OR/Prabhupada 1030 - ମନୁଷ୍ୟ ଜୀବନ ଭଗବାନଙ୍କୁ ବୁଝିବାକୁ ଅଛି । ତାହା ହେଉଛି ମନୁଷ୍ୟ ଜୀବନର ଏକ ମାତ୍ର କାମ



740628 - Lecture at St. Pascal's Franciscan Seminary - Melbourne

ବୈଦିକ ସାହିତ୍ୟରେ ଏହା କୁହାଯାଇଛି ଯେ ଅତଃ ଶ୍ରୀ କୃଷ୍ଣ ନାମଦି (CC Madhya 17.136) । କୃଷ୍ଣ ହେଉଛି ଭଗବାନଙ୍କର ନାମ । ତେଣୁ ଏହା କୁହାଯାଇଛି ଯେ କୃଷ୍ଣଙ୍କର ନାମ, କୃଷ୍ଣଙ୍କର ରୂପ, କୃଷ୍ଣଙ୍କର ଗୁଣ, କୃଷ୍ଣଙ୍କର କାର୍ଯ୍ୟକଳାପ... ଅତଃ ଶ୍ରୀ କୃଷ୍ଣ ନାମାଦି ନାମରୁ ଆରମ୍ଭ ହୁଏ । ତେଣୁ ଅତଃ ଶ୍ରୀ କୃଷ୍ଣ ନାମାଦି ନ ଭବେଦ ଗୃହ୍ୟଂ ଇନ୍ଦ୍ରିୟେଃ (CC Madhya 17.136) । ଇନ୍ଦ୍ରିୟ ଅର୍ଥାତ୍ ଇନ୍ଦ୍ରିୟଗୁଡ଼ିକ । ଆମେ ବୁଝି ପାରିବା ନାହିଁ କୃଷ୍ଣ କ'ଣ କିମ୍ଵା ଭଗବାନ - ତାଙ୍କର ନାମ, ତାଙ୍କର ରୂପ, ତାଙ୍କର ଗୁଣ, ତାଙ୍କର ଲୀଳା... ଆମେ ଏହି ଦନ୍ଥରା ଭୌତିକ ଇନ୍ଦ୍ରିୟଗୁଡ଼ିକ ଦ୍ଵାରା ବୁଝିପାରିବା ନାହିଁ । ତେବେ ଏହା କିପରି ବୁଝା ଯାଇ ପାରିବ? ପରିଶେଷରେ, ଏହି ମନୁଷ୍ୟ ଜୀବନ ହେଉଛି ଭଗବାନଙ୍କୁ ବୁଝିବା ପାଇଁ । ତହା ହେଉଛି ମନୁଷ୍ୟ ଜୀବନର ଏକମାତ୍ର କର୍ତ୍ତବ୍ୟ । ପ୍ରକୃତି, ଭୌତିକ ପ୍ରକୃତି, ଆମକୁ ମନୁଷ୍ୟ ରୂପି ଜୀବନର ଏହି ସୁଯୋଗ ଦିଏ । ଜୀବନର ଏହି ସୁବିଧାଗୁଡ଼ିକ, ଏହି ରୂପ, କେବଳ ଭଗବାନଙ୍କୁ ବୁଝିବା ପାଇଁ ଅଛି । ଜୀବନର ଅନ୍ୟ ରୂପ - ବିଲେଇ ଏବଂ କୁକୁର, ବୃକ୍ଷ ଏବଂ ଅନେକ ଜିନିଷ; ୮,୪୦୦,୦୦୦ ପ୍ରଜାତିର ଜୀବନ ଅଛି - ତେଣୁ ଜୀବନର ଅନ୍ୟ ରୂପରେ ଭଗବାନ କ'ଣ ଏହା ବୁଝିବା ସମ୍ଭବ ନୁହେଁ । ଯଦି ଆମେ ତୁମ ଦେଶର ସମସ୍ତ କୁକୁରମାନଙ୍କୁ ଡ଼ାକିବୁ, "ଏଠାକୁ ଆସ, ଆମେ ଭଗବାନଙ୍କ ବିଷୟରେ କଥା ହେବା," ନା, ବୁଝିବାର କୌଣସି ସମ୍ଭାବନା ନାହିଁ । କିନ୍ତୁ ମନୁଷ୍ୟ ରୂପି ଜୀବନରେ ସମ୍ଭାବନା ଅଛି । ଏହା ଭାରତରେ, ଆମେରିକାରେ କିମ୍ଵା ଅଷ୍ଟ୍ରେଲିଆରେ କିଛି ଫରକ ପଡ଼େ ନାହିଁ । ଯେ କୌଣସି ମନୁଷ୍ୟ, ଯଦି ସେ ଚେଷ୍ଟା କରିବ ଏବଂ ଯଦି ସେ ଶାସ୍ତ୍ର ପଢ଼ିବ - ବାଇବେଲ, ଭଗବଦ୍ ଗୀତା, ଭାଗବତ କିଛି କଥା ନାହିଁ - ତେବେ ସେ ଭଗବାନଙ୍କୁ ବୁଝି ପାରିବ ।