OR/Prabhupada 0869 - ଜନସାଧାରଣ ହେଉଛନ୍ତି ବ୍ୟସ୍ତ ମୂର୍ଖ । ତେଣୁ ଆମେ ଅଳସୁଆ ବୁଦ୍ଧିମାନକୁ ପ୍ରସ୍ତୁତ କରୁଛୁ



750629 - Conversation in Car after Morning Walk - Denver

ପ୍ରଭୁପାଦ: ଏବଂ ବ୍ୟସ୍ତ ମୂର୍ଖ ହେଉଛି ଶେଷ ଶ୍ରଣୀର ଲୋକ । ବର୍ତ୍ତମାନ ପରିସ୍ଥିତିରେ ସେମାନେ ହେଉଛନ୍ତି "ବ୍ୟସ୍ତ ମୂର୍ଖ ।"

ତମାଳ କୃଷ୍ଣ: ସେମାନେ ଅଳସୁଆ ମୂର୍ଖଙ୍କଠାରୁ ଆହୁରି ଖରାପ ।

ପ୍ରଭୁପାଦ: ହୁଁ?

ତମାଳ କୃଷ୍ଣ: ତାହା ମୂର୍ଖଙ୍କଠାରୁ ଆହୁରି ଖରାପ ।

ପ୍ରଭୁପାଦ: ହଁ । ଅଳସୁଆ ମୂର୍ଖ ହେଉଛି ମୂର୍ଖ କିନ୍ତୁ ସେ ଅଳସୁଆ, ସେ କିଛି କ୍ଷତି କରିପାରିବ ନାହିଁ । କିନ୍ତୁ ଏକ ବ୍ୟସ୍ତ ମୂର୍ଖ ସେ କେବଳ ଅସୁବିଧା ସୃଷ୍ଟି କରେ । ବର୍ତ୍ତମାନ ସମୟରେ ଏହି ଜନସାଧାରଣ ହେଉଛନ୍ତି ବ୍ୟସ୍ତ ମୂର୍ଖ । ସେଥିପାଇଁ ଆମେ ଅଳସୁଆ ବୁଦ୍ଧିମାନ ତିଆରି କରୁଛୁ । ଏକ ବୁଦ୍ଧିମାନ ବ୍ୟକ୍ତି ଅଳସୁଆ ହେବା ଉଚିତ୍, ଅନ୍ୟଥା ସେ କିପରି ବୁଦ୍ଧିମତାର ସହିତ କାର୍ଯ୍ୟ କରିବ,ଭଦ୍ରତାର ସହିତ । "ଠିକ ଅଛି, ମୋତେ ଭାବିବାକୁ ଦିଅ ।" ତୁମେ ତାହା ଆଶା କରିପାରିବ ନାହିଁ ଯେ ଏକ ବୁଦ୍ଧିମାନ ବ୍ୟକ୍ତି ତାର ନିର୍ଣୟ ବହୁ ସହଜରେ ଦେଇଦେବ ।

ତମାଳ କୃଷ୍ଣ: ତାକୁ ଅଳସୁଆ କୁହା ଯାଇପାରେ,କିନ୍ତୁ ତାହା ତମୋ ଗୁଣ ନୁହେଁ ।

ପ୍ରଭୁପାଦ: ତାହା ହେଉଛି ଭଦ୍ରାମି । ଆଧୁନିକ ଅଭ୍ୟାସ ହେଉଛି "ବ୍ୟସ୍ତ ମୂର୍ଖଙ୍କୁ" ତିଆରି କରିବା । ଏହି ସାମ୍ୟବାଦୀମାନେ ହେଉଛନ୍ତି ବ୍ୟସ୍ତ ମୂର୍ଖ ।