OR/Prabhupada 0977 - ଏହି ଭୌତିକ ଶରୀର ଆମ ଆଧ୍ୟାତ୍ମିକ ଶରୀର ଅନୁଯାୟୀ କଟାଯାଇଥାଏ: Difference between revisions

 
(Vanibot #0005: NavigationArranger - update old navigation bars (prev/next) to reflect new neighboring items)
 
Line 9: Line 9:
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- DO NOT EDIT OR REMOVE -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|English|Prabhupada 0976 - There is No Question of Overpopulation. This is a False Theory|0976|Prabhupada 0978 - If You Don't Require Brahmana, Then You'll Suffer|0978}}
{{1080 videos navigation - All Languages|Oriya|OR/Prabhupada 0976 - ଅଧିକ ଜନସଂଖ୍ୟା ହେବାର କୌଣସି ପ୍ରଶ୍ନ ନାହିଁ । ଏହା ଏକ ମିଥ୍ୟା ସିଦ୍ଧାନ୍ତ|0976|OR/Prabhupada 0978 - ଯଦି ତୁମେ ବ୍ରହ୍ମର ଆବଶ୍ୟକତା କରୁନାହଁ, ତେବେ ତୁମେ କଷ୍ଟ ପାଇବ|0978}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->

Latest revision as of 07:15, 22 August 2021



730408 - Lecture BG 04.13 - New York

ବର୍ତ୍ତମାନ କୃଷ୍ଣ କୁହନ୍ତି: ଚାତୁର୍ବର୍ଣ୍ୟଂ ମୟା ସୃଷ୍ଟଂ ଗୁଣକର୍ମବିଭାଗଶଃ (ଭ.ଗୀ. ୪.୧୩) । ବର୍ତ୍ତମାନ... ଯେତେବେଳେ ଆମେ ପଶୁ... ଆମକୁ ପଶୁ ଶରୀର ଦେଇ ଯିବାକୁ ପଡିବ । ବିବର୍ତ୍ତନ ଦ୍ଵାରା, ଆମେ ଏହି ମାନବ ରୂପକୁ ଆସିଛୁ । ବର୍ତ୍ତମାନ ଜନ୍ମ ଏବଂ ମୃତ୍ୟୁର ଏହି ଚକ୍ରରୁ ବାହାରିବା ପାଇଁ ଏହା ଏକ ସୁଯୋଗ । ଏହା ଆମର ପ୍ରକୃତ ସମସ୍ୟା । କିନ୍ତୁ ଲୋକମାନେ, କାରଣ ସେମାନଙ୍କର କୌଣସି ଶିକ୍ଷା ନାହିଁ, ଅଳ୍ପ ଜ୍ଞାନୀ... କୌଣସି ଶିକ୍ଷାନୁଷ୍ଠାନ ନାହିଁ, ଯେଉଁଠି ଆତ୍ମାର ସ୍ଥାନାନ୍ତରଣ କିପରି ହୁଏ ବୁଝାଯାଏ । ସେମାନେ ଜାଣନ୍ତି ନାହିଁ । ବଡ, ବଡ ଏମେ, ପିହେଡି କିନ୍ତୁ ଜୀବାତ୍ମାର ପ୍ରକୃତ ସ୍ଥିତି କ’ଣ ସେମାନେ ଜାଣନ୍ତି ନାହିଁ । କିନ୍ତୁ ତାହା ହେଉଛି ପ୍ରକୃତ ସମସ୍ୟା । ସେମାନେ ପ୍ରକୃତ ସମସ୍ୟା ଜାଣନ୍ତି ନାହିଁ ।

ପ୍ରକୃତ ସମସ୍ୟା ହେଉଛି... ଏହା ଭଗବଦ୍-ଗୀତାରେ ଦର୍ଶାଯାଇଛି: ଜନ୍ମମୃତ୍ୟୁଜରାବ୍ୟାଧି (ଭ.ଗୀ. ୧୩.୯), ଜନ୍ମ, ମୃତ୍ୟୁ, ବୃଦ୍ଧାବସ୍ଥା ଏବଂ ରୋଗ । ଏହା ପ୍ରକୃତ ସମସ୍ୟା । କେହି ଜନ୍ମ ନେବାକୁ ଚାହାଁନ୍ତି ନାହିଁ । ଅତିକମରେ କେହି ମରିବାକୁ ଚାହାଁନ୍ତି ନାହିଁ । ଜନ୍ମ ଏବଂ ମୃତ୍ୟୁ ଯେଉଁଠାରେ ଜନ୍ମ ଅଛି, ସେଠାରେ ମୃତ୍ୟୁ ନିଶ୍ଚୟ ଅଛି । ଯାହାକିଛି ଜନ୍ମ ହୁଏ ସେ ନିଶ୍ଚୟ ମରିବ । ତେଣୁ ଜନ୍ମ-ମୃତ୍ୟୁ । ଏବଂ ବୃଦ୍ଧାବସ୍ଥା । ଆପଣ ଯେତେ ଦିନ ବଞ୍ଚନ୍ତି, ଆପଣଙ୍କୁ ଆପଣଙ୍କର ସ୍ଥିତିକୁ ପରିବର୍ତ୍ତନ କରିବାକୁ ପଡିବ । ତେଣୁ ଗୋଟିଏ ସ୍ଥିତି ହେଉଛି ଏହି ବୃଦ୍ଧାବସ୍ଥା । ଯେପରି ଆମେ ବୃଦ୍ଧ ହୋଇଗଲୁ । ସେଠାରେ ଅନେକ ଅଭିଯୋଗ ଅଛି । ଜରା ଏବଂ ବ୍ୟାଧି । ଏବଂ ଯେତେବେଳେ ଆମେ ରୋଗଗ୍ରସ୍ତ ହୋଇଥାଉ । ସମସ୍ତେ ରୋଗଗ୍ରସ୍ତ ହୁଅନ୍ତି । ସମସ୍ତେ ବୃଦ୍ଧ ହୁଅନ୍ତି । ସମସ୍ତେ ନିଶ୍ଚୟ ମରିବେ । ଏହା ହେଉଛି ସମସ୍ୟା । ଜନ୍ମମୃତ୍ୟୁଜରାବ୍ୟାଧିଦୁଃଖଦୋଷାନୁଦର୍ଶନମ୍ ।

ଆମେ ଆମର ସମସ୍ତ ଦୁଃଖଦ ଅବସ୍ଥାକୁ ହ୍ରାସ କରିବାକୁ ଚେଷ୍ଟା କରୁଛୁ । ତାହା ହେଉଛି ଅସ୍ତିତ୍ୱ ପାଇଁ ସଂଗ୍ରାମ । ଆମେ ବୈଜ୍ଞାନିକ । ଦୁଃଖୀ ଅବସ୍ଥାରୁ ବାହାରିବା ପାଇଁ ଆମେ ଅନେକ ପ୍ରକ୍ରିୟା ଆବିଷ୍କାର କରୁଛୁ । କିନ୍ତୁ କଠିନ ସ୍ଥିତି, ଜନ୍ମ-ମୃତ୍ୟୁ-ଜରା-ବ୍ୟାଧି, ଆମେ ଏଡ଼ାଉଛୁ । କାରଣ ଆମେ କିଛି କରିପାରିବୁ ନାହିଁ । ଆମେ କରିପାରିବୁ ନାହିଁ... ତଥାକଥିତ ବିଜ୍ଞାନ, ସେମାନେ ଏହି ସମସ୍ୟାର ସମାଧାନ କରିପାରିବେ ନାହିଁ । ଯଦିଓ ବେଳେବେଳେ ସେମାନେ ମିଥ୍ୟା ଭାବରେ ଗର୍ବ କରନ୍ତି ଯେ ବିଜ୍ଞାନ ଦ୍ୱାରା ଆମେ ଅମର ହୋଇଯିବା । ଏହି ଜିନିଷଗୁଡ଼ିକ ପୂର୍ବରୁ ରାବଣ, ହିରଣ୍ୟକଶ୍ୟପୁ ପରି ନାସ୍ତିକ ଶ୍ରେଣୀର ଲୋକମାନଙ୍କ ଦ୍ୱାରା ମଧ୍ୟ ଚେଷ୍ଟା କରାଯାଇଥିଲା । କିନ୍ତୁ ସଫଳ ହେବା ସମ୍ଭବ ନୁହେଁ, ଜନ୍ମ, ମୃତ୍ୟୁ, ବୃଦ୍ଧାବସ୍ଥା ଏବଂ ରୋଗ ବନ୍ଦ କରିବା ସମ୍ଭବ ନୁହେଁ । ତାହା ସମ୍ଭବ ନୁହେଁ । ଯଦି କୌଣସି ସମ୍ଭାବ୍ୟ ପ୍ରକ୍ରିୟା ଅଛି, ତାହା ହେଉଛି କୃଷ୍ଣ ଭାବନାମୃତ । ତାହା ହେଉଛି କୃଷ୍ଣ ଭାବନାମୃତ ।

ଯଦି ଆପଣ କୃଷ୍ଣ ଭାବନାମୃତ ହୁଅନ୍ତି, ତେବେ ଆପଣ ଏକ ଶରୀର ପାଇପାରିବେ । ପାଇବ ନାହିଁ ... ତୁମେ ଶରୀର, ଆଧ୍ୟାତ୍ମିକ ଶରୀର ପାଇ ସାରିଛ । ଏବଂ ସେହି ଆଧ୍ୟାତ୍ମିକ ଶରୀର ଉପରେ, ଏହି ଭୌତିକ ଶରୀର ବିକଶିତ ହୋଇଛି । ପୋଷାକ ପରି । ତୁମର କୋଟ ତୁମର ଶରୀର ଅନୁସାରେ କଟାଯାଇଥାଏ । ସେହିଭଳି, ଏହି ଭୌତିକ ଶରୀର ଆମ ଆଧ୍ୟାତ୍ମିକ ଶରୀର ଅନୁସାରେ କଟାଯାଇଥାଏ । ତେଣୁ ଆମେ ଆମର ଆଧ୍ୟାତ୍ମିକ ଶରୀର ପାଇଛୁ । ଏହି ଭୌତିକ ଶରୀର ଆଚ୍ଛାଦନ କରିଛି । ବାସାଂସି ଜୀର୍ଣାନି ।

ପୋଷାକ ପରି । ତୁମର ସାର୍ଟ ଏବଂ କୋଟ୍ ହେଉଛି ତୁମର ପ୍ରକୃତ ଶରୀରର ଆବରଣ । ସେହିଭଳି, ଏହି ଶରୀର, ସ୍ଥୁଳ ଶରୀର ଏବଂ ସୂକ୍ଷ୍ମ ଶରୀର, ଭୌତିକ ଉପାଦାନରେ ନିର୍ମିତ... ସ୍ଥୁଳ ଶରୀର ପୃଥିବୀ, ଜଳ, ବାୟୁ, ଅଗ୍ନିରେ ନିର୍ମିତ । ଏବଂ ସୂକ୍ଷ୍ମ ଶରୀରର ମନ, ବୁଦ୍