Template

Template:OR/Oriya Main Page - What is Vanipedia

ବାଣୀପିଡିଆ ଶ୍ରୀଲ ପ୍ରଭୁପାଦଙ୍କ ଶବ୍ଦର (ବାଣୀ) ଏକ ଗତିଶୀଳ ବିଶ୍ଵକୋଷ ଅଟେ । ସହଯୋଗୀତାର ମାଧ୍ୟମରେ, ଆମେ ଶ୍ରୀଲ ପ୍ରଭୁପାଦଙ୍କ ଶିକ୍ଷାର ବିଭିନ୍ନ ଦୃଷ୍ଟିଭଙ୍ଗୀ କୁ ଅନୁସନ୍ଧାନ ଆଉ ବ୍ୟାପକ ଭାବେ ସଂକଳନ କରି ତାକୁ ସୁଲଭ ଓ ସହଜରେ ବୋଧଗମ୍ୟ ହେବା ପରି ଉପସ୍ଥାପନା କରୁ । ଆମେ ଶ୍ରୀଲ ପ୍ରଭୁପାଦଙ୍କ ଡିଜିଟାଲ ଉପଦେଶର ଏକ ଅତୁଳନୀୟ ଭଣ୍ଡାର ତିଆରି କରୁଛୁ, ଯାହା ତାଙ୍କୁ ଏକ ନିତ୍ୟ ଆଉ ବିଶ୍ଵବ୍ୟାପୀ ମଞ୍ଚ ପ୍ରଦାନ କରିବ, ପୁରା ଦୁନିଆରେ କୃଷ୍ଣ ଭାବନାମୃତ ବିଜ୍ଞାନ ର ପ୍ରଚାର ଆଉ ଶିକ୍ଷା ଦେବା ପାଇଁ, ଯାହା ସମସ୍ତେ ଲାଭାନ୍ଵିତ ହେବେ ।

ବାଣୀପେଡିଆ ପରିଯୋଜନା ଏକ ବିଶ୍ଵବ୍ୟାପୀ ବହୁଭାଷିକ ସହଯୋଗୀତାମୂଳକ ପ୍ରଚେଷ୍ଟା ଯାହା ଶ୍ରୀଲ ପ୍ରଭୁପାଦଙ୍କ ବହୁ ଭକ୍ତଙ୍କ କାରଣରୁ ସଫଳ ହୋଇ ଚାଲିଛି, ଯେଉଁମାନେ ବିଭିନ୍ନ ଭାବରେ ଭାଗ ନେବାପାଇଁ ଆଗେଇ ଆସୁଛନ୍ତି । ପ୍ରତ୍ୟେକଟି ଭାଷା ବିକାଶର ବିଭିନ୍ନ ପର୍ଯ୍ୟାୟରେ ଅଛନ୍ତି । ଆମେ ଇଛାକରୁଛୁ ଶ୍ରୀଲ ପ୍ରଭୁପାଦଙ୍କ ରେକର୍ଡ କରାଯାଇଥିବା ପ୍ରବଚନ ଓ ବାର୍ତ୍ତାଳାପ ଆଉ ତାଙ୍କ ଚିଠି ସମୂହ ଅତି କମରେ ଷୋହଳଟି ଭାଷାରେ ଅନୁବାଦିତ ହେଉ, ଆଉ ଅନ୍ୟ ବତିଶିଟି ଭାଷାରେ କମସେ କମ ୨୫% କାମ ସରୁ, ଯାହା ତାଙ୍କ ୫௦ତମ ପ୍ରସ୍ଥାନ ବାର୍ଷିକୀରେ ଉପହାର ସ୍ୱରୂପ ନଭେମ୍ବର ୨௦୨୭ ରେ ଦିଆଯାଇ ପାରିବ । କଣ ଓଡ଼ିଆ ସେହି ଭାଷା ମାନଙ୍କ ଭିତରେ ଗୋଟିଏ ହୋଇପାରିବ?

୧୯୭୭ ମସିହା ଜାନୁଆରୀ ଅଣତିରିଶ ତାରିଖରେ ଶ୍ରୀଲ ପ୍ରଭୁପାଦ ଭୁବନେଶ୍ୱରରେ କହିଥିଲେ "ତ ବର୍ତ୍ତମାନ ତୁମେ ସବୁ ଜିବସି ଯୋଜନା କର ପ୍ରତିଟି ଘରେ କେମିତି ବହିଗୁଡ଼ିକ ପହଞ୍ଚିବ । ଅନ୍ୟ ଭାଷା ପାଇଁ ମଧ୍ୟ ସେହି ସମାନ ନୀତି । ଆମେରିକାରେ ଇଂଗ୍ରାଜୀ ଭାଷା । ସେହିପରି, ଆମେ ଏଠି ହିନ୍ଦୀ ଭାଷା, ଓଡ଼ିଆ ଭାଷା, ଅଥବା ଇଉରୋପ ରେ ମଧ୍ୟ କରି ପାରିବା । ତେଣୁ ଆଗକୁ ଆମର ବହୁତ କାମ ଅଛି । ଆମ କାର୍ଯ୍ୟ ସରିଗଲା ବୋଲି ଭାବ ନାହିଁ । ନା । ସରଳତାରେ ବହୁତ ବୁଦ୍ଧିମାନ ସହ କରିବାକୁ ହେବ ।" ବାଣୀପେଡିଆରେ ଓଡ଼ିଆ ଭାଷା ବହୁତ ପଛରେ ଅଛି । ଆସନ୍ତୁ ପ୍ରଭୁପାଦଙ୍କ ସେବାରେ ଏହାକୁ ଆଗେଇ ନେବା, ଯାହା ଓଡ଼ିଆର ଘରେ ଘରେ ପହଞ୍ଚି ପାରିବ ।