OR/Prabhupada 0975 - ଆମେ ଛୋଟ ଭଗବାନ । ଛୋଟ, ନମୁନା ଭଗବାନ



730408 - Lecture BG 04.13 - New York

ଆମେ ଆକାଶରେ ଗୋଟିଏ କୁତ୍ରିମ ଉପଗ୍ରହ ଭସାଇ ପାରିବା, ଏବଂ ଆମେ ଏତେ ଶ୍ରେୟ ନେଉ, ଯେ ଆମେ ବହୁତ ମହାନ ବୈଜ୍ଞାନିକ ହୋଇଛୁ । ଆମେ ଭଗବାନଙ୍କ ଅବମାନନା କରୁଛୁ । ଏହା ମୂର୍ଖତା । ମୂର୍ଖ ବ୍ୟକ୍ତି ସେପରି କହିବେ । କିନ୍ତୁ ଜଣେ ବୁଦ୍ଧିମାନ, ସେ ଜାଣନ୍ତି ଯେ ଭଗବାନ ଆକାଶରେ ଲକ୍ଷ ଲକ୍ଷ ଏବଂ ଟ୍ରିଲିୟନ ଗ୍ରହ ଭସାଉଛନ୍ତି, ଏବଂ ସେହି ତୁଳନାରେ ଆମେ କ’ଣ କରିଛୁ? ଏହା ହେଉଛି ବୁଦ୍ଧିମତା । ତେଣୁ ଆମେ ଆମର ବୈଜ୍ଞାନିକ ଜ୍ଞାନ ପାଇଁ ବହୁତ ଗର୍ବିତ, ଏବଂ ତେଣୁ, ବର୍ତ୍ତମାନ ସମୟରେ, ଆମେ ଭଗବାନଙ୍କ ଅସ୍ତିତ୍ୱକୁ ଅସ୍ୱୀକାର କରୁ । ବେଳେବେଳେ ଆମେ କହିଥାଉ ଯେ "ମୁଁ ବର୍ତ୍ତମାନ ଭଗବାନ ହୋଇସାରିଛି" । ଏଗୁଡ଼ିକ ମୂର୍ଖ ବକ୍ତବ୍ୟ ।

ତାଙ୍କ ବୁଦ୍ଧି ତୁଳନାରେ ତୁମେ କିଛି ନୁହଁ... ସେ ମଧ୍ୟ ବୁଦ୍ଧିମାନ । କାରଣ ଆମେ ଭଗବାନଙ୍କ ଅଂଶ ବିଶେଷ, ତେଣୁ ଆମେ ଯଦି କେବଳ ନିଜକୁ ଅଧ୍ୟୟନ କରିବା ତେବେ ଭଗବାନ କ’ଣ ତାହା ଅଧ୍ୟୟନ କରିପାରିବା । ଯେପରି ତୁମେ ଯଦି ଏକ ବୁନ୍ଦା ସମୁଦ୍ର ଜଳ ଅଧ୍ୟୟନ କର, ଯଦି ତୁମେ ରାସାୟନିକ ଭାବରେ ବିଶ୍ଳେଷଣ କର, ତୁମେ ସେହି ବୁନ୍ଦେ ପାଣିରେ ବହୁତ ରାସାୟନିକ ପଦାର୍ଥ ପାଇବ । ତେଣୁ ତୁମେ ବୁଝିପାରିବ ସମୁଦ୍ରର ଗଠନ କ’ଣ? ସେଇ ସମାନ ରଚନା । କିନ୍ତୁ ଅଧିକ ପରିମାଣରେ । ତାହା ହେଉଛି ଭଗବାନ ଏବଂ ଆମ ମଧ୍ୟରେ ପାର୍ଥକ୍ୟ । ଆମେ ଛୋଟ ଦେବତା, ଆମେ କହିପାରିବା, ଛୋଟ ଦେବତା । ଛୋଟ, ନମୁନା ଭଗବାନ । ତେଣୁ, ଆମେ ବହୁତ ଗର୍ବିତ । କିନ୍ତୁ ଆମେ ଗର୍ବ କରିବା ଉଚିତ୍ ନୁହେଁ, କାରଣ ଆମେ ଜାଣିବା ଉଚିତ ଯେ ଆମର ସମସ୍ତ ଗୁଣ ଭଗବାନଙ୍କଠାରୁ ଆସିଛି । କାରଣ ଆମେ ଅଂଶବିଶେଷ । ତେଣୁ ମୂଳତଃ ଏହି ସମସ୍ତ ଗୁଣ ଭଗବାନଙ୍କଠାରେ ଅଛି ।

