OR/Prabhupada 1036 - ସାତଟି ଗ୍ରହ ପ୍ରଣାଳୀ ଆମ ଉପରେ ଅଛି ଏବଂ ସାତଟି ଗ୍ରହ ପ୍ରଣାଳୀ ତଳେ ମଧ୍ୟ ଅଛି



720403 - Lecture SB 01.02.05 - Melbourne

ଶ୍ୟାମସୁନ୍ଦର: ସାତ ଗ୍ରହ ପ୍ରଣାଳୀ, ସେଗୁଡ଼ିକ ସାତୋଟି ରଙ୍ଗ ଏବଂ ଯୋଗୀମନଙ୍କର ସାତୋଟି ସିଦ୍ଧାନ୍ତର ଅନୁରୂପ କି?

ପ୍ରଭୁପାଦ: ନା । ସାତଟି ଗ୍ରହ ପ୍ରଣାଳୀ ଆମ ଉପରେ ଅଛି ଏବଂ ସାତଟି ଗ୍ରହ ପ୍ରଣାଳୀ ତଳେ ମଧ୍ୟ ଅଛି । ସେଥିପାଇଁ ଏହି ବ୍ରହ୍ମାଣ୍ଡକୁ ଚତୁର୍ଦ୍ଦଶ-ଭୁବନ କୁହାଯାଏ: "ଚଉଦଟି ଗ୍ରହ ପ୍ରଣାଳୀ ।" ଏହାକୁ ଭୁର୍ଲୋକ କୁହାଯାଏ । ଏହା ଉପରେ, ଭୁବର୍ଲୋକ ଅଛି । ତାହା ଉପରେ, ଜନଲୋକ ଅଛି । ତାହା ଉପରେ, ମହରଲୋକ ଅଛି । ତାହା ଉପରେ, ସତ୍ୟ ଲୋକ ଅଛି । ତାହା ଉପରେ ବ୍ରହ୍ମଲୋକ ଅଛି, ସର୍ବୋଚ୍ଚ ଗ୍ରହ ପ୍ରଣାଳୀ । ସେହିପରି, ତଳେ ମଧ୍ୟ, ତଳ, ଅତଳ, ତଳାତଳ, ବିତଳ, ପାତାଳ, ରସାତଳ ଅଛି । ବୈଦିକ ସାହିତ୍ୟରୁ ଆମେ ଏହି ସୂଚନା ପାଉ, ଚଉଦ ଲୋକ । ପ୍ରତ୍ୟେକ ବ୍ରହ୍ମାଣ୍ଡ ଏହି ଚଉଦ ଗ୍ରହ ପ୍ରଣାଳୀକୁ ନେଇ ଗଠିତ, ଏବଂ ଅସଂଖ୍ୟ ବ୍ରହ୍ମାଣ୍ଡ ଅଛନ୍ତି । ତେବେ ସେହି ସୂଚନା ଆମେ ବ୍ରହ୍ମସଂହିତାରୁ ପାଉ । ଯସ୍ୟ ପ୍ରଭା ପ୍ରଭବତୋ ଜଗଦ ଅଣ୍ଡ କୋଟି (BS 5.40) । ଜଗଦ ଅଣ୍ଡ କୋଟି । ଜଗଦ ଅଣ୍ତ ଅର୍ଥାତ୍ ଏହି ବ୍ରହ୍ମାଣ୍ଡ ଏକ ବୃହତ, ମୋର କହିବାର ଅର୍ଥ ହେଲା, ବଡ଼ । ଯେପରି ଅଣ୍ଡା । ସବୁକିଛି, ସମସ୍ତ ଗ୍ରହ ଅଣ୍ଡା ପରି । ଏହି ବ୍ରହ୍ମାଣ୍ଡ, ମଧ୍ୟ ଏକ ଅଣ୍ଡା ପରି । ତେବେ ଅନେକ ଅନେକ, ଅନେକ ଲକ୍ଷ ଜଗଦ ଅଣ୍ଡ ଅଛନ୍ତି । ଏବଂ ପ୍ରତ୍ୟେକ ଜଗଦ ଅଣ୍ଡରେ, କୋଟିଷୁ ବସୁଧାଦି ବିଭୂତି ଭିନ୍ନଂ, ଅସଂଖ୍ୟ ଗ୍ରହ ମଧ୍ୟ ଅଛନ୍ତି । ତେବେ ଏହି ସୂଚନାଗୁଡ଼ିକ ଆମେ ବୈଦିକ ସାହିତ୍ୟରୁ ପାଉ । ଯଦି ତୁମେ ଚାହଁ, ତୁମେ ସ୍ଵୀକାର କରି ପାରିବ । ଯଦି ତୁମେ ଚାହଁ ନାହିଁ, ତୁମେ ଅସ୍ଵୀକାର କରି ପାରିବ । ତାହା ତୁମ ଉପରେ ଅଛି ।