୁ ଅସଲି ଭଲଟି ହେଲା: "ସେ ଭଗବାନଙ୍କୁ ଭୁଲିଯାଇଛି | ତାର ଚେତନାକୁ ପୁନର୍ଜୀବିତ କର" | ତାହା ବାସ୍ତବିକ ଭଲ | ତାହା ହେଲେ ସେ କଥା-କଥିତ ଭଲ ଆଉ ମନ୍ଦରୁ ଆଉ ଅନ୍ୟ ସବୁରୁ ବଞ୍ଚିଯିବ | ତାହା ଆବଶ୍ୟକ | ଭୌତିକ ସ୍ଥରରେ,ଯାହାକିଛି ଜଣେ ବ୍ୟକ୍ତିଙ୍କର ଆହାର, ତାହା ଅନ୍ୟ ଜଣଙ୍କ ପାଇଁ ଜହର | ସେଥିପାଇଁ କୌଣସି ପ୍ରଭେଦ ନାହିଁ - "ଏହା ଭଲ; ଏହା ଖରାପ" | ମଳ ବହୁତ ଖରାପ, ତୁମ ପାଇଁ ଦୁର୍ଗନ୍ଧ, କିନ୍ତୁ ଏହା ଘୁଷୁରୀ ପାଇଁ ଖାଦ୍ୟ | ଏହା ପ୍ରମାଣ - "ଜଣେ ବ୍ୟକ୍ତିର ଖାଦ୍ୟ, ଅନ୍ୟ ଜଣ ପାଇଁ ବିଷ" | ତ ଏହା କେବଳ ମନଗଢ଼ଣ, "ଏହା ଭଲ; ଏହା ଖରାପ" | ସବୁକିଛି ଭଲ; ସବୁକିଛି ଖରାପ - ଭୌତିକତାରେ | ବାସ୍ତବିକରେ ତା ପାଇଁ ଭଲ: ତାହା ସେ ଭୁଲି ଯାଇଅଛି, ତାର ଆଧ୍ୟାତ୍ମିକ ପରିଚୟ; ତାକୁ ସେହି ଚେତନାରେ ପୁନର୍ସ୍ଥାପନ କର | ତାହା ବାସ୍ତବିକ ଭଲ | କେହିଜଣେ ବର୍ତ୍ତମାନ ବାଲଟି ଭର୍ତ୍ତି ପାଣି ଆଣି, ଯଦି ସେ ପ୍ରସ୍ତାବ ଦିଏ, "ମୁଁ ତୁମକୁ ଓଦା ସରସର କରିଦେବି" "ନା, ନା, ନା, ତାହା କର ନାହିଁ " | କିନ୍ତୁ ତୁମେ ପାଇବ - ଆମେ ଯାଉଛେ - ବତକ, ଯେତେ ଶୀଘ୍ର ପାରେ ସେମାନେ... ଅବିଳମ୍ବେ ପାଣିରେ ଡେଇଁ ପଡିବେ | ତ ପାଣି ଭଲ ନା ଖରାପ? ଏହା ଆପେକ୍ଷିକ | ଏହା ଭଲ ଆଉ ଖରାପ ଭାବି ବ୍ୟାକୁଳ ହୁଅ ନାହିଁ | ଏହା କେବଳ ମନଗଢ଼ଣ କଥା |