OR/Prabhupada 0993 - ଦେଖନ୍ତୁ ସେ ଖାଦ୍ୟ ବିନା ଭୋକିଲା ରହିନାହିଁ । ଏହା ହେଉଛି ଆଧ୍ୟାତ୍ମିକ ସାମ୍ୟବାଦ



730407 - Lecture SB 01.14.43 - New York

ଅନୁବାଦ: "ତୁମେ ବୃଦ୍ଧ ଓ ବାଳକମାନଙ୍କର ଯତ୍ନ ନେଇଛ କି, ଯେଉଁମାନେ ତୁମ ସହିତ ଭୋଜନ କରିବାକୁ ଯୋଗ୍ୟ? ତୁମେ ସେମାନଙ୍କୁ ଛାଡି ଏକାକୀ ଭୋଜନ କରିଛ କି? ତୁମେ କିଛି କ୍ଷମାହୀନ ଭୁଲ୍ କରିଛ ଯାହା ଘୃଣ୍ୟ ବୋଲି ବିବେଚନା କରାଯାଏ? "


ପ୍ରଭୁପାଦ: ତେବେ, "ତୁମେ ବୃଦ୍ଧ ଓ ବାଳକମାନଙ୍କର ଯତ୍ନ ନେଇଛ କି, ଯେଉଁମାନେ ତୁମ ସହିତ ଭୋଜନ କରିବାକୁ ଯୋଗ୍ୟ?" ତେଣୁ, ଏହା ହେଉଛି ବୈଦିକ ସଂସ୍କୃତି । ଯେତେବେଳେ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଏ, ପ୍ରଥମେ ପିଲାମାନଙ୍କୁ ଦିଆଯାଏ । ଆମର ମନେ ଅଛି, ଯଦିଓ ବର୍ତ୍ତମାନ ଆମେ ସତୁରି ବର୍ଷ, ଯେତେବେଳେ ଆମେ ପିଲା ଥିଲୁ, ଆମେ ଚାରି, ପାଞ୍ଚ ବର୍ଷ ବୟସର, ଆମର ମନେ ଅଛି । ଆପଣମାନଙ୍କ ମଧ୍ୟରୁ କେତେଜଣ ତାହା ଦେଖିଛନ୍ତି (ଅସ୍ପଷ୍ଟ), ଏବଂ ଯଦି ଆପଣ, ଏଠାରେ କେହି ଅଛନ୍ତି? ଆପଣ ଦେଖିଥିବେ । ତେଣୁ, ପ୍ରଥମ ଭୋଜି ପିଲାମାନଙ୍କ ପାଇଁ । ତେଣୁ ବେଳେବେଳେ ମୁଁ ଟିକେ ଜିଦ୍ ଖୋର ଥିଲି, ମୁଁ ବସିବି ନାହିଁ, "ନା, ମୁଁ ତୁମ ସାଙ୍ଗରେ ନେବି, ବୟସ୍କ ବ୍ୟକ୍ତିମାନଙ୍କ ସହ ।" କିନ୍ତୁ ତାହା ନିୟମ ଥିଲା । ସର୍ବପ୍ରଥମେ ପିଲାମାନଙ୍କୁ ଅତି ପେଟ ପୁରାଇ ଖାଇବାକୁ ଦିଆଯିବା ଉଚିତ୍, ତାପରେ ବ୍ରାହ୍ମଣମାନେ, ପିଲାମାନେ ଏବଂ ବୃଦ୍ଧମାନେ । ପରିବାରରେ, ଶିଶୁ ଏବଂ ବୃଦ୍ଧମାନେ ... ମହାରାଜା ଯୁଧିଷ୍ଠିରଙ୍କୁ ଦେଖ, ସେ ଧୃତରାଷ୍ଟ୍ରଙ୍କର ଯତ୍ନ ନେବାକୁ କେତେ ବ୍ୟଗ୍ର ଥିଲେ । ଯଦିଓ ସେ ଖେଳିଥିଲେ, ଏକ ଶତ୍ରୁର ଭୂମିକା ଗ୍ରହଣ କରିଥିଲେ, ତଥାପି ବୃଦ୍ଧମାନଙ୍କର ଯତ୍ନ ନେବା ପରିବାରର ସଦସ୍ୟଙ୍କର କର୍ତ୍ତବ୍ୟ । ଯେତେବେଳେ ସାନ ଭାଇ ବିଦୁର ଅଭିଯୋଗ କରିବା ପରେ ଧୃତରାଷ୍ଟ୍ର ଘର ଛାଡିଥିଲେ, ତେବେ, "ମୋର ପ୍ରିୟ ଭାଇ, ତୁମେ ତଥାପି ପାରିବାରିକ ଜୀବନ ସହିତ ଆସକ୍ତ, ତୁମର ଲଜ୍ଜା ନାହିଁ । ତୁମେ ଖାଦ୍ୟ ଗ୍ରହଣ କରୁଛ, କାହାଠାରୁ, ଯାହାକୁ ତୁମେ ଶତ୍ରୁ ବୋଲି ଭାବୁଛ । ଆପଣ ଆରମ୍ଭରୁ ସେମାନଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ । ଆପଣ ସେମାନଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି। ଆପଣ ସେମାନଙ୍କୁ ଜଙ୍ଗଲକୁ ତଡ଼ି ଦେଇଛନ୍ତି । ତୁମେ ସେମାନଙ୍କ ଜୀବନ ବିରୁଦ୍ଧରେ ଷଡଯନ୍ତ୍ର କରିଛ, ଏବଂ ବର୍ତ୍ତମାନ ସବୁକିଛି ସମାପ୍ତ ହୋଇଛି, ତୁମର ସମସ୍ତ ପୁତ୍ର, ନାତି, ଜ୍ବାଇଁ ଏବଂ ଭାଇ, ପିତା, କକା..., " ମୋର କହିବାକୁ ଗଲେ ଭୀଷ୍ମ ତାଙ୍କ କକା ଥିଲେ। ତେଣୁ ସମସ୍ତ ପରିବାର । କୁରୁକ୍ଷେତ୍ର ଯୁଦ୍ଧରେ ଏହି ପାଞ୍ଚ ଭାଇଙ୍କ ବ୍ୟତୀତ ସମସ୍ତଙ୍କୁ ହତ୍ୟା କରାଯାଇଥିଲା: ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ, ସହଦେବ । ସମସ୍ତ ପୁରୁଷ ସଦସ୍ୟଙ୍କୁ ହତ୍ୟା କରାଯାଇଥିଲା। ତେଣୁ, କେବଳ ଅବଶିଷ୍ଟ ବଂଶଧର ମହାରାଜ ପରୀକ୍ଷିତ ଥିଲେ । ସେ ତାଙ୍କ ମାତାଙ୍କ ଗର୍ଭରେ ଥିଲେ। ଏବଂ ତାଙ୍କ ପିତା ମରିଯାଇଥିଲେ, ଅର୍ଜୁନଙ୍କ ପୁତ୍ର ଅଭିମନ୍ୟୁ । ତାଙ୍କୁ ଷୋହଳ ବର୍ଷ ବୟସ ହୋଇଥିଲା। ସୌଭାଗ୍ୟବଶତଃ ତାଙ୍କ ପତ୍ନୀ ଗର୍ଭବତୀ ହୋଇଥିଲେ। ନଚେତ୍ କୁରୁ ରାଜବଂଶ ସମାପ୍ତ ହେଇ ଯାଇଥାନ୍ତା । ତେଣୁ, ସେ ଭର୍ତ୍ସନା କଲେ, "ତଥାପି ତୁମେ ଏଠାରେ ବସିଛ । କେବଳ କୁକୁର ପରି ଖାଦ୍ୟ ପାଇଁ । ମୋର ପ୍ରିୟ ଭାଇ, ତୁମକୁ ଲଜ୍ଜା ନାହିଁ। "


ତେଣୁ ସେ ଏହାକୁ ଅତି ଗମ୍ଭୀରତାର ସହିତ ଗ୍ରହଣ କଲେ, “ହଁ, ହଁ ମୋର ପ୍ରିୟ ଭାଇ, ତୁମେ ଠିକ୍ କହୁଛ । "ତେବେ କଣ, ତୁମେ ମୋତେ କଣ କରିବାକୁ ଚାହୁଁଛ?"


