OR/Prabhupada 1043 - ଆମେ କୋକା-କୋଲା ପିଉନାହୁଁ, ଆମେ ପେପ୍ସି-କୋଲା ପିଉନାହୁଁ, ଆମେ ଧୁମ୍ରପାନ କରୁନାହୁଁ



751002 - Lecture SB 07.05.30 - Mauritius

ଯଦି ଜଣେ ଏହି ଭୌତିକ ଜୀବନର ଧାରଣାରେ ଆସକ୍ତ ହୋଇଯାଏ, ସେ ବୁଝିପାରିବ ନାହିଁ, କିମ୍ଵା କୃଷ୍ଣ ଚେତନା ବିଷୟରେ ତାର ଦୃଢମତ ହୋଇପାରିବ ନାହିଁ । ଭଗବଦ୍ ଗୀତାରେ ମଧ୍ୟ, ଏହା କୁହାଯାଇଛି ଯେ,

ଭୋଗୈଶ୍ଵର୍ଯ୍ୟପ୍ରସକ୍ତାନାଂ
ତୟାପହୃତଚେତସାମ୍
ବ୍ୟବସାୟାତ୍ମିକା ବୁଦ୍ଧିଃ
ସମାଧୌ ନ ବିଧୀୟତେ
(BG 2.44)

ଯେଉଁମାନେ ଭୌତିକବାଦୀ ଜୀବନ ପ୍ରତି ଅତ୍ୟନ୍ତ ଆସକ୍ତ ଅଛିନ୍ତି-ମାନେ ଇନ୍ଦ୍ରିୟ ତୃପ୍ତି ପ୍ରତି... ଭୌତିକବାଦୀ ଜୀବନର ଅର୍ଥ ଇନ୍ଦ୍ରିୟତୃପ୍ତି । ଆଧ୍ୟାତ୍ମିକ ଜୀବନ ଏବଂ ଭୌତିକ ଜୀବନ ମଧ୍ୟରେ ପାର୍ଥକ୍ୟ କ'ଣ? ଏହି ବାଳକମାନେ, ଇଉରୋପ ଏବଂ ଆମେରିକାର ଏହି ବାଳକମାନେ, ସେମାନେ ଏହି ଆଧ୍ୟାତ୍ମିକ ଜୀବନକୁ ଗ୍ରହଣ କରିଛନ୍ତି ମାନେ ସେମାନେ ଇନ୍ଦ୍ରିୟ ତୃପ୍ତି କରିବା ପ୍ରକ୍ରିୟାକୁ ବନ୍ଦ କରିଦେଇଛନ୍ତି । କୌଣସି ଅବୈଧ ଯୌନ ସମ୍ପର୍କ ନାହିଁ, ମାଂସ ଭକ୍ଷଣ ନାହିଁ, ଜୁଆଖେଳ ନାହିଁ, ମଦ୍ୟପାନ ନାହିଁ । ଏହା ହେଉଛି ଭୌତିକବାଦୀ ଜୀବନ । ଅନ୍ୟଥା, ଏହି ଜୀବନ ଏବଂ ସେହି ଜୀବନ ମଧ୍ୟରେ ପାର୍ଥକ୍ୟ କ'ଣ ରହିଲା?

ତେଣୁ ଯଦି ଆମେ ଭୌତିକବାଦୀ ଜୀବନ ପ୍ରତି ଆସକ୍ତ ହେବା, ତେବେ ଏହା ଅତ୍ୟନ୍ତ କଷ୍ଟକର ହେବ କୃଷ୍ଣ ଚେତନା ଆନ୍ଦୋଳନକୁ ବୁଝିବା ପାଇଁ । ମତିର୍ ନ୍ କୃଷ୍ଣେ ପରତଃ ସ୍ଵତୋ ବା ମିଥୋ ଅଭିପଦ୍-ଯତେ ଗୃହ ବ୍ରତାନାଂ (SB 7.5.30) । କାହିଁକି? ବର୍ତ୍ତମାନ, ଅଦାନ୍ତ-ଗୋଭିଃ । ଅଦାନ୍ତ ମାନେ ଅନିୟନ୍ତ୍ରିତ । ଅନିୟନ୍ତ୍ରିତ । ଆମର ଇନ୍ଦ୍ରିୟଗୁଡିକ ଅନିୟନ୍ତ୍ରିତ । ଆଜି ସକାଳରେ, ମୁଁ ଯେତେବେଳେ ସମୁଦ୍ର କୂଳରେ ଚାଲୁଥିଲି, ଆମେ ବହୁତ ଜିନିଷ ଦେଖିବାକୁ ପାଇଥିଲେ- କୋକାକୋଲାର ଠିପି, ସିଗାରେଟର ମୁଣ୍ଡି ଏବଂ ବହୁ ଅନ୍ୟ ଜିନିଷ । ତ କୋକାକୋଲାର ଆବଶ୍ୟକତା କ'ଣ? ତୁମେ ଆମ ସମାଜରେ ଏହି ଜିନିଷ ପାଇବ ନାହିଁ । ଆମେ କୋକା-କୋଲା ପିଉନାହୁଁ, ଆମେ ପେପ୍ସି-କୋଲା ପିଉନାହୁଁ, ଆମେ ଧୁମ୍ରପାନ କରୁନାହୁଁ । ବହୁ ଜିନିଷ ଯାହା ସବୁ ବଜାରରେ ମିଳୁଛି ବହୁ ସଂଖ୍ୟକ ବିଜ୍ଞାପନ ଦ୍ଵାରା, ଗରିବ ଗ୍ରାହକକୁ ଠକି କରି... କିନ୍ତୁ ଏଗୁଡିକୁ ଅଦରକାରୀ ଜିନିଷ କୁହାଯାଏ । ଏହି ସବୁ ଜିନିଷର ଆବଶ୍ୟକତା ନାହିଁ । କିନ୍ତୁ ଅଦାନ୍ତ-ଗୋଭିଃ, କାରଣ ଇନ୍ଦ୍ରିୟଗୁଧିକୁ ନିୟନ୍ତ୍ରଣ କରିହେବ ନାହିଁ, ସେମାନେ ବ୍ୟାପାର କରୁଛନ୍ତି । ସେମାନେ ବ୍ୟାପାର କରୁଛନ୍ତି, ଅଦରକାରୀ ଜିନିଷର । ତେଣୁ ଆମେ ଆମର ଇନ୍ଦ୍ରିୟକୁ ନିୟନ୍ତ୍ରଣରେ ରଖିବା ଉଚିତ । ଯଦି ଆମେ ବାସ୍ତବରେ ଆଧ୍ୟାତ୍ମିକ ଜୀବନ ଚାହୁଁ, ଯଦି ଆମେ ବାସ୍ତବରେ ମାୟା କବଳରୁ ମୁକ୍ତ ହେବାକୁ ଚାହୁଁ, ତେବେ ଆମକୁ ଶିଖିବାକୁ ହେବ ଇନ୍ଦ୍ରିୟଗୁଡିକୁ କିପରି ନିୟନ୍ତ୍ରଣ କରାଯିବ । ତାହା ଆବଶ୍ୟକ । ତାହା ହେଉଛି ମନୁଷ୍ୟ ଜୀବନର ଉଦ୍ଦେଶ୍ୟ । ତାହା ହେଉଛି ମନୁଷ୍ୟ ଜୀବନର ଉଦ୍ଦେଶ୍ୟ । ମନୁଷ୍ୟ ଜୀବନ କୁକୁର ଏବଂ ବିଲେଇ ଏବଂ ଘୁଷୁରିଙ୍କ ଜୀବନକୁ ନକଲ କରିବା ନୁହେଁ । ତାହା ମନୁଷ୍ୟ ଜୀବନ ନୁହେଁ ।