OR/Prabhupada 1059 - ସମସ୍ତଙ୍କ ଭଗବାନ ସହ ବିଶେଷ ସମ୍ପର୍କ ଅଛି



660219-20 - Lecture BG Introduction - New York

ଯେମିତି ହିଁ ଜଣେ ଭଗବାନଙ୍କ ଭକ୍ତ ହେଇ ଯାଏ, ସେମିତି ହିଁ ତାହାର ଭଗବାନଙ୍କ ସହ ସୀଧା ସମ୍ବଦ୍ଧ ହେଇ ଯାଏ | ଏହା ଏକ ବହୁତ ଲମ୍ବା ବିଷୟ ବସ୍ତୁ, ପରନ୍ତୁ ସଂକ୍ଷିପ୍ତ ରେ କୁହା ହେଇ ପାରିବ | ଭକ୍ତ ଓ ଭଗବାନ ଙ୍କ ମଧ୍ୟରେ ପାଞ୍ଚ ପ୍ରକାରର ସମ୍ବନ୍ଧ ହେଇ ପାରିବ | ଜଣେ ନିଷ୍କ୍ରିୟ ଭାବ ରେ ଭକ୍ତ ହେଇ ପରେ, ଜଣେ ସକ୍ରିୟ ଅବସ୍ଥା ରେ ଭକ୍ତ ହେଇ ପାରେ, ଜଣେ ସଖା ରୂପ ରେ ଭକ୍ତ ହେଇ ପାରେ, ଜଣେ ମାତା ପିତା ଭାବ ରେ ଭକ୍ତ ହେଇ ପରେ, ଏବଂ ଜଣେ ଦମ୍ପତି-ପ୍ରେମୀ ଙ୍କ ରୂପ ରେ ଭକ୍ତ ହେଇ ପାରେ |

ତ ଅର୍ଜୁନଙ୍କ ଭଗବାନଙ୍କ ସହ ସଖା ଭାବ ଥିଲା | ଭଗବାନ ସଖା ହେଇ ପାରିବେ | ନିସଂଧେୟ, ଏହି ସଖା ଭାବ ଏବଂ ଭୌତିକ ଜଗତ ର ସଖା ଭାବ ରେ ଆକାଶ ପାତାଳ ର ସମ୍ପର୍କ ଅଛି | ଏହା ଦିବ୍ୟ ମିତ୍ରତା ... ଏହା ନୁହେ କି ସମସ୍ତଙ୍କୁ ପ୍ରାପ୍ୟ ଭଗବାନ ଙ୍କ ସହ ସମ୍ବନ୍ଧ | ପ୍ରତେକ ବ୍ୟକ୍ତି ର ଭଗବାନଙ୍କ ସହ ବିଶିଷ୍ଟ ସମ୍ବନ୍ଧ ଅଛି ଏବଂ ସେ ବିଶିଷ୍ଟ ସମ୍ପର୍କ ଭକ୍ତି ର ପୁର୍ନତା ରେ ହିଁ ଜାଗୃତ ହେବ | କିନ୍ତୁ ବର୍ତମାନ ଜୀବନ ର ଅବସ୍ଥା ରେ ଆମେ ନା କି କେବଳ ଭଗବାନଙ୍କୁ ଭୁଲି ଯାଇଛୁ, ଅପିତୁ ଆମେ ଭଗବାନଙ୍କ ସହ ଆମ ଶାଶ୍ୱତ ସମ୍ବନ୍ଧ ମଧ୍ୟ ଭୁଲି ଯାଇଛୁ | ଲକ୍ଷ୍ୟ କୋଟି ଜୀବ ମାନଙ୍କ ମଧ୍ୟରେ ସମସ୍ତଙ୍କ, ଭଗବାନଙ୍କ ସହ ନିତ୍ୟ ବିଶିଷ୍ଟ ସମ୍ବନ୍ଧ ଅଛି | ତାହାକୁ ସ୍ୱରୂପ କୁହାଯାଏ | ସ୍ୱରୂପ | ଏବଂ ଭକ୍ତି ଯୋଗ ପ୍ରକ୍ରିୟା ଦ୍ୱାରା ଏହି ସ୍ୱରୂପ ଜାଗୃତ କରା ଯାଇ ପାରିବ | ଏବଂ ସେହି ଅବସ୍ଥା କୁ ସ୍ୱରୂପ ସିଦ୍ଧି କୁହ ଯାଏ, ଏହା ସ୍ଵାଭିକ ବା ମୁଲଭୁତ ଅବସ୍ଥା ର ପୁର୍ନତା ଅଟେ | ତ ଅର୍ଜୁନ ଜଣେ ଭକ୍ତ ଏବଂ ସେ ମୈତ୍ରୀୟ ଭାବେ ଭଗବାନଙ୍କ ସହ ସମ୍ପର୍କ ରେ ଥିଲା |

ଏବେ, ଏଇ ଭଗବଦ ଗୀତା ଅର୍ଜୁନ କୁ କୁହା ହେଇଚି, ଏବଂ ସେ କିପରି ଗ୍ରହଣ କରିଛନ୍ତି? ଏହି କଥାଟି କୁ ବିଶେଷ ଧ୍ୟାନ ଦେବା ଉଚିତ | କିପରି ଅର୍ଜୁନ ଭଗବଦ ଗୀତା ଗ୍ରହଣ କରିଛନ୍ତି ତାହା ଦଶମ ଅଧ୍ୟାୟ ରେ କୁହା ଯାଇଛି | ଯେପରି କି:

ଅର୍ଜୁନ ଉଵାଚ
ପରମ ବ୍ରହ୍ମ ପରମ ଧାମ
ପବିତ୍ରମ ପରମଂମ ଭାବନ
ପୁରୁଷମ ସାସ୍ଵାତମ ଦିବ୍ୟମ
ଆଦି-ଦେବମ ଅଜାମ ବିଭୁମ
ଅହୁଷ ତ୍ୱମ ରସାୟଃ ସର୍ବେ
ଦେବଶ୍ରୀ ନାରଦସ ତଥା
ଅସୀତ ଦେବାଲୋ ବ୍ୟାସହ
ସ୍ୱୟଂ ଚଇବ ବ୍ରବିଶି ମେ |
(BG 10.12-13)
ସର୍ଵମ ଏତଦ ରତଂ
ମନୟେ ଯାନ ମାଂ
ବଦସୀ କେଶବ ନା ହି ତେ ଭଗବାନ
ବ୍ୟାକ୍ତିମ ବିଦୁର ଦେବ ନା ଦାନଵଃ |
(BG 10.14)

ଏବେ ଅର୍ଜୁନ କହିଲେ, ଭଗବାନଙ୍କ ଠୁ ଭଗବଦ ଗୀତା ଶୁଣିଲା ପରେ ସେ କୃଷ୍ଣଙ୍କୁ ପରମ ବ୍ରହ୍ମଣ ସ୍ୱୀକାର କରିଲେ | ବ୍ରହ୍ମ| ପ୍ରତି ଯିବ ବ୍ରହ୍ମ ଅଟେ | କିନ୍ତୁ ପରମ ପୁରୋଶତ୍ତମ ଭଗବାନ ପରମ ବ୍ରହ୍ମ ଅଟନ୍ତି | ଆଉ ପରମ ଧାମ | ପରମ ଧାମ ର ଅର୍ଥ ସମସ୍ତନ୍କୁ ଆଶ୍ରୟ ବା ଧାମ | ଆଉ ପବିତ୍ରମ | ପବିତ୍ର ମାନେ ସେ ଶୁଦ୍ଧ, ଭୌତିକ କଲମଶ ରୁ ବାହାରେ | ଏବଂ ତାଙ୍କୁ ପୁରୁଷମ କୁହା ଯାଇଛି | ପୁରୁଷମ ର ଅର୍ଥ ସେ ପରମ ଭୋକ୍ତା ଅଟନ୍ତି ; ସାସ୍ୱତମ, ଶାଶ୍ୱତ ର ଅର୍ଥ ସେ ସନାତନ, ସେ ପ୍ରଥମ ପୁରୁଷ; ଦିବ୍ୟମ ଅର୍ଥାତ ଦିବ୍ୟ; ଦେବମ, ପରମ ପୁରଶତମ ଭଗବାନ; ଅଜମ-ଅଜନ୍ମା; ବିଭୁମ ଅର୍ଥାତ ମହାନତମ |

ଏବେ କେହି ଏଇଆ ଭାବି ପାରନ୍ତି, ଯେହେତୁ କୃଷ୍ଣ ଅର୍ଜୁନ ର ସାଙ୍ଗ, ତେଣୁ ଏଇ ସବୁ ସେ ନିଜ ସାଙ୍ଗ କୁ କହିଛନ୍ତି | କିନ୍ତୁ ଅର୍ଜୁନ, ଭଗବଦ ଗୀତା ର ପାଠକ ମନରୁ ଏଇ ସବୁ ସନ୍ଦେହ ଦୂର କରିବା ପାଇଁ, ସେ ନିଜ ପ୍ରସ୍ତାବ ଗୁଡିକ ମହାପୁରଷ ମାନଙ୍କ ପ୍ରମାଣ ରୁ ସ୍ଥାପିତ କରୁଛନ୍ତି | ସେ କହୁଛନ୍ତି ଯେ ଶ୍ରୀ କୃଷ୍ଣ ପରମ ପୁରୋଶତ୍ତମ ଭଗବାନ ରୂପ ରେ ମନା ଯାଏ ନ ହିଁ କେବଳ ନିଜ ଦ୍ୱାରା, ଅପିତୁ ନାରଦ, ଅସିତ, ଦେବଳ ତଥା ବ୍ୟାସ ପରି ମହାପୁରୁଷ ମାନେ ମଧ୍ୟ ସ୍ୱୀକାର କରିଛନ୍ତି | ଏଇ ମାନେ ସବୁ ମହାପୁରୁଷ ଵ୍ୟଦିକ ଜ୍ଞାନ ବିତରଣ କରିବା ପାଇଁ | ସେ ସମସ୍ତ ଆଚାରଯ୍ୟଙ୍କ ଦ୍ୱାରା ସ୍ୱୀକୃତ କରା ଯାଇଛି | ଅତଏବ ଅର୍ଜୁନ କହୁଛନ୍ତି " ଏବେ ଯାଇଁ ଆପଣ ଯାହା କିଛି କହିଛନ୍ତି, ମୁ ତାକୁ ପୁର୍ଣ ସତ୍ୟ ମାନୁଛି |"