OR/Prabhupada 1069 - ଧର୍ମ ବିଶ୍ଵାସର ଧାରଣା ଦିଏ । ବିଶ୍ଵାସ ପରିବର୍ତ୍ତନ ହୋଇପାରେ- ସନାତନ ଧର୍ମ ନୁହେଁ



660219-20 - Lecture BG Introduction - New York

ତେଣୁ, ସନାତନ ଧର୍ମ, ଯାହା ପୂର୍ବରୁ ଉଲ୍ଲେଖ କରାଯାଇଅଛି, ଯେ ଭଗବାନ ସନାତନ ଅଟନ୍ତି । ଏବଂ ଦିବ୍ୟ ଧାମ, ଯାହା ପରବ୍ୟୋମର ଉର୍ଦ୍ଧ୍ଵରେ, ତାହା ମଧ୍ୟ ସନାତନ । ଏବଂ ଜୀବଗଣ, ସେମାନେ ମଧ୍ୟ ସନାତନ ଅଟନ୍ତି । ତେଣୁ ସନାତନ ଭଗବାନ, ସନାତନ ଜୀବଗଣଙ୍କର ସଙ୍ଗତି, ସନାତନ ଧାମରେ ମାନବ ଜୀବନର ଅନ୍ତିମ ଲକ୍ଷ୍ୟ । ଭଗବାନ ଜୀବଗଣଙ୍କ ପ୍ରତି ଅତ୍ୟନ୍ତ ଦୟାଳୁ କାରଣ ଜୀବଗଣ ଭଗବାନଙ୍କର ସନ୍ତାନ ଅଟନ୍ତି । ଭଗବାନ ଘୋଷଣା କରିଛନ୍ତି ସର୍ବଯୋନିଷୁ କୌନ୍ତେୟ ମୂର୍ତୟଃ (BG 14.4) । ସମସ୍ତ ପ୍ରକାରର ଜୀବଗଣ... ବିଭିନ୍ନ କର୍ମାନୁଯାଇ ବିଭିନ୍ନ ପ୍ରକାର ଜୀବ ଅଛନ୍ତି , କିନ୍ତୁ ଭଗବାନ ଦାବି କରନ୍ତି ଯେ ସେ ସମସ୍ତ ଜୀବମାନଙ୍କର ପିତା ଅଟନ୍ତି, ତେଣୁ ଭଗବାନ ଏସମସ୍ତ ପତିତ ବଦ୍ଧଜୀବଗଣଙ୍କୁ ଉଦ୍ଧାର କରିବା ପାଇଁ ଏ ଧରାପୃଷ୍ଠରେ ଅବତରଣ କରନ୍ତି ସନାତନ ଧାମକୁ ଫେରେଇ ନେବା ନିମିତ୍ତ । ଏହାଦ୍ଵାରା ସନାତନ ଜୀବଗଣ ସେମାନଙ୍କର ସନାତନ ସ୍ଥିତି ଭଗବାନଙ୍କର ସନାତନ ସଙ୍ଗ ପୁନଃପ୍ରାପ୍ତ କରିପାରିବେ । ଭଗବାନ ନିଜେ ବିଭିନ୍ନ ଅବତାରରୂପେ ଆସନ୍ତି । ସେ ତାଙ୍କର ବିଶ୍ଵସ୍ତ ସେବକମାନଙ୍କୁ ପୁତ୍ର ରୂପରେ କିମ୍ୱା ସହଚର ରୂପରେ କିମ୍ଵା ଆଚାର୍ଯ୍ୟ ରୂପରେ ବଦ୍ଧଜୀବମାନଙ୍କର ଉଦ୍ଧାର ନିମିତ୍ତ ପ୍ରେରଣ କରନ୍ତି ।

ତେଣୁ ସନାତନ ଧର୍ମ କୌଣସି ସାଂପ୍ରଦାୟିକ ଧର୍ମ ନୁହେଁ । ଏହା ସନାତନ ଜୀବମାନଙ୍କର ସନାତନ ଭଗବାନଙ୍କ ସହିତ ସମ୍ପର୍କର ସନାତନ କର୍ମ ଅଟେ । ସନାତନ ଧର୍ମ ଅର୍ଥାତ୍ ସନାତନ ବୃତ୍ତି । ଶ୍ରୀପଦ ରାମାନୁଜାଚାର୍ଯ୍ୟ ସନାତନ ଶଦ୍ଦର ବ୍ୟାଖ୍ୟା କରି କହିଛନ୍ତି "ଯାହାର ଆଦି ନାହିଁ କି ଅନ୍ତ ନାହିଁ " । ଏବଂ ଯେତେବେଳେ ଆମେ ସନାତନ ଧର୍ମ କଥା କହୁ ଏହାକୁ ଗ୍ରହଣ କରିବାକୁ ହେବ । ଶ୍ରୀପଦ ରାମାନୁଜାଚାର୍ଯ୍ୟଙ୍କର ସଂଜ୍ଞାନୁଯାୟୀ ଗ୍ରହଣ କରିବାକୁ ହେବ ଯେ ଏହାର ଆଦି ନାହିଁ କି ଅନ୍ତ ନାହିଁ । ଧର୍ମ ଏବଂ ସନାତନ ଧର୍ମ ମଧ୍ୟରେ ଅଳ୍ପ ପାର୍ଥକ୍ୟ ଅଛି । ଧର୍ମ ବିଶ୍ଵାସର ଧାରଣା ଦିଏ । ବିଶ୍ଵାସ ପରିବର୍ତ୍ତନ ହୋଇପାରେ । ଜଣେ ବ୍ୟକ୍ତିର ଏକ ନିର୍ଦ୍ଦିଷ୍ଟ ବିଧିରେ ବିଶ୍ଵାସ ଥାଇପାରେ ଏବଂ ତାର ସେ ବିଶ୍ଵାସ ପରିବର୍ତ୍ତନ ହୋଇପାରେ ଓ ସେ ଅନ୍ୟ ବିଧିରେ ଆସ୍ଥା ସ୍ଥାପନ କରିପାରେ । କିନ୍ତୁ ସନାତନ ଧର୍ମ ଅର୍ଥାତ୍ ଯାହା ପରିବର୍ତ୍ତନ ହୋଇପାରିବ ନାହିଁ । ଯେପରି ଜଳ ଓ ତରଳତା । ଜଳରୁ ତରଳତାକୁ କାଢି ନିଆଯାଇପାରିବ ନାହିଁ । ଉତ୍ତାପ ଓ ଅଗ୍ନି । ଉତ୍ତାପକୁ ଅଗ୍ନିରୁ କାଢି ନିଆଯାଇପାରିବ ନାହିଁ । ସେହିପରି ସନାତନ ଜୀବମାନଙ୍କର ସନାତନ କର୍ମକୁ, ଯାହାକୁ ସନାତନ ଧର୍ମ କୁହାଯାଏ, କାଢି ନିଆଯାଇପାରିବ ନାହିଁ । ଏହାକୁ ପରିବର୍ତ୍ତନ କରିବା ସମ୍ଭବ ନୁହେଁ । ସନାତନ ଜୀବମାନଙ୍କର ସନାତନ କର୍ମ କ'ଣ ତାହା ଆମକୁ ଖୋଜିବାକୁ ହେବ । ତେଣୁ ଯେତେବେଳେ ଆମେ ସନାତନ ଧର୍ମ କଥା କହୁ, ଏହା ଆମକୁ ଗ୍ରହଣ କରିବାକୁ ହେବ ଯେ ଶ୍ରୀପଦ ରାମାନୁଜାଚାର୍ଯ୍ୟଙ୍କର ସଂଜ୍ଞାନୁଯାୟୀ ଏହାର ଆଦି ନାହିଁ କି ଅନ୍ତ ନାହିଁ । ଯାହାର ଆଦି ନାହିଁ କି ଅନ୍ତ ନାହିଁ, ସେ କଦାପି ସାମ୍ପ୍ରଦାୟିକ ହୋଇ ନ ପାରେ ଏବଂ ଏହାକୁ କୌଣସି ସିମା ଦ୍ଵାରା ଆବଦ୍ଧ କରିହେବ ନାହିଁ । ଯେତେବେଳେ ଆମେମାନେ ସନାତନ ଧର୍ମ ଉପରେ ସମ୍ମୀଳନି କରୁ, ଯେଉଁ ଲୋକମାନେ କୌଣସି ସଂପ୍ରଦାୟରେ ବିଶ୍ଵାସ ରଖନ୍ତି ସେମାନେ ଏହାକୁ ଭୁଲ୍ ଭାବିପାରନ୍ତି ଯେ ଆମେ ଏକ ସାଂପ୍ରାଦାୟିକ କଥା କହୁଛୁ । କିନ୍ତୁ ଆମେମାନେ ଯଦି ଗଭୀର ଚିନ୍ତା କରିବା ଓ ଆଧୁନିକ ବୈଜ୍ଞାନିକଧାରାରେ ବିଚାର କରିବା, ଏହା ଆମପାଇଁ ଦେଖିବା ସମ୍ଭବ ଯେ ସନାତନ ଧର୍ମ ଜଗତର ସମସ୍ତ ଲୋକମାନଙ୍କର କର୍ମ ନୁହେଁ ସମଗ୍ର ବ୍ରହ୍ମାଣ୍ତର ଜୀବମାନଙ୍କର କର୍ମ । ମାନବ ସମାଜର ଇତିହାସରେ ଅସନାତନ ଧର୍ମର ଆରମ୍ଭ ପାଇବା, କିନ୍ତୁ ସନାତନ ଧର୍ମର କୌଣସି ଇତିହାସ ନାହିଁ କାରଣ ଏହା କ୍ରମାଗତ ଭାବେ ଜୀବସାଥିରେ ରହିଛି । ଯେ ପର୍ଯ୍ୟନ୍ତ ଜୀବମାନଙ୍କର ସମ୍ଵନ୍ଧ ଅଛି, ଆମେମାନେ ପ୍ରମାଣିକ ଶାସ୍ତ୍ରରୁ ପାଇବା ଯେ ଜୀବମାନଙ୍କର ମଧ୍ୟ ଜନ୍ମ ନାହିଁ କି ମୃତ୍ୟୁ ନାହିଁ । ଭଗବଦ୍ ଗୀତାରେ ଏହା ପରିଷ୍କାର ଭାବେ କୁହାଯାଅଇଛି ଯେ ଜୀବ କେବେ ଜନ୍ମ ହୁଏ ନାହିଁ, କି ସେ କେବେ ମରେ ନାହିଁ । ସେ ସନାତନ, ଅବ୍ୟୟ, ଏବଂ ତାର ଅସ୍ଥାୟୀ ଭୌତିକ ଶରୀର ବିନାଶ ପରେ ମଧ୍ୟ ସେ ରହେ ।