ଏବଂ ସେଥିପାଇଁ ବେଦାନ୍ତ-ସୂତ୍ର କୁହନ୍ତି ଭଗବାନ କ’ଣ, ପରମ ସତ୍ୟ କ’ଣ? ଅଥାତୋ ବ୍ରହ୍ମ-ଜିଜ୍ଞାସା । ଯେତେବେଳେ ଆମେ ଭଗବାନଙ୍କ ବିଷୟରେ, ପରମ ସତ୍ୟ ବିଷୟରେ ପଚାରିବା, ଉତ୍ତର ତୁରନ୍ତ ଦିଆଯାଏ: ଜନ୍ମଦି ଅସ୍ୟ ୟତଃ (ଭା. ୧.୧.୧) । ପରମ ସତ୍ୟ ହେଉଛି ଯାହାଙ୍କଠାରୁ ସବୁକିଛି ଆସେ, ସବୁକିଛି ଉତ୍ପନ୍ନ ହୁଏ । ତେଣୁ ସବୁକିଛି ଭଗବାନଙ୍କଠାରୁ ଆସୁଛି । ସେ ସବୁ ଜିନିଷର ମୂଳ ଉତ୍ସ । ବର୍ତ୍ତମାନ ଆମର ସ୍ଥିତି କ’ଣ? ସେଠାରେ ଅସଂଖ୍ୟ ଜୀବ ଅଛି । ନିତ୍ୟୋ ନିତ୍ୟାନାଂ ଚେତନଷ ଚେତନାନାଂ (କଠ ଉପନିଷଦ ୨.୨.୧୩) । ତାହା ହେଉଛି ବୈଦିକ ସୂଚନା । ଭଗବାନ ମଧ୍ୟ ଆମ ପରି ଜୀବନ୍ତ, କିନ୍ତୁ ସେ ହେଉଛନ୍ତି ମୁଖ୍ୟ, ପରମାତ୍ମା । ଏବଂ ଆମେ ମଧ୍ୟ ଜୀବତ୍ମା ।

ଠିକ୍ ଜଣେ ପିତାଙ୍କ ପରି । ବାପା ହୁଏତ କୋଡ଼ିଏ ସନ୍ତାନ ପାଇଥିବେ । କୋଡିଏଟି ପୁଅ । ପୂର୍ବରୁ, ସେମାନଙ୍କର ଶହେ ପୁଅ ହେଉ ଥିଲେ । ବର୍ତ୍ତମାନ ପିତାଙ୍କ ପାଖରେ ଏପରି ଶକ୍ତି ନାହିଁ । କିନ୍ତୁ, ପାଞ୍ଚ ହଜାର ବର୍ଷ ପୂର୍ବେ, ରାଜା ଧୃତରାଷ୍ଟ୍ର ଏକ ଶହ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ବର୍ତ୍ତମାନ ଆମେ ... ଆମେ କହୁଛୁ, ଆମେ କହୁଛୁ ଯେ ଜନସଂଖ୍ୟା ଅଧିକ ହୋଇ ଯାଇଛି । କିନ୍ତୁ ତାହା ସତ୍ୟ ନୁହେଁ। ବର୍ତ୍ତମାନ ମୁହୂର୍ତ୍ତରେ, କେଉଁଠାରେ ଅଧିକ ଜନସଂଖ୍ୟା ପ୍ରଶ୍ନ ଉଠୁଛି? ବର୍ତ୍ତମାନ ଆମ ମଧ୍ୟରୁ କେତେଜଣ ଶହ ଶହ ସନ୍ତାନ ପ୍ରସବ କରୁଛନ୍ତି? ନା। କେହି ନୁହନ୍ତି । କିନ୍ତୁ ପୂର୍ବରୁ ଜଣେ ପିତା ଶହେ ସନ୍ତାନ ଜନ୍ମ ଦେଇପାରୁଥିଲେ । ତେଣୁ ଅଧିକ ଜନସଂଖ୍ୟା ହେବାର ପ୍ରଶ୍ନ ନାହିଁ । ଏବଂ ଯଦି ଅଧିକ ଜନସଂଖ୍ୟା ଅଛି, ଆମେ ବେଦରୁ ସୂଚନା ପାଇଥାଉ: ଏକୋ ବହୁନାଂ ୟୋ ବିଦଧାତି କାମାନ୍। ସେହି ଏକ ମୁଖ୍ୟ ପରମାତ୍ମା, ଭଗବାନ, ସେ ଅସଂଖ୍ୟ ଜୀବତ୍ମା ମାନଙ୍କ ଭରଣ ପୋଷଣ କରିପାରିବେ ।