OR/Prabhupada 0978 - ଯଦି ତୁମେ ବ୍ରହ୍ମର ଆବଶ୍ୟକତା କରୁନାହଁ, ତେବେ ତୁମେ କଷ୍ଟ ପାଇବ



730408 - Lecture BG 04.13 - New York

ତ୍ୟକ୍ତ୍ୱା ଦେହଂ ପୁନର୍ଜନ୍ମ ନୈତି (ଭ.ଗୀ. ୪.୯) । କିନ୍ତୁ ଲୋକମାନେ ଏହି ଭୌତିକ ଶରୀର ପ୍ରତି ବହୁତ ଆକର୍ଷିତ ଯେ ପରବର୍ତ୍ତୀ ଜୀବନରେ ସେମାନେ ବିଲେଇ ଏବଂ କୁକୁର ହେବାକୁ ପ୍ରସ୍ତୁତ, କିନ୍ତୁ ସେମାନେ ଘରକୁ, ଭଗବାନଙ୍କ ପାଖକୁ ଫେରିବାକୁ ପ୍ରସ୍ତୁତ ନୁହଁନ୍ତି । ଏହା ହେଉଛି ସମସ୍ୟା । ତେବେ ଏହି ସମସ୍ୟା କାହିଁକି? କାରଣ ମାନବ ସମାଜ ବିଶୃଙ୍ଖଳା ଭିତରେ ଅଛି। ଏକ ବିଶୃଙ୍ଖଳା ପରିସ୍ଥିତି । ଚାରୋଟି ଶ୍ରେଣୀର ବିଭାଜନ ହେବା ଜରୁରୀ । ଗୋଟିଏ ଶ୍ରେଣୀ ନିଶ୍ଚିତ ଭାବରେ ବ୍ରାହ୍ମଣ, ଲୋକମାନଙ୍କ ଭିତରେ ବୁଦ୍ଧିମାନ ଶ୍ରେଣୀ । ଏବଂ ଗୋଟିଏ କ୍ଷତ୍ରିୟ, ଗୋଟିଏ ଶ୍ରେଣୀ, ପ୍ରଶାସକ ହେବା ଉଚିତ୍ । କାରଣ ମାନବ ସମାଜ, ସେମାନେ ଭଲ ପରାମର୍ଶ ମସ୍ତିଷ୍କ ଆବଶ୍ୟକ କରନ୍ତି, ଭଲ ପ୍ରଶାସକ, ଭଲ ଉତ୍ପାଦକ ଏବଂ ଉତ୍ତମ କର୍ମୀ । ତାହା ହେଉଛି ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୁଦ୍ରର ବିଭାଜନ । ତେଣୁ କୃଷ୍ଣ କୁହନ୍ତି: ଚାତୁର୍ୱର୍ଣ୍ୟଂ ମୟା ସୃଷ୍ଟଂ (ଭ.ଗୀ. ୪.୧୩)। ମାନବ ଜୀବନ ପାଇଁ ସୁଗମ ସୁବିଧା ରଖିବାକୁ, ଚାରୋଟି ବିଭାଜନ ରହିବା ଆବଶ୍ୟକ । ଯଦି ତୁମେ କୁହ, ନାହିଁ, "ଆମକୁ ବ୍ରାହ୍ମଣ ଦରକାର ନାହିଁ ।" ଯଦି ତୁମେ ବ୍ରାହ୍ମଣ ଆବଶ୍ୟକ କରୁନାହଁ, ତେବେ ତୁମେ କଷ୍ଟ ପାଇବ ।

ଯେପରି ତୁମେ ଏହି ଶରୀର ପାଇଛ । ଏବଂ ଯଦି ଆପଣ ଭାବୁଛନ୍ତି "ଶରୀରର ଏହି ଅଂଶ ବହୁତ ମହଙ୍ଗା, ସର୍ବଦା ଖାଉଛି । ଏହାକୁ କାଟି ଦିଅ ।" ତାହେଲେ ତୁମେ ମରିବ । ସେହିଭଳି, କେବଳ ଆପଣଙ୍କ ଶରୀରକୁ ଭଲ ଅବସ୍ଥାରେ, ଜୀବନ୍ତ ଅବସ୍ଥାରେ ରଖିବା ପାଇଁ, ତୁମର ମୁଣ୍ଡ ନିଶ୍ଚୟ ରହିବା ଦରକାର, ତୁମର ବାହୁ ନିଶ୍ଚୟ ରହିବା ଦରକାର, ତୁମର ପେଟ ନିଶ୍ଚୟ ରହିବା ଦରକାର, ତୁମର ଗୋଡ ନିଶ୍ଚୟ ରହିବା ଦରକାର। ଆପଣ କହିପାରିବେ ନାହିଁ ଯେ "ମୁଁ ଶରୀରର ଏହି ଅଂଶକୁ ଏଡାଇ ପାରିବି"। ନା। ସେହିଭଳି, ଚାତୁର୍ବର୍ଣ୍ୟଂ ମୟା ସୃଷ୍ଟଂ (ଭ.ଗୀ. ୪.୧୩) । ସମାଜର ଚାରୋଟି ବିଭାଜନ ରହିବା ଜରୁରୀ, ନଚେତ୍ ଏହା ବିଶୃଙ୍ଖଳିତ କିମ୍ବା ମୃତ ଶରୀର ହେବ ।

ତେଣୁ ବର୍ତ୍ତମାନ ସମୟରେ, ଅସୁବିଧା ହେଉଛି କୌଣସି ବ୍ରାହ୍ମଣ ନାହାନ୍ତି, କୌଣସି କ୍ଷତ୍ରିୟ ନାହାନ୍ତି । କେବଳ ବୈଶ୍ୟ ଏବଂ ଶୁଦ୍ର ଅଛନ୍ତି, ପେଟ, ବୈଶ୍ୟ ଅର୍ଥ ପେଟ ଏବଂ ଶୁଦ୍ରର ଅର୍ଥ ହେଉଛି ଗୋଡ । ତେଣୁ ଯଦି ଚାରୋଟି ବିଭାଗ ମଧ୍ୟରୁ ଗୋଟିଏକୁ ଚାହୁଁଛି, ସମାଜ ନିଶ୍ଚିତ ବିଶୃଙ୍ଖଳିତ ଅବସ୍ଥାରେ ରହିବ । ଚାରିଟି ନିଶ୍ଚୟ ବିଦ୍ୟମାନ ରହିବା ଆବଶ୍ୟକ । ଯଦିଓ ତୁଳନାତ୍ମକ ଭାବେ, ମୁଣ୍ଡ ହେଉଛି ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ, ତଥାପି ଆପଣ ଗୋଡକୁ ମଧ୍ୟ ଅବହେଳା କରିପାରିବେ ନାହିଁ । ଏହା ଏକ ସହଯୋଗୀ ମିଶ୍ରଣ ।

ତେଣୁ ଆମକୁ ସହଯୋଗ କରିବାକୁ ପଡିବ । ଏଥିରେ କିଛି ଫରକ ପଡ଼େ ନାହିଁ । ଜଣେ ବହୁତ ବୁଦ୍ଧିମାନ । ଜଣେ କମ୍ ବୁଦ୍ଧିମାନ । ଜଣେ କମ୍ ବୁଦ୍ଧିମାନ । ଚାରୋଟି ଶ୍ରେଣୀ ଅଛି । ସବୁଠାରୁ ବୁଦ୍ଧିମାନ ଶ୍ରେଣୀ ହେଉଛି ମୁଣ୍ଡ, ମସ୍ତିଷ୍କ । ଏବଂ ପରବର୍ତ୍ତୀ ବୁଦ୍ଧିମାନ ଶ୍ରେଣୀ, ପ୍ରଶାସକ, ସରକାର । ପରବର୍ତ୍ତୀ ବୁଦ୍ଧିମାନ ଶ୍ରେଣୀ, ଶିଳ୍ପପତି, ବଣିକ । ପରବର୍ତ୍ତୀ ବୁଦ୍ଧିମାନ ଶ୍ରେଣୀ ହେଉଛି ଶ୍ରମିକ । ଏ ସମସ୍ତ ଆବଶ୍ୟକ । କିନ୍ତୁ ବର୍ତ୍ତମାନ ସମୟରେ, କେବଳ ଏହି ବଣିକ ଶିଳ୍ପପତି ଏବଂ ଶ୍ରମିକ ଅଛନ୍ତି । ମସ୍ତିଷ୍କ ନାହିଁ । ସମାଜ କିପରି ପରିଚାଳନା କରିବେ? କିପରି ମାନବ ସମାଜ ସଂପୂର୍ଣ୍ଣ ହୋଇପାରିବ, ମାନବ ସମାଜର ମିଶନକୁ କିପରି ପୂରଣ କରିବେ, ଏହି ଜିନିଷଗୁଡ଼ିକ ପାଇଁ, ମସ୍ତିଷ୍କ ନାହିଁ ।