OR/Prabhupada 1014 - ଏକ ଅପ୍ରକୃତ ଭଗବାନ ତାର ଶିଷ୍ୟମାନଙ୍କୁ ଶିକ୍ଷା ଦେଉଥିଲା ଏବଂ ସେ ବିଦ୍ୟୁତ୍ ଆଘାତ ଅନୁଭବ କରୁଥିଲା



750626 - Lecture SB 06.01.13-14 - Los Angeles

ତେବେ ତୁମ ପାଖରେ ଦୁଇ ଲକ୍ଷ ଡଲାର ଥାଇ ପାରେ; ମୋ ପାଖରେ ଦଶ ଡଲାର ଥାଇ ପାରେ; ତୁମ ପାଖରେ ଶହେ ଡଲାର ଥାଇ ପାରେ । ସମସ୍ତଙ୍କ ପାଖରେ କିଛି ଧନ ଅଛି । ତାହା ସମସ୍ତେ ଜାଣିଛନ୍ତି । କିନ୍ତୁ କେହି କହିପାରିବେ ନାହିଁ ଯେ "ମୋ ପାଖରେ ସମସ୍ତ ଧନ ଅଛି ।" ତାହା ସମ୍ଭବ ନୁହେଁ । ଯଦି ଜଣେ କହେ ଯେ "ମୋ ପାଖରେ ସମସ୍ତ ଧନ ଅଛି," ସେ ହେଉଛି ଭଗବାନ । ତାହା କୃଷ୍ଣଙ୍କ ଦ୍ଵାରା କୁହାଯାଇଥିଲା । ଦୁନିଆର ଇତିହାସରେ ଆଉ କେହି ଏପରି କହି ନାହାଁନ୍ତି । କୃଷ୍ଣ କୁହଁନ୍ତି, ଭୋକ୍ତାରଂ ଯଜ୍ଞତପସାଂ ସର୍ବଲୋକମହେଶ୍ଵରମ୍ (BG 5.29): "ମୁଁ ସବୁକିଛିର ଉପଭୋକ୍ତା, ଏବଂ ସମସ୍ତ ବ୍ରହ୍ମାଣ୍ଡର ମୁଁ ହେଉଛି ମାଲିକ ।" ତାହା କିଏ କହି ପାରିବ? ସେ ହେଉଛନ୍ତି ଭଗବାନ । ଐଶ୍ଵରସ୍ୟ ସମାଗ୍ରସ୍ୟ (Viṣṇu Purāṇa 6.5.47) । ସମାଗ୍ର ଅର୍ଥାତ୍ ସମୁଦାୟ, ଆଂଶିକ ନୁହେଁ, ଯେ "ମୋ ପାଖରେ ଏତେ ସାରା ଅଛି । ବର୍ତ୍ତମାନ ମୁଁ ବିତରଣ କରିଦେଇଛି ।" ମୁଁ ନାମ ଦ୍ଵାରା ଉଲ୍ଲେଖ କରିବାକୁ ଚହୁଁ ନାହିଁ - ଏକ ଅପ୍ରାକୃତିକ ଭଗବାନ, ସେ ତାର ଶିଷ୍ୟମାନଙ୍କୁ ଶିଖଉଥିଲେ, ଏବଂ ଶିଷ୍ୟମାନେ ବିଦ୍ୟତ୍ ଆଘାତ ଅନୁଭବ କରୁଥିଲେ । କେତେ ଦୁର୍ଭାଗ୍ୟ, ମୁଁ ତୁମକୁ ବିଦ୍ୟତ୍ ଆଘାତ ଦେଇ ପାରିବି ନାହିଁ ।(ହସ) ତୁମେ ଦେଖୁଛ? ବିଦ୍ୟୁତ୍ ଆଘାତ, ଏବଂ ସେ ବିଦ୍ୟତ୍ ଆଘାତ ଦ୍ଵାରା ଚେତା ଶୂନ୍ୟ ହୋଇ ଗଲେ । ଏବଂ ଏହି କଥା ଗୁଡ଼ିକ ସାର୍ବଜନିକ ଭାବରେ ଲେଖା ଯାଏ, ଏବଂ ମୂର୍ଖମାନେ ସ୍ଵୀକାର କରୁଛନ୍ତି । କାହିଁକି ଗୁରୁ ବିଦ୍ୟୁତ୍ ଆଘାତ ଦେବେ? ତାହା ଶାସ୍ତ୍ରରେ କେଉଁଠାରେ ଉଲ୍ଲେଖ କରାଯାଇଛି? (ହସ) କିନ୍ତୁ ଏହି କଥାଗୁଡ଼ିକ, ଏହି ମିଥ୍ୟା କଥା ଗୁଡ଼ିକ କୁହାଯାଏ । ବିଦ୍ୟୁତ୍ ଆଘାତ । ଏବଂ ଯେତେବେଳେ ସେ ଚେତାଶୂନ୍ୟ ହୋଇଗଲେ, ତେବେ ଭଗବାନ ବସିଥିଲେ, ଏବଂ ଯେତେବେଳେ ସେ ତାଙ୍କର ଚେତା ଫେରି ପାଇଲେ, ତେବେ ଶିଷ୍ୟମାନେ ଭଗବାନଙ୍କୁ ପଚାରିଲେ ଯେ, "ମହାଶୟ, ତୁମେ କାହିଁକି କାନ୍ଦୁଛ?" "ବର୍ତ୍ତମାନ, ମୁଁ ସବୁକିଛି ସମାପ୍ତ କରି ଦେଇଛି । ମୁଁ ତୁମକୁ ସବୁକିଛି ଦେଇଦେଇଛି ।" ଟିକିଏ ଦେଖ । ଏକ ଗୁରୁଙ୍କର ସବୁକିଛି ସମାପ୍ତ ହୋଇଯାଏ କି ଶିଷ୍ୟଙ୍କୁ ଶିଖେଇବା ଦ୍ଵାରା? ଏହା ସବୁ ଚାଲିଛି । ତେବେ କୃଷ୍ଣ ସେ ପ୍ରକାରର ଭଗବାନ ନୁହଁନ୍ତି, ଯେ "ମୁଁ ସବୁ କିଛି ସମାପ୍ତ କରି ଦେଇଛି ।" ପୂର୍ଣ୍ଣସ୍ୟ ପୂର୍ଣ୍ଣ ଆଦାୟ ପୂର୍ଣ୍ଣ ଏବବଶିଷ୍ୟତେ (Īśo Invocation) । ଏହା ହେଉଛି ଭଗବାନଙ୍କର ପରିଭାଷା । ଭଗବାନ ଏତେ ପୂର୍ଣ୍ଣ ଯେ ଏପରିକି ଯଦି ତୁମେ ତାଙ୍କର ସମସ୍ତ ଐଶ୍ଵର୍ଯ୍ୟ ନେଇଗଲେ ମଧ୍ୟ, ତଥାପି, ସେ ପୂର୍ଣ୍ଣ । ସେ ହେଉଛନ୍ତି ଭଗବାନ । ଏହା ନୁହେଁ ଯେ "ମୁଁ ମୋର ଭଣ୍ଡାର ସମାପ୍ତ କରିଦେଇଛି ।"

ତେବେ ବୁଦ୍ଧିମାନ ବ୍ୟକ୍ତି ବୈଦିକ ସୂଚନାରୁ ଶିଖିବା କଥା ଯେ ଭଗବାନ କ'ଣ । ଭଗବାନ ନିର୍ମାଣ କର ନାହିଁ । ନିର୍ମାଣ, କିପରି ଆମେ ଭଗବାନ ନିର୍ମାଣ କରି ପାରିବା? ତାହା ସମ୍ଭବ ନୁହେଁ । ତେବେ ତାକୁ ମନୋ-ଧର୍ମ କୁହାଯାଏ । ମାନସିକ ମନଗଢ଼ଣ କାହାଣୀ, ମାନସିକ କଳ୍ପନା, ଆମେ ଭଗବାନ ନିର୍ମାଣ କରି ପାରିବୁ ନାହିଁ: ଏଠାରେ ଭଗବାନଙ୍କର ପରିଭାଷା ଅଛି, ଯେ ଈଶ୍ଵାସ୍ୟଂ ଇଦଂ ସର୍ବଂ ଯତ କିଂଚିଦ୍ ଜଗତ୍ୟାଂ ଜଗତ (ISO 1) । ଇଦଂ ସର୍ବଂ । ସର୍ବଂ ଅର୍ଥାତ୍ ଯାହାକିଛି ତୁମେ ଦେଖୁଛ । ତୁମେ ବୃହତ ପ୍ରଶାନ୍ତ ମହାସାଗର ଦେଖିଛ । ତାହା ଭଗବାନଙ୍କ ଦ୍ଵାରା ସୃଷ୍ଟି କରାଯାଇଛି । ଏହା ନୁହେଁ ଯେ ସେ ଏକ ପ୍ରଶାନ୍ତ ମହାସାଗର ସୃଷ୍ଟି କରିଛନ୍ତି, ସେଥିପାଇଁ ତାଙ୍କର ସମସ୍ତ ରାସାୟନ, ଉଦଯାନ ଏବଂ ଅମ୍ଳଜାନ, ସମାପ୍ତ ହୋଇଗଲା । ନା । ଲକ୍ଷ ଏବଂ କୋଟି ପ୍ରଶାନ୍ତ ମାହାସାଗର ଆକାଶରେ ଭାସୁଛନ୍ତି । ତାହା ହେଉଛି ଭଗବାନଙ୍କର ସୃଷ୍ଟି । ଲକ୍ଷ ଏବଂ କୋଟି ଗ୍ରହ ଆକାଶରେ ଭାସୁଛନ୍ତି, ଏବଂ ଲକ୍ଷ ଏବଂ କୋଟି ଜୀବ, ସମୁଦ୍ର ଏବଂ ପର୍ବତ ଏବଂ ସବୁକିଛି ଅଛି, କିନ୍ତୁ କୌଣସି ଅଭାବ ନାହିଁ । କେବଳ ଏହି ବ୍ରହ୍ମାଣ୍ଡରେ ନୁହେଁ; ଲକ୍ଷ ଏବଂ କୋଟି ବ୍ରହ୍ମାଣ୍ଡ ଅଛି । ଆମେ ଏହି ସୂଚନା ବେଦରୁ ପାଇଛୁ...

ଯସ୍ୟ ପ୍ରଭା ପ୍ରଭବତୋ ଜଗଦ-ଅଣ୍ଡ-କୋଟି
କୋଟିଷୁ ଅଶେଷ ବସଧାତି ବିଭୂତି ଭିନ୍ନଂ
ତଦ୍ ବ୍ରହ୍ମ ନିଷ୍କଳଂ ଅଙ୍ଗତଂ ଅଶେଷ ଭୂତଂ
ଗୋବିନ୍ଦଂ ଆଦି ପୁରୁଷଂ ତମ ଅହଂ
(Bs. 5.40)

ଭଗବାନଙ୍କର ସମୃଦ୍ଧି ବୁଝିବାକୁ ଚେଷ୍ଟା କର ।