OR/Prabhupada 1077 - ଭଗବାନ୍ ପୂର୍ଣ୍ଣ ଅଟନ୍ତି, ତାଙ୍କର ନାମ ଓ ତାଙ୍କ ଭିତରେ କିଛି ଅନ୍ତର ନାହିଁ



660219-20 - Lecture BG Introduction - New York

ଶ୍ରୀମଦ୍ ଭାଗବତକୁ ଭାଷ୍ୟୋ ଅୟଂ ବ୍ରହ୍ମ ସୂତ୍ରାନାଂ କୁହାଯାଏ । ଏହା ବେଦାନ୍ତ ସୂତ୍ରର ଏକ ସ୍ଵାଭାବିକ ଭାଷ୍ୟ ଅଟେ । ତେଣୁ ଆମେ ଯଦି ଏହି ସବୁ ସାହିତ୍ୟଗୁଡ଼ିକ ଅଧ୍ୟୟନରେ ମନୋନିବେଶ କରିବା, ତଦ୍ ଭାବ ଭାବିତଃ, ସଦା । ସଦା ତଦ୍ ଭାବ ଭାବିତଃ(BG 8.6) । ଯଦି କେହି ସର୍ବଦା ସଂଲଗ୍ନ... ଯେପରି କି ଭୌତିକବାଦୀ ସର୍ବଦା ଭୌତିକ ସାହିତ୍ୟ ଅଧ୍ୟୟନରେ ଲୀନ, ଯେପରି ସମ୍ଵାଦପତ୍ର, ପତ୍ରିକା, ଉପନ୍ୟାସ ଏବଂ କାଲ୍ପନିକ କଥା ଇତ୍ୟାଦି, ଏବଂ ଅନେକ ବୈଜ୍ଞାନିକ ବା ଦାର୍ଶନିକ, ଏହି ସବୁ ବିଭିନ୍ନ ଧରଣର ଚିନ୍ତାଧାରା । ଯଦି ଆମେ ଆମର ପଢ଼ିବା ଶକ୍ତିକୁ ବୈଦିକ ସାହିତ୍ୟ ପଢ଼ିବାରେ ଲଗେଇ ପାରିବା, ଯାହା ବ୍ୟାସଦେବ ଉଦାରତାର ସହିତ ପ୍ରସ୍ତୁତ କରିଥିଲେ, ତେବେ ଆମକୁ ମୃତ୍ୟ ସମୟରେ ପରମପୁରୁଷ ଭଗବାନଙ୍କୁ ସ୍ମରଣ କରିବା ସମ୍ଭବପର ହବ । ଭଗବାନଙ୍କ ଦ୍ଵାରା ଦିଆଯାଇଥିବା ଏହା ଏକମାତ୍ର ପ୍ରସ୍ତାବ । ପ୍ରସ୍ତାବ ନୁହେଁ,ଏହା ହିଁ ସତ୍ୟ । ନାସ୍ତ୍ୟତ୍ର ସଂଶୟଃ (BG 8.5) । ନିଃସନ୍ଦେହରେ । ଏଥିରେ ସନ୍ଦେହ ନାହିଁ । ତସ୍ମାତ୍, ଭଗବାନ୍ ପ୍ରସ୍ତାବ ଦେଇଛନ୍ତି, ତସ୍ମାତ୍ ସର୍ବେଷୁ କାଳେଷୁ ମାମ୍ ଅନୁସ୍ମର ଯୁଧ୍ୟ ଚ(BG 8.7) । ସେ ଅର୍ଜୁନଙ୍କୁ ଉପଦେଶ ଦେଉଛନ୍ତି ଯେ ମାମ୍ ଅନୁସ୍ମର ଯୁଧ୍ୟ ଚ । ସେ କହିନାହାଁନ୍ତି ଯେ "ତୁମେ ତୁମର କର୍ତ୍ତବ୍ୟ ତ୍ୟାଗ କରି କେବଳ ମୋତେ ସ୍ମରଣ କର" । ନା । ତାହା କେବେ କୁହାଯାଇ ନାହିଁ । ଭଗବାନ୍ କେବେହେଲେ କିଛି ଅବାସ୍ତବ କଥା କହନ୍ତି ନାହିଁ । ଏହି ଭୌତ୍ତିକ ଜଗତରେ ବ୍ୟକ୍ତିକୁ ଶରୀର ରକ୍ଷା କରିବା ନିମିତ୍ତ ନିଶ୍ଚୟ କିଛି କାର୍ଯ୍ୟ କରିବାକୁ ହେବ। ମାନବ ସମାଜକୁ କର୍ମାନୁଯାୟୀ ଚାରିଭାଗରେ ବିଭକ୍ତ କରାଯାଇଅଛି : ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୁଦ୍ର । ବୁଦ୍ଦିଜୀବୀଶେଣୀର ଲୋକେ ଅନ୍ୟ ପ୍ରକାରେ କାମ କରନ୍ତି, କ୍ଷତ୍ରିୟମାନେ ଆଉ ଗୋଟିଏ ପ୍ରକାରେ କାମ କରନ୍ତି । ବ୍ୟବସାୟୀଗୋଷ୍ଠି, ବୈଶ୍ୟମାନେ ଆଉ ଗୋଟିଏ ପ୍ରକାରେ କାମ କରନ୍ତି, ଏବଂ ଶୁଦ୍ରମାନେ, ଆଉ ଗୋଟିଏ ପ୍ରକାରେ କାମ କରନ୍ତି । ମାନବସମାଜରେ ବ୍ୟକ୍ତି ଶୂଦ୍ର ହେଉ ବା ବଣିକ ହେଉ ବା ରାଜନୀତିଜ୍ଞ, କ୍ଷତ୍ରିୟ, ବା ଉଚ୍ଚଶ୍ରେଣୀୟ ସାହିତ୍ୟିକ, ବୈଜ୍ଞାନିକ ହେଉ, ସମସ୍ତେ କିଛି କାମରେ ବ୍ୟସ୍ତ, ଏବଂ ବଞ୍ଚି ରହିବାପାଇଁ ତାକୁ ନିଶ୍ଚୟ କାମ କରିବାକୁ ହେବ ।

ତେଣୁ ଭଗବାନ୍ କହୁଛନ୍ତି ଯେ "ତୁମେ ତୁମର କାମଧନ୍ଦା ତ୍ୟାଗ କରିବା ଉଚିତ୍ ନୁହେଁ, କିନ୍ତୁ କାମରେ ରହିକି କୃଷ୍ଣଙ୍କୁ ମନେରଖିବା ଉଚିତ୍ । ମାମ୍ ଅନୁସ୍ମର(BG 8.7) ଏହି ଅଭ୍ୟାସ ଆମକୁ ମୃତ୍ୟୁ ସମୟରେ କୃଷ୍ଣଙ୍କୁ ସ୍ମରଣ କରିବାରେ ସହାୟତା କରିବ । ଯଦି ତୁମେ ମୋତେ ସର୍ବଦା ସ୍ମରଣ କରିବାର ଅଭ୍ୟାସ ନ କର, ଜୀବନ ସଂଗ୍ରାମ କରିବା ସହିତ, ତାହାହେଲେ ଏହା ସମ୍ଭବ ନୁହେଁ । ଶ୍ରୀଚୈତନ୍ୟ ମହାପ୍ରଭୁ ମଧ୍ୟ ସେହି ଉପଦେଶ ଦେଉଛନ୍ତି, କୀର୍ତ୍ତନୀୟଃ ସଦା ହରିଃ (CC Adi 17.31) । କୀର୍ତ୍ତନୀୟଃ ସଦା । ଜଣେ ବ୍ୟକ୍ତି ସର୍ବଦା ଭଗବାନଙ୍କର ନାମ କୀର୍ତ୍ତନ କରିବାର ଅଭ୍ୟାସ କିରିବା ଉଚିତ୍ । ଭଗବାନଙ୍କର ନାମ ଏବଂ ଭଗବାନ ଅଭିନ୍ନ ଅଟନ୍ତି । ତେଣୁ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଦେଇଥିବା ଉପଦେଶ ହେଉଛି ଯେ ମାମ୍ ଅନୁସ୍ମର(BG 8.7), "ତୁମେ କେବଳ ମୋତେ ସ୍ମରଣ କର," ଏବଂ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କର ଉପଦେଶ ହେଲା "ତୁମେ ସର୍ବଦା କୃଷ୍ଣଙ୍କର ନାମ କୀର୍ତ୍ତନ କର ।" ଏଠାରେ କୃଷ୍ଣ କହୁଛନ୍ତି ଯେ "ତୁମେ ସର୍ବଦା ମୋତେ ସ୍ମରଣ କର," ଏବଂ ଶ୍ରୀଚୈତନ୍ୟ ମହାପ୍ରଭୁ କହୁଛନ୍ତି ଯେ, "ତୁମେ ସର୍ବଦା କୃଷ୍ଣଙ୍କର ନାମ କୀର୍ତ୍ତନ କର ।" ତେଣୁ ସେଥିରେ କୌଣସି ପାର୍ଥକ୍ୟ ନାହିଁ କାରଣ କୃଷ୍ଣ ଏବଂ କୃଷ୍ଣଙ୍କର ନାମ ପୂର୍ଣ୍ଣ ଶୁଦ୍ଧ ସ୍ତରରେ ଅଭିନ୍ନ । ପରମ ସିଦ୍ଧାନ୍ତରେ ନାମ ଏବଂ ନାମୀରେ କୌଣସି ପ୍ରଭେଦ ନଥାଏ, ଏହାହିଁ ପରମ ସିଦ୍ଧାନ୍ତ । ତେଣୁ ଭଗବାନ ହେଉଛନ୍ତି ପୂର୍ଣ୍ଣ, ତାଙ୍କ ନାମ ଓ ତାଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ତେଣୁ ଆମକୁ ସେହିପରି ଅଭ୍ୟାସ କରିବାକୁ ହେବ । ତସ୍ମାତ୍ ସର୍ବେଷୁ କାଳେଷୁ(BG 8.7) । ସର୍ବଦା, ଚବିଶଘଣ୍ଟା, ଆମକୁ ଆମର ଜୀବନ ଏହିପାର ଗଢ଼ିବାକୁ ହେବ ଯେପରି ଆମେମାନେ ଚବିଶଘଣ୍ଟା ଭଗବାନଙ୍କୁ ସ୍ମରଣ କରିପାରିବା । ଏହା କିପରି ସମ୍ଭବପର ହେବ? ହଁ,ଏହା ସମ୍ଭବ । ଆଚାର୍ଯ୍ୟମାନେ ଏହି ସମ୍ଵନ୍ଧରେ ଏକ ଅପରିପକ୍ଵ ଉଦାହରଣ ଦେଇଛନ୍ତି । ଏବଂ କ'ଣ ସେହି ଉଦାହରଣ ? ଏହା କୁହାଯାଏ ଯେ କୌଣସି ସ୍ତ୍ରୀଲୋକ ଅନ୍ୟ ଏକ ପୁରୁଷ ପ୍ରତି ଆସକ୍ତ ହୁଏ, ଯଦିଓ ତାର ଗୋଟିଏ ସ୍ଵାମୀ ଅଛି, ତଥାପି, ସେ ଅନ୍ୟ ଏକ ପୁରୁଷ ପ୍ରତି ଆସକ୍ତ । ଏବଂ ଏହି ଆସକ୍ତି ଖୁବ୍ ଦୃଢ଼ଥାଏ ।ଏହାକୁ ପରକିୟ ରସ କୁହାଯାଏ । ସ୍ତ୍ରୀ ହେଉ କିମ୍ଵା ପୁରୁଷ ହେଉ । ଯଦି ଏକ ପୁରୁଷ ତା'ର ସ୍ତ୍ରୀ ବ୍ୟତୀତ ଅନ୍ୟ ଏକ ସ୍ତ୍ରୀ ପ୍ରତି ଆସକ୍ତ ହୁଏ, କିମ୍ଵା ଏକ ସ୍ତ୍ରୀ ତା'ର ସ୍ଵାମୀ ବ୍ୟତୀତ ଅନ୍ୟ ଏକ ପୁରୁଷ ପ୍ରତି ଆସକ୍ତ ହୁଏ, ସେହି ଆସକ୍ତି ଖୁବ୍ ଦୃଢ଼ । ତେଣୁ ଆଚାଯ୍ୟମାନେ ଏକ ଖରାପ ଚରିତ୍ର ସ୍ତ୍ରୀର ଉଦାହରଣ ଦେଇଛନ୍ତି ଯିଏ ନିଜ ସ୍ଵାମୀ ବ୍ୟତୀତ ଅନ୍ୟ ପୁରୁଷ ପ୍ରତି ଆସକ୍ତ, ସେ ସବୁବେଳେ ଚିନ୍ତା କରେ, ତତ୍ ସଙ୍ଗେ ସଙ୍ଗେ, ସେ ତା ସ୍ଵାମୀକୁ ଦେଖାଏ ଯେ ସେ ପାରିବାରୀକ କାର୍ଯ୍ୟରେ ଖୁବ ବ୍ୟସ୍ତ ଯେପରି ତା'ର ସ୍ଵାମୀ ତା ଚରିତ୍ର ଉପରେ ସନ୍ଦେହ ନ କରେ । ତେଣୁ ସେ ସବୁବେଳେ ତା'ର ପ୍ରେମିକୁ ରାତିରେ ଭେଟିବା ପାଇଁ ଚିନ୍ତା କରୁଥାଏ, ତଥାପି ଗୃହକର୍ମ ନିପୁଣଭାବେ ସମ୍ପାଦନ କରେ । ସେହିପରି ଜଣେ ପରମପ୍ରେମିକ, ଶ୍ରୀକୃଷ୍ଣଙ୍କୁ ସ୍ମରଣ କରିବା ଉଚିତ୍, ତତ୍ ସଙ୍ଗେ ସଙ୍ଗେ ଆମର ସାଂସାରିକ କର୍ମ ଅତି ସୁଚାରୁରୂପେ ସମ୍ପାଦନ କରିବା ଉଚିତ୍ । ତାହା ସମ୍ଭବ । ଏଥିପାଇଁ ଏକ ଗଭୀର ସ୍ନେହ ଆବଶ୍ୟକ ।