OR/Prabhupada 1041 - କେବଳ ଲକ୍ଷଣାତ୍ମକ ଉପଚାର ଦ୍ଵାରା ତୁମେ ମନୁଷ୍ୟକୁ ସୁସ୍ଥ କରି ପାରିବ ନାହିଁ



751001 - Lecture Arrival - Mauritius

ସମଗ୍ର ବିଶ୍ଵ ଜୀବନର ଶରୀରିକ ସଂକଳ୍ପନା ଅଧିନରେ ଅଛି, ଏପରିକି ବଡ଼, ବଡ଼ ରାଷ୍ଟ୍ରଗୁଡିକ ମଧ୍ୟ । ଯେପରିକି ତୁମର ପ୍ରଧାନମନ୍ତ୍ରୀ ଯୁକ୍ତରାଷ୍ଟ୍ରକୁ ଯାଇଛନ୍ତି । ଯୁକ୍ତରାଷ୍ଟ୍ରରେ ଅନେକ ବଡ଼, ବଡ଼ ବ୍ୟକ୍ତି ଅଛନ୍ତି । ସେମାନେ କୁହଁନ୍ତି, ସେମାନେ ବିଗତ ତିରିଶି ବର୍ଷ ହେଲା କହୁଛନ୍ତି । ଯୁକ୍ତରାଷ୍ଟ୍ର ଗଠନ କରାଯାଇଛି, କିନ୍ତୁ ସେମାନେ ଜୀବନର ସମସ୍ୟାର କୌଣସି ସମାଧାନ ପାଇ ନାହାଁନ୍ତି, କାରଣ ମୌଳିକ ସିଦ୍ଧାନ୍ତକୁ ସେମାନେ ହରେଇ ବସୁଛନ୍ତି; ସେମାନେ ଜାଣି ନାହାଁନ୍ତି । ସେମାନେ ସମସ୍ତେ ଶାରୀରିକ ସ୍ତରରେ ଭାବୁଛନ୍ତି: "ମୁଁ ଭାରତୀୟ," "ମୁଁ ଆମେରିକୀୟ," "ମୁଁ ଜର୍ମାନ," ଏବଂ "ମୁଁ ଇଂରେଜ," ସେହିପରି । ସେଥିପାଇଁ କୌଣସି ସମାଧାନ ନାହିଁ, କାରଣ ମୌଳିକ ସିଦ୍ଧାନ୍ତ ହେଉଛି ଭୁଲ । ଯେ ପର୍ଯ୍ୟନ୍ତ ଆମେ ବୁଝି ପାରିବା ନାହିଁ ଶରୀରର ସକ୍ରିୟ ସିଦ୍ଧାନ୍ତରେ କ'ଣ ଭୁଲ ଅଛି, ସମସ୍ୟାର ସମାଧାନ କରାଯାଇ ପାରିବ ନାହିଁ । ଯେପରି ତୁମେ ରୋଗକୁ ଚିହ୍ନି ପାରିବ ନାହିଁ, କେବଳ ଲକ୍ଷଣାତ୍ମକ ଉପଚାର ଦ୍ଵାରା ତୁମେ ମନୁଷ୍ୟକୁ ସୁସ୍ଥ କରି ପାରିବ ନାହିଁ । ତାହା ସମ୍ଭବ ନୁହେଁ ।

ତେବେ ଆମର କୃଷ୍ଣ ଚେତନା ଆନ୍ଦୋଳନ ଜୀବନର ଶାରୀରିକ ସଂକଳ୍ପନା ଉପରେ ଆଧାରିତ ନୁହେଁ । ଏହି ଆନ୍ଦୋଳନ ଆତ୍ମାର ମୌଳିକ ସିଦ୍ଧାନ୍ତ ଉପରେ ଆଧାରିତ । ଆତ୍ମା କ'ଣ, ଆତ୍ମାର ଆବଶ୍ୟକତା କ'ଣ, ଆତ୍ମା କିପରି ଶାନ୍ତିପୂର୍ଣ୍ଣ, ସୁଖୀ ହେବ । ତେବେ ସବୁକିଛି ଠିକ୍ ହୋଇଯିବ ।