OR/Prabhupada 1038 - ବାଘର ଖାଦ୍ୟ ହେଉଛି ଅନ୍ୟ ଏକ ପଶୁ । ମଣିଷର ଖାଦ୍ୟ ହେଉଛି ଫଳ, ଖାଦ୍ୟ ଶସ୍ୟ, କ୍ଷୀର ପଦାର୍ଥ



730809 - Conversation B with Cardinal Danielou - Paris

କାର୍ଡିନାଲ୍ ଡାନିଏଲୋ: ତେଣୁ ମୁଁ ଆପଣଙ୍କୁ ଭେଟି ବହୁତ ଖୁସି ...

ପ୍ରଭୁପାଦ: ମୁଁ ଆପଣଙ୍କୁ ଗୋଟିଏ ପ୍ରଶ୍ନ ପଚାରିବି କି? ଯୀଶୁ କୁହନ୍ତି: "ତୁମ୍ଭେ ହତ୍ୟା କରିବ ନାହିଁ।" ତେବେ ଖ୍ରୀଷ୍ଟିଆନ ଲୋକମାନେ କାହିଁକି ହତ୍ୟା କରୁଛନ୍ତି?

କାର୍ଡିନାଲ୍ ଡାନିଏଲୋ: (ଖ୍ରୀଷ୍ଟିଆନମାନେ କାହିଁକି ...?)

ଯୋଗେଶ୍ୱର: (ହଁ, ସେମାନେ ହତ୍ୟା କରନ୍ତି । ପ୍ରଭୁ ଯୀଶୁ ସେମାନଙ୍କୁ ହତ୍ୟା ନକରିବାକୁ କହିଥିଲେ)

କାର୍ଡିନାଲ୍ ଡାନିଏଲୋ: ଖ୍ରୀଷ୍ଟିଆନ ଧର୍ମରେ ହତ୍ୟା କରିବା ନିଷେଧ । ଅବଶ୍ୟ । କିନ୍ତୁ ମୁଖ୍ୟତଃ ଆମେ ଭାବୁଛୁ ଯେ ମନୁଷ୍ୟର ଜୀବନ ଏବଂ ପଶୁମାନଙ୍କ ଜୀବନ ମଧ୍ୟରେ ପାର୍ଥକ୍ୟ ଅଛି । (ନୁହେଁ କି?) ମନୁଷ୍ୟର ଜୀବନ ପବିତ୍ର କାରଣ ମଣିଷ ହେଉଛି ଭଗବାନଙ୍କ ଛବି । କିନ୍ତୁ ପଶୁମାନଙ୍କ ସହିତ, ପଶୁମାନଙ୍କ ସହିତ ଆମର ସମାନ ସମ୍ମାନ ନାହିଁ, ଏବଂ ଆମେ ଭାବୁ ଯେ ପଶୁମାନେ ମନୁଷ୍ୟର ସେବାରେ ଅଛନ୍ତି, ଏବଂ ଏହା ବୈଧ ଅଟେ, ମଣିଷ ... ଆମ ପାଇଁ ପ୍ରତ୍ୟେକ ଜୀବନ ସମାନ ନୁହେଁ । ପ୍ରକୃତରେ ଗୁରୁତ୍ୱପୂର୍ଣ୍ଣ ହେଉଛି ମନୁଷ୍ୟର ଜୀବନ, ଏବଂ ମନୁଷ୍ୟ ପ୍ରକୃତରେ ପବିତ୍ର, ଏବଂ ମନୁଷ୍ୟକୁ ହତ୍ୟା କରିବା ନିଷେଧ ...

ପ୍ରଭୁପାଦ: ନା, କିନ୍ତୁ ଯୀଶୁ "ମଣିଷ" କହି ନାହାନ୍ତି। ସେ କେବଳ ସାଧାରଣତଃ କହିଥିଲେ: "ତୁମେ ହତ୍ୟା କରିବ ନାହିଁ।"

ଯୋଗେଶ୍ୱର: (ସେ କହିଛନ୍ତି ଯେ ପ୍ରଭୁ ଯୀଶୁ ମଣିଷମାନଙ୍କୁ ହତ୍ୟା ନକରିବା ବିଷୟରେ ଉଲ୍ଲେଖ କରି ନାହାଁନ୍ତି)

କାର୍ଡିନାଲ୍ ଡାନିଏଲୋ: (ସେ ନିର୍ଦ୍ଦିଷ୍ଟ କରି ନାହାଁନ୍ତି ଯେ ମଣିଷକୁ ହତ୍ୟା କରିବା ନୁହେଁ କାରଣ ସେଠାରେ ...) ବାଇବଲରେ ଆମର ଅନେକ ଉଦାହରଣ ଅଛି, ଉଦାହରଣ ସ୍ୱରୂପ, ବାଇବଲରେ ଆମର ଅନେକ ବଳିଦାନ ଅଛି, ପଶୁମାନଙ୍କର ବଳିଦାନ । ତୁମେ ଜାଣିଛ। ବାଇବଲରେ ଅନେକ ପଶୁମାନଙ୍କର ବଳିଦାନ । (ତେଣୁ) । ଏହା ନିଷେଧ ନୁହେଁ । (ତେଣୁ), ଏହା ନିଶ୍ଚିତ ଯେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିବା ଏକ ବଡ ପାପ । (ତେଣୁ), ଯୁଦ୍ଧ, ଯୁଦ୍ଧ, ଜାତୀୟ ଯୁଦ୍ଧର ନିଶ୍ଚିତ ଭାବରେ ଏକ ବଡ଼ ପ୍ରଶ୍ନ ଅଛି । ଏବଂ ହେଉଛି, ଏହା ...

ପ୍ରଭୁପାଦ: ତୁମେ, ତୁମେ ଭାବୁଛ ଯେ ପଶୁକୁ ମାରିବା କୌଣସି ପାପ ନୁହେଁ?

କାର୍ଡିନାଲ୍ ଡାନିଏଲୋ: ନା, ନା, ନା । କୌଣସି ପାପ ନାହିଁ । କୌଣସି ପାପ ନାହିଁ । କୌଣସି ପାପ ନାହିଁ । କାରଣ ଆମେ ଭାବୁଛୁ ଯେ ସରଳ ଜୈବିକ ଜୀବନ ପବିତ୍ର ନୁହେଁ । ତାହା ହେଉଛି, ଯାହା ପବିତ୍ର ତାହା ହେଉଛି ମାନବ ଜୀବନ, ​​ମାନବ ଜୀବନ । କିନ୍ତୁ ଜୀବନ ନୁହେଁ, ଯେପରି ...

ପ୍ରଭୁପାଦ: କିନ୍ତୁ ମୁଁ ଭାବୁଛି ଏହା ହେଉଛି ବ୍ୟାଖ୍ୟା । ଯୀଶୁ ଖ୍ରୀଷ୍ଟ ସାଧାରଣତଃ କହିଛନ୍ତି: "ତୁମେ ହତ୍ୟା କରିବ ନାହିଁ।"

କାର୍ଡିନାଲ୍ ଡାନିଏଲୋ: ହଁ, ଯୀଶୁ କହିଥିଲେ ... କିନ୍ତୁ ଏହି ବାକ୍ୟଟି ନୁହେଁ, ପାଠଟି ଯୀଶୁଙ୍କ ପାଠ ନୁହେଁ । ଏହା ପୁରାତନ ନିୟମର ଏକ ପାଠ, ଏବଂ ଏହା ଏକ ପାଠ ...

ପ୍ରଭୁପାଦ: ନା, ଏହା ମଧ୍ୟ ନୂତନ ନିୟମ ।

କାର୍ଡିନାଲ୍ ଡାନିଏଲୋ: ପୁରୁଣା ନିୟମ! ପୁରାତନ ନିୟମ

ପ୍ରଭୁପାଦ: ନା, ଏହା ନୂତନ ନିୟମରେ ନାହିଁ କି?

କାର୍ଡିନାଲ୍ ଡାନିଏଲୋ: ଏହା ଲେବୀୟମାନଙ୍କରେ, ଲେବୀୟମାନଙ୍କରେ, ଲେବୀୟ ପୁସ୍ତକରେ ଅଛି । ଏହା ଯୀଶୁଙ୍କର ଏକ ଶବ୍ଦ ନୁହେଁ । ଏହା ଲେବୀୟମାନଙ୍କର ଏକ ଶବ୍ଦ, ଏବଂ ଏହା ଡିକଲଗ୍ ର ଏକ ଅଂଶ, ଈଶ୍ୱର ମୋଶାଙ୍କୁ ଦେଇଥିବା ଦଶ ଆଦେଶ ମଧ୍ୟରୁ ଗୋଟେ ।

ପ୍ରଭୁପାଦ: ଠିକ୍ ଅଛି । କିନ୍ତୁ ଦଶ ଆଦେଶ, ଗୋଟିଏ ଆଦେଶ ହେଉଛି: "ତୁମେ ହତ୍ୟା କରିବ ନାହିଁ।"

ଯୋଗେଶ୍ୱର: (ଦଶଟି ମଧ୍ୟରୁ ଗୋଟିଏ ...)

କାର୍ଡିନାଲ୍ ଡାନିଏଲୋ: (ହଁ, ଦଶ ଆଦେଶରେ, ତୁମେ ହତ୍ୟା କରିବ ନାହିଁ) (କିନ୍ତୁ), ଏହା ନିଶ୍ଚିତ, ମୁଁ ଭାବୁଛି, ଏହା ନିଶ୍ଚିତ ଭାବରେ ସେହି ବ୍ୟକ୍ତିଙ୍କ ହତ୍ୟା । ମୁଁ ଭାବୁଛି, ମୋର ବୁଝିବାରେ ବହୁତ ଅସୁବିଧା ଅଛି କାହିଁକି ଭାରତୀୟ ଧର୍ମରେ... କାରଣ ଏହା ଅସମ୍ଭବ ... ଉଦାହରଣ ସ୍ୱରୂପ, ଏହା ଆବଶ୍ୟକ, (ଖାଦ୍ୟ ପାଇଁ) ।

ଯୋଗେଶ୍ୱର: ଖାଦ୍ୟ ପାଇଁ ।

କାର୍ଡିନାଲ୍ ଡାନିଏଲୋ: (ହଁ)। ମନୁଷ୍ୟର ଖାଦ୍ୟ ଖାଇବା, ଖାଇବା ଏବଂ...

ପ୍ରଭୁପାଦ: ମଣିଷ ଶସ୍ୟ, ଖାଦ୍ୟ ଶସ୍ୟ, ଫଳ, କ୍ଷୀର, ଚିନି, ଗହମ ...

କାର୍ଡିନାଲ୍ ଡାନିଏଲୋ: ନୁହେଁ, ନୁହେଁ, (ମାଂସ ନାହିଁ )?

ଯୋଗେଶ୍ୱର: ମାଂସ ନାହିଁ?

କାର୍ଡିନାଲ୍ ଡାନିଏଲୋ: ମାଂସ ନାହିଁ?

ପ୍ରଭୁପାଦ: ନା। କାହିଁକି? ଫଳ ପରି । ଏହି ଫଳ ମାନବ ପାଇଁ ଉଦ୍ଦିଷ୍ଟ । ବାଘ ତୁମର ଫଳ ଖାଇବାକୁ ଆସେ ନାହିଁ । ତେଣୁ ବାଘର ଖାଦ୍ୟ ଅନ୍ୟ ଏକ ପଶୁ । ମଣିଷର ଖାଦ୍ୟ ହେଉଛି ଫଳ, ଖାଦ୍ୟ ଶସ୍ୟ, କ୍ଷୀର ପଦାର୍ଥ । ଫଳ ପରି ...

କାର୍ଡିନାଲ୍ ଡାନିଏଲୋ: ହଁ । ଏହା କାହିଁକି, କାରଣ ଶସ୍ୟ ଏବଂ ଉଦ୍ଭିଦ ମଧ୍ୟ ଜୀବ ଅଟନ୍ତି?

ପ୍ରଭୁପାଦ: ଠିକ୍ ଅଛି, ଠିକ୍ ଅଛି । ତାହା, ଆମେ ମଧ୍ୟ ବୁଝୁ । କିନ୍ତୁ ଯଦି, ଯଦି ତୁମେ ବଞ୍ଚିପାରିବ... ଠିକ୍ ଯେହିପରି, ସାଧାରଣତଃ, ଯଦି ମୁଁ ଫଳ, ଶସ୍ୟ ଏବଂ କ୍ଷୀର ଉପରେ ବଞ୍ଚିପାରେ, ତେବେ ମୁଁ ଅନ୍ୟ ପଶୁକୁ କାହିଁକି ହତ୍ୟା କରିବି?

କାର୍ଡିନାଲ୍ ଡାନିଏଲୋ: ହଁ ହଁ ।