"ତୁରନ୍ତ ବାହାରକୁ ଆସ।" "ତୁରନ୍ତ ବାହାରକୁ ଆସ। ଏବଂ ଜଙ୍ଗଲକୁ ଯାଅ।" ତେଣୁ ସେ ରାଜି ହେଲେ, ସେଠାକୁ ଗଲେ ।


ମହାରାଜା ଯୁଧିଷ୍ଠିର, ସକାଳେ ପ୍ରଥମେ ଆସୁଥିଲେ, ସ୍ନାନ କରିବା ପରେ, ପୂଜା କରିବା ପରେ, କାରଣ ପ୍ରଥମ କର୍ତ୍ତବ୍ୟ ଥିଲା ବୃଦ୍ଧ ଲୋକମାନଙ୍କୁ ଦେଖିବା: "ମୋର ପ୍ରିୟ କକା, ଆପଣ ସମସ୍ତେ ଆରାମରେ ଅଛନ୍ତି କି? ସବୁ ଠିକ୍ ଅଛି କି?" ଏବଂ ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ କିଛି ସମୟ କଥା ହୁଅନ୍ତି । ପରିବାର ସଦସ୍ୟଙ୍କ ପାଇଁ ଏହା ହେଉଛି କର୍ତ୍ତବ୍ୟ - ପିଲାମାନଙ୍କର ଯତ୍ନ ନେବା, ବୃଦ୍ଧମାନଙ୍କର ଯତ୍ନ ନେବା, ଘରେ ଏକ ଝିଟିପିଟି, ଏକ ସର୍ପର ମଧ୍ୟ ଯତ୍ନ ନିଆଯାଏ । ଶ୍ରୀମଦ୍-ଭାଗବତମ୍ ରେ ଆମେ ଏହି ନିର୍ଦେଶ ପାଇଥାଉ, ଜଣେ ଗୃହସ୍ଥ ସେ କେତେ ଦାୟିତ୍ୱବାନ । କୁହାଯାଏ, ସେଠାରେ ଏକ ସର୍ପ ମଧ୍ୟ ଅଛି ... ସର୍ପର ଯତ୍ନ ନେବାକୁ କେହି ଚାହାଁନ୍ତି ନାହିଁ । ସମସ୍ତେ ମାରିବାକୁ ଚାହାଁନ୍ତି, ଏବଂ ସର୍ପକୁ ମାରିବାକୁ କେହି ଦୁଃଖିତ ନୁହଁନ୍ତି । ପ୍ରହଲ୍ଲାଦ ମହାରାଜ କହିଛନ୍ତି ଯେ, ମୋଦେତ ସାଧୁର ଅପି ଭୃଶ୍ଚିକ-ସର୍ପ-ହତ୍ୟା (ଭା. ୭.୯.୧୪) । ସେ କହିଥିଲେ ଯେ ମୋ ବାପା ଠିକ୍ ସର୍ପ, ଭୃଶ୍ଚିକ, ବିଛା ଭଳି ଥିଲେ। ତେଣୁ ସର୍ପ କିମ୍ବା ବିଛା ମାରିବା ଦ୍ୱାରା କେହି ଅସନ୍ତୁଷ୍ଟ ନୁହଁନ୍ତି । ତେଣୁ ମୋର ପ୍ରଭୁ, ତୁମେ କ୍ରୋଧ କର ନାହିଁ । ବର୍ତ୍ତମାନ ସବୁକିଛି ସରିଯାଇଛି, ମୋ ବାପା ମରିଯାଇଛନ୍ତି। " ତେଣୁ, ତାହା ଥିଲା । କିନ୍ତୁ ତଥାପି ଶାସ୍ତ୍ର କୁହନ୍ତି ଯେ ତୁମ ଘରେ ଯଦି ସର୍ପ ମଧ୍ୟ ଅଛି, ଦେଖ, ସେ ବିନା ଖାଦ୍ୟରେ ଭୋକିଲା ରହିନାହିଁ । ଏହା ହେଉଛି ଆଧ୍ୟାତ୍ମିକ ସାମ୍ୟବାଦ । ସେମାନେ ବର୍ତ୍ତମାନ ସାମ୍ୟବାଦ ପଛରେ ଅଛନ୍ତି, କିନ୍ତୁ ସାମ୍ୟବାଦ କ’ଣ ସେମାନେ ଜାଣନ୍ତି ନାହିଁ । ସମସ୍ତଙ୍କର ଯତ୍ନ ନିଆଯିବ । ତାହା ହେଉଛି ସାମ୍ୟବାଦ, ପ୍ରକୃତ ସାମ୍ୟବାଦ । କେହି ଭୋକରେ ରହିବା ଉଚିତ୍ ନୁହେଁ । ରାଜ୍ୟରେ କାହାର କିଛି ଇଚ୍ଛା ଅପୂର୍ଣ୍ଣ ରହିବା ଉଚିତ୍ ନୁହେଁ। ତାହା ହେଉଛି ସାମ୍ୟବାଦ ।