OR/Prabhupada 0944 - ଏକମାତ୍ର ଆବଶ୍ୟକତା ହେଉଛି ଯେ ଆମେ କୃଷ୍ଣଙ୍କର ବ୍ୟବସ୍ଥାର ଲାଭ ନେବା



730427 - Lecture SB 01.08.35 - Los Angeles

ଆମର ଆବଶ୍ୟକତା, ଯେତେ ଦୂର ଆମର ଶାରୀରିକ ଅବଶ୍ୟକତାଗୁଡ଼ିକର ସମ୍ଵନ୍ଧ ଅଛି - ଖାଇବା, ଶୋଇବା ଏବଂ ମୈଥୁନ ଏବଂ ଆତ୍ମରକ୍ଷା - ତାହା ସମସ୍ତଙ୍କ ପାଇଁ ବ୍ୟବସ୍ଥା କରାଯାଇଛି ତାର ଜୀବନ ହିସାବରେ । ତାହା ବ୍ୟବସ୍ଥା କରାଯାଇଛି । ତେଣୁ ଜୀବନର ନୀଚ ପ୍ରଜାତି ଗୁଡ଼ିକରେ ସେମାନେ ବୁଝି ପାରନ୍ତି ନାହିଁ ଯେ ସବୁକିଛି ଅଛି, ବ୍ୟବସ୍ଥିତ, ଯଦଓ ସେମାନେ ଜାଣିଛନ୍ତି, ଯେପରି ଏକ ପକ୍ଷୀ... ଏକ ପକ୍ଷୀ ସକାଳେ ଉଠେ, ସେ ଜାଣିଛି କିଛି ଖାଦ୍ୟ ଅଛି । ସେ ଜାଣିଛି । କିନ୍ତୁ ତଥାପି ସେ ଖାଦ୍ୟ ଅନ୍ଵେଷଣରେ ବ୍ୟସ୍ତ । ତେଣୁ ଅଳ୍ପ କାମ, ଅଳ୍ପ ଉଡ଼ିବା ଏକ ଗଛରୁ ଅନ୍ୟ ଏକ ଗଛକୁ, ସେ... ସେ ବଡ଼ ଫଳ ଦେଖେ, ସମସ୍ତ ବଡ଼ ଏବଂ ଛୋଟ, ଅନେକ ଫଳ ଅଛି ସେମାନେ ଖାଇ ପାରିବେ । ସେହିପରି ସମସ୍ତ ଜୀବମାନଙ୍କ ପାଇଁ, ଖାଦ୍ୟର ବ୍ୟବସ୍ଥା ଅଛି, ଖାଦ୍ୟ ଏବଂ ପାନୀୟ । ଖାଇବା, ଶୋଇବା, ମୈଥୁନ ଏବଂ ଆତ୍ମରକ୍ଷା, ବ୍ୟବସ୍ଥା ଅଛି । ଏପରିକି ଆମେରିକାରେ କିଛି ବୃକ୍ଷ ଅଛି ଯାହା ଫଳ ଉତ୍ପାଦନ କରେ; ସେହି ଫଳଗୁଡ଼ିକ ଲୁହା ଗୁଳି ଠାରୁ ମଧ୍ୟ ଶକ୍ତ । କିନ୍ତୁ ଏହି ଫଳଗୁଡ଼ିକ ଗୋରିଲାମାନଙ୍କ ଦ୍ଵାରା ବ୍ୟବହାର କରାଯାଏ । ସେମାନେ ସେହି ଫଳଗୁଡ଼ିକୁ ସଂଗ୍ରହ କରନ୍ତି, ଯେପରି ଆମେ କିଛି ବାଦାମ ଚୋବଉ, ତେବେ ସେମାନେ ମଧ୍ୟ ସେହି ବାଦାମକୁ ଚୋବାଇବାରେ ଆନନ୍ଦ ପାଆନ୍ତି । କିନ୍ତୁ ଏହା ଭାରୀ ଶକ୍ତ । ମୁଁ କିଛି ପୁସ୍ତକରେ ପଢ଼ିଥିଲି, ତେବେ ସମ୍ଭବତଃ ତୁମେ ମଧ୍ୟ ଏହା ଜାଣିଥିବ, ଯେ ଜଙ୍ଗଲରେ ଯେଉଁଠାରେ ଗୋରିଲାମାନେ ରୁହଁନ୍ତି, ଭଗବାନ ସେମାନଙ୍କୁ ଫଳଦେଇଛନ୍ତି: "ହଁ, ଏଠାରେ ତୁମର ଖାଦ୍ୟ ଅଛି ।"

ତେବେ ସବୁ କିଛିର ବ୍ୟବସ୍ଥା ଅଛି । କୌଣସି ଅଭାବ ନାହିଁ । ଆମେ ଅଭାବ ସୃଷ୍ଟି କରୁ, ଅଭିଦ୍ୟ, ଅଜ୍ଞାନତା ଯୋଗୁଁ । ଅନ୍ୟଥା, କୌଣସି ଅଭାବ ନାହିଁ । ପୂର୍ଣ୍ଣମ ଇଦମ । ସେଥିପାଇଁ (Īśopaniṣad) କୁହଁନ୍ତି ପୂର୍ଣ୍ଣମ, ସବୁକିଛି ପୁରା । ଯେପରି ଆମେ ଜଳ ଚାହୁଁ, ଆମେ ବହୁତ ଜଳ ଚାହୁଁ । ଟିକିଏ ଦେଖ କିପରି ସେହି ମାହାସଗର ଗୁଡ଼ିକୁ ସୃଷ୍ଟି କରିଛନ୍ତି । ତୁମେ ନେଇ ପାରିବ...ଯେଉଁ ଜଳ ଆମେ ବ୍ୟବହାର କରୁଛୁ, ତାହା ସମୁଦ୍ରରୁ ଆସେ । ଭଣ୍ଡାର ଅଛି । ଏହା କେବଳ ଭଣ୍ଡାରରୁ ବିତରଣ କରାଯାଉଛି । ପ୍ରକୃତିର ବ୍ୟବସ୍ଥା ଦ୍ଵାରା, ଭଗବାନ, ଭଗବାନଙ୍କର ବ୍ୟବସ୍ଥା, ଏହା ଖରା ଦ୍ଵାରା ଶୁଖାଯାଏ । ଏହା ଶୁଖିଯାଏ, ଏବଂ ଏହା ବାଷ୍ପ ହୋଇଯାଏ, ମେଘ । ଜଳ ଅଛି । ଅନ୍ୟ ବ୍ୟବସ୍ଥା ଦ୍ଵାରା ଏହି ଜଳକୁ ସମଗ୍ର ସ୍ଥଳଭାଗରେ ବିତରଣ କରାଯାଏ, ଏବଂ ଏହି ଜଳକୁ ପାହାଡ଼ର ଶିଖରରେ ପକାଇ ଦିଆଯାଏ ତୁମକୁ ନିରନ୍ତର ଭାବରେ ଯୋଗାଇ ଦେବା ପାଇଁ । ନଦୀ ତଳକୁ ଆସେ । ପୁରା, ବର୍ଷ ସାରା, ଜଳ ଯୋଗାଇ ଦିଆଯାଏ । ଏହିପରି ଭାବରେ, ତୁମେ ଯଦି ସମ୍ପୂର୍ଣ୍ଣ ପରିସ୍ଥିତି ଅଧ୍ୟୟନ କରିବ, ଭଗବାନଙ୍କର ସୃଷ୍ଟି, ତୁମେ ପାଇବ ଯେ ସବୁକିଛି ହେଉଛି ଠିକ୍, ପୂର୍ଣ୍ଣ । ତାହା ହେଉଛି ତତ୍ତ୍ଵଜ୍ଞାନ । ସବୁକିଛି ପୁରା । ଆବଶ୍ୟକତା ନାହିଁ । ଏକମାତ୍ର ଆବଶ୍ୟକତା ହେଉଛି ଯେ ଆମେ କୃଷ୍ଣଙ୍କର ବ୍ୟବସ୍ଥାର ଲାଭ ନେବା ।