OR/Prabhupada 1029 - ଆମର ଧର୍ମ ବୈରାଗ୍ୟ କୁହେ ନାହିଁ । ଆମର ଧର୍ମ ଭଗବାନଙ୍କୁ ଭଲ ପାଇବା ଶିଖାଏ



740625 - Arrival - Melbourne

ପତ୍ରକାର:(ବିରାମ)...ଭଗବାନଙ୍କର ବିଶେଷ ସେବକ ।

ପ୍ରଭୁପାଦ: ମୁଁ ସର୍ବଦା ଭଗବାନଙ୍କର ସେବକ, ଏହା ତୁମ ଉପରେ ତୁମେ ଚିହ୍ନ, ବାସ୍ । ମୁଁ ସର୍ବଦା ଭଗବାନଙ୍କର ସେବକ, କିନ୍ତୁ ଏହା ତୁମ ଉପରେ ଅଛି କି ତୁମେ ଚିହ୍ନ ।

ପତ୍ରକାର: ଆପଣଙ୍କର ଧାରଣା ଅଛି କି କେତେ ଟଙ୍କା ଏହି ସଂପ୍ରଦାୟ ପ୍ରତି ବର୍ଷ ଅର୍ଜନ କରୁଛି ?

ପ୍ରଭୁପାଦ: ତୁମେ ଦୁନିଆର ସମସ୍ତ ଟଙ୍କା ଖର୍ଚ୍ଚ କରି ପାରିବ ।(ହସ)

ଭକ୍ତ: ହରିବୋଲ!

ପ୍ରଭୁପାଦ: ଦୁର୍ଭାଗ୍ୟବଶତଃ, ତୁମେ ଅମକୁ ଟଙ୍କା ଦେଉ ନାହଁ ।

ଭକ୍ତଗଣ: ହରିବୋଲ!(ହସ)

ପତ୍ରକାର: କ'ଣ...ଆପଣ କିପରି ଖର୍ଚ୍ଚ କରନ୍ତି, ଶ୍ରୀମାନ?

ପ୍ରଭୁପାଦ:ବର୍ତ୍ତମାନ ସମୟରେ ଆମେ ଅତିକମରେ ଆଠ ଲକ୍ଷ ଡଲାର ମାସକୁ ଖର୍ଚ୍ଚ କରୁଛୁ ।

ପତ୍ରକାର: କାହା ଉପରେ, ଶ୍ରୀମାନ?

ପ୍ରଭୁପାଦ: ସମଗ୍ର ବିଶ୍ଵରେ ଏହି ପ୍ରଚାର ପାଇଁ । ଏବଂ ଆମେମାନେ ଆମର ପୁସ୍ତକ ବିକ୍ରି କରୁଛୁ, ମାସକୁ ୪୦ ହଜାର ଡଲାରରୁ କମ ନୁହେଁ ।

ପତ୍ରକାର: ଆପଣ କାମ କରିବାକୁ ପସନ୍ଦ କରୁଛନ୍ତି କି?

ପ୍ରଭୁପାଦ: ହଁ । ତାହା କଣ?

ମଧୁଦ୍ଵିସ: ସେ ଜାଣିବାକୁ ଚାହୁଁଛନ୍ତି ଆମେ କାମ କରିବାକୁ ପସନ୍ଦ କରୁ କି ।

ପ୍ରଭୁପାଦ: ଆମେ ତୁମଠାରୁ ଅଧିକ କାମ କରୁଛୁ- ଚବିଶ ଘଣ୍ଟା ଏହି ବୃଦ୍ଧାବସ୍ଥାରେ ମୁଁ ସମଗ୍ର ଦୁନିଆ ଭ୍ରମଣ କରୁଛି ।

ଭକ୍ତ: ହରି ବୋଲ!

ପତ୍ରକାର: କିନ୍ତୁ ଭିକ୍ଷା ମାଗି ଅଧିକ ଟଙ୍କା ପାଉ ନାହଁ କି?

ପ୍ରଭୁପାଦ: ନା, ନା । ପ୍ରଥମେ ତୁମେ ଦେଖ । କାମ କରିବା - ତୁମେ ଆମଠାରୁ ଅଧିକ କାମ କରି ପାରିବ ନାହିଁ, କାରଣ ମୁଁ ଏକ ବୃଦ୍ଧ ବ୍ୟକ୍ତି, ଅଣାଆଶୀ ବର୍ଷ ବୟସ୍କ, ଏବଂ ମୁଁ ସର୍ବଦା ଭ୍ରମଣ କରେ, ସମଗ୍ର ବିଶ୍ଵରେ, ବର୍ଷକୁ ଦୁଇ, ତିନି ଥର । ତୁମେ ଏତେ ଅଧିକ କାମ କରି ପାରିବ ନାହିଁ, ଅତି କମରେ ।

ଭକ୍ତଗଣ: ହରିବୋଲ! ପ୍ରଭୁପାଦ ।

ମଧୁଦ୍ଵିଷ: ଦୟାକରି କେବଳ ଆଉ ଗୋଟିଏ ପ୍ରଶ୍ନ । ହଁ ।

ପତ୍ରକାର: ଶ୍ରୀମାନ ଆପଣଙ୍କର ଧର୍ମ ବୈରାଗ୍ୟର ଅଟେ । ଆପଣ ମେଲବର୍ଣ୍ଣରେ ବୈରାଗ୍ୟରେ ରହିବେ କି? ଆମକୁ କୁହାଗଲା ଯେ ଆପଣଙ୍କୁ ଏକ ରୋଲ୍ସ ରାୟସରେ ନିଆ ଯିବ ।

ପ୍ରଭୁପାଦ: ଆମର ଧର୍ମ ବୈରାଗ୍ୟ କୁହେ ନାହିଁ । ଆମର ଧର୍ମ ଭଗବାନଙ୍କୁ ଭଲ ପାଇବା ଶିଖାଏ । ତୁମେ ଏହି ବସ୍ତ୍ରରେ ଭଗବାନଙ୍କୁ ଭଲ ପାଇ ପାରିବ । ସେଥିରେ କୌଣସି କ୍ଷତି ନାହିଁ ।

ପତ୍ରକାର: କିନ୍ତୁ ଏହା ତ୍ୟାଗ କରିବାର ଧର୍ମ ଅଟେ, ଏହା ନୁହେଁ କି?

ପ୍ରଭୁପାଦ: ଏହା ତ୍ୟାଗ ନୁହେଁ । ଆମେ ସବୁ କିଛି ବ୍ୟବହାର କରୁଛୁ, ତ୍ୟାଗ କାହିଁକି? ଯେତିକି ଆବଶ୍ୟକ ଆମେ କେବଳ ସେତିକି ବ୍ୟବହାର କରୁଛୁ, ବାସ୍ ।

ପତ୍ରକାର: କିନ୍ତୁ ଆପଣ କିପରି ରୋଲ୍ସ ରାୟସ ପରି ଜିନିଷକୁ ବୁଝେଇବେ ଏବଂ ରହିବା ପାଇଁ ଏତେ ଦାମିକିଆ ଘର?

ପ୍ରଭୁପାଦ: ନା, ଆମେ ରୋଲ୍ସ ରାୟାସ ଚାହୁଁ ନାହୁଁ, ଆମେ ଚାଲି ପାରିବୁ । କିନ୍ତୁ ତୁମେ ଯଦି ରୋଲ୍ସ ରାୟସ ଅର୍ପଣ କରିବ ତେବେ ମୋର କୌଣସି ଅପତ୍ତି ନାହିଁ ।

ପତ୍ରକାର: ଏହା ଭଲ ହେବ ନାହିଁ କି ଆପଣ ଏକ ଛୋଟ ଗାଡ଼ିରେ ଯାତ୍ରା କରିବେ, କମ ଆଡ଼ମ୍ଵର?

ପ୍ରଭୁପାଦ: କାହିଁକି? ଯଦି ତୁମେ ମୋତେ ଏକ ରୋଲ୍ସ ରାୟସ ଭ୍ରମଣ କରିବା ପାଇଁ ଅର୍ପଣ କରୁଛ, ମୁଁ କାହିଁକି ମନା କରିବି? ଏହା ମୋର ତୁମ ଉପରେ କୃପା, ମୁଁ ଏହାକୁ ଗ୍ରହଣ କରିବି ।

ପତ୍ରକାର: ଶ୍ରୀମାନ, ଆପଣ ସଂକ୍ଷିପ୍ତରେ କହି ପାରିବେ କି ଆପଣ କିପରି ଆମେରିକାରେ ହରେ କୃଷ୍ଣ ସ୍ଥାପିତ କରିଲେ ।

ପ୍ରଭୁପାଦ: ହଁ, ଅତି କମରେ ସମଗ୍ର ଦୁନିଆ ବର୍ତ୍ତମାନ ହରେ କୃଷ୍ଣ ଜପ କରୁଛି । ତୁମେ ଯୁଆଡ଼େ ମଧ୍ୟ ଯାଅ ସେମାନେ ହରେ କୃଷ୍ଣ ମନ୍ତ୍ର ଜପ କରୁଛନ୍ତି ।