OR/Prabhupada 0835 - ଆଧୁନିକ ନେତା କର୍ମରେ ଜୋର ଦିଏ କାରଣ ସେ ଘୁଷୁରି ଏବଂ କୁକୁର ପରି ପରିଶ୍ରମ କରିବାକୁ ଚାହେଁ



Lecture on SB 5.5.33 -- Vrndavana, November 20, 1976

ପ୍ରଭୁପାଦ: ତ୍ୟକ୍ତ୍ଵା ଦେହଂ ପୁନର୍ଜନ୍ମ ନୈତି (BG 4.9) । ଜଣେ ଯିଏ କୃଷ୍ଣ ତତ୍ତ୍ଵ ବୁଝି ପାରିଛି, ସେ ତୂରନ୍ତ ମକ୍ତ ବ୍ୟକ୍ତି ଅଟେ । ସେ ଆଧ୍ୟାତ୍ମିକ ଦୁନିଆକୁ ସ୍ଥାନାନ୍ତରିତ ହେବା ପାଇଁ ଯୋଗ୍ୟ । ତ୍ୟକ୍ତ୍ଵା ଦେହଂ ପୁନର୍ଜନ୍ମ ନୈତି । ପୁନର୍ଜନ୍ମ... ଜଣେ ଯିଏ କୃଷ୍ଣଙ୍କୁ ବୁଝିପାରେ ନାହିଁ, ତାକୁ ଜନ୍ମ ପରେ ଜନ୍ମର ପୁନାରାବୃତ୍ତି କରିବାକୁ ପଡ଼େ । ନିବର୍ତନ୍ତେ ମୃତ୍ୟୁସଂସାରବର୍ତ୍ମନି (BG 9.3) । ଯେ ପର୍ଯ୍ୟନ୍ତ ତୁମେ କୃଷ୍ଣଙ୍କୁ ବୁଝିପାର ନାହଁ - ହରିମଂ ବିନା ନ ମୃତିମଂ ତରଂତି - ତୁମେ ଜନ୍ମ, ମୃତ୍ୟୁ, ଜରା ଏବଂ ବ୍ୟାଧିରୁ ବଞ୍ଚିପାରିବ ନାହିଁ । ଏହା ସମ୍ଭବ ନୁହେଁ ।

ତେଣୁ ବାସ୍ତବରେ ଯଦି ତୁମେ ତୁମର ଜୀବନ ସଫଳ କରିବାକୁ ଚାହିଁ, ତୁମେ କୃଷ୍ଣଙ୍କୁ ବୁଝିବାକୁ ଚେଷ୍ଟା କରିବା ଉଚିତ୍ । ତାହା ହେଉଛି କୃଷ୍ଣ ଚେତନା ଅାନ୍ଦୋଳନ । ତେବେ ତୁମର ଜୀବନ ସଫଳ ହେବ । ଏବଂ କୃଷ୍ଣଙ୍କୁ ବୁଝିବା ପାଇଁ, ଅନ୍ୟ କୌଣସି ପଦ୍ଧତି ତୁମକୁ ସାହାର୍ଯ୍ୟ କରିବ ନାହିଁ । କୃଷ୍ଣ କହିଛନ୍ତି, ଭକ୍ତ୍ୟା ମାମଭିଜାନାତି (BG 18.55) । କଦାପି କହି ନାହାଁନ୍ତି ଯେ "ମୋତେ ଯୋଗ ପ୍ରକ୍ରିୟା ଦ୍ଵାରା କିମ୍ଵା କର୍ମ ଦ୍ଵାରା କିମ୍ଵା ଜ୍ଞାନ ଦ୍ଵାରା ବୁଝାଯାଇ ପାରିବ ।" ଆଧୁନିକ ରାଜନେତାମାନେ, ସେମାନେ କର୍ମ ଉପରେ ଜୋର ଦିଅନ୍ତି କାରଣ ସେମାନେ ଘୁଷୁରି ଏବଂ କୁକୁର ପରି କଠିନ ପରିଶ୍ରମ କରିବାକୁ ଚାହୁଁଛନ୍ତି । ସେମାନେ ଭାବୁଛନ୍ତି କର୍ମ ଯୋଗ...ତେଣୁ କର୍ମ ଯୋଗ ଭଲ ଅଟେ, କିନ୍ତୁ କର୍ମୀ ଏବଂ ମୂଢ଼ାମାନେ, ଯେଉଁମାନେ ରାତି ଦିନ ଇନ୍ଦ୍ରିୟ ସନ୍ତୁଷ୍ଟି ପାଇଁ କେବଳ କଠିନ ପରିଶ୍ରମ କରନ୍ତି, ସେମାନେ ଘୁଷୁରି ଏବଂ କୁକୁର ସହିତ ସମାନ । ସେମାନେ ଭଲ ନୁହଁନ୍ତି । କିନ୍ତୁ କର୍ମ ଯୋଗ ଏକ ଭିନ୍ନ କଥା । କର୍ମ ଯୋଗ ଅର୍ଥାତ୍ ଯାହାର ଆସକ୍ତି ଅଛି କିଛି ଉତ୍ପାଦନ କରିବା ପାଇଁ, କିଛି କାମ କରିବା ପାଇଁ । ତେଣୁ କୃଷ୍ଣ କହିଛନ୍ତି ଯେ "ହଁ, ତୁମେ ଏହା କରି ପାରିବ, କିନ୍ତୁ," ଯତ୍କରୋଷି ଯଜ୍ଜୁହୋଷି ଯତ୍ତପସ୍ୟସି କୁରୁଷ୍ଵ ତଦ ମଦ...(BG 9.27), "ପରିଣାମ ତୁମେ ମୋତେ ଦେବା ଉଚିତ୍ ।" ଅନାଶ୍ରିତଃ କର୍ମଫଳଂ କାର୍ଯ୍ୟଂ କର୍ମ କରୋତି ଯଃ, ସ ସନ୍ନ୍ୟାସୀ (BG 6.1) ।

ତେବେ ଯେ କେହି ନିଜ କର୍ମର ଫଳ ନିଏ ନାହିଁ, ତେବେ ସେ ହେଉଛି ସନ୍ନ୍ୟାସୀ । ମନେକର ତୁମେ ରୋଜଗାର କରୁଛ...ତୁମେ ଏକ ବ୍ୟବସାୟୀ, ତୁମେ ଦୁଇ ଲକ୍ଷ ଟଙ୍କା ରୋଜଗାର କରିଲ - କିନ୍ତୁ ଏହାକୁ କୃଷ୍ଣଙ୍କୁ ଦିଅ । ଅନାଶ୍ରିତଃ କର୍ମଫଳଂ - ଅନ୍ୟଥା ଏହି ଦୁଇଲକ୍ଷ ଟଙ୍କା ତୁମେ କ'ଣ କରିବ? ଯଦି ତୁମେ ଏହା ନେବ ନାହିଁ, ତୁମେ ଏହାକୁ ଫିଙ୍ଗି ଦେବ କି? "ନା, ମୁଁ କାହିଁକି ଏହାକୁ ଫିଙ୍ଗିବି? ଏହା କୃଷ୍ଣଙ୍କ ପାଇଁ ବ୍ୟବହୃତ ହେବା ଉଚିତ୍ ।" ତେବେ ସେମାନଙ୍କୁ କରିବାକୁ ଦିଅ... ଲୋକମାନେ ଏହି ଭୌତିକ ଦୁନିଆରେ ଟଙ୍କା ରୋଜଗାର କରିବା ପାଇଁ ଭାରୀ ଉତ୍ସୁକ । ଆମେ ବ୍ୟବହାରିକ ଭାବରେ ଦେଖିପାରିବା, ବିଶେଷକରି ପାଶ୍ଚାତ୍ୟ ଦୁନିଆରେ । କିନ୍ତୁ ଯଦି ସେମାନେ ଆମର କୃଷ୍ଣ ଚେତନା ଅାନ୍ଦୋଳନ ଆଗକୁ ବଢ଼ାଇବା ପାଇଁ ସେମାନଙ୍କର ଲାଭ ସଂଲଗ୍ନ କରିବେ, ତେବେ ସେମାନଙ୍କର ଟଙ୍କା ଆଣବିକ ବୋମା ଉନ୍ମୋଚନ କରିବାରେ ଲାଗିବ ନାହିଁ । ଅନ୍ୟଥା ଏହା ଆଣବିକ ବୋମା ଉନ୍ମୋଚନ କରିବାରେ ବ୍ୟବହୃତ ହୋଇଥାନ୍ତା । ମୁଁ ତୁମ ମୁଣ୍ଡ ଫଟେଇବି ଏବଂ ତୁମେ ମୋର ମୁଣ୍ଡ ଫଟାଅ । ଉଦ୍ଭୟ, ଆମେ ସମାପ୍ତ କରିବା ।

ବହୁତ ବହୁତ ଧନ୍ୟବାଦ ।

ଭକ୍ତଗଣ: ଜୟ ପ୍ରଭୁପାଦ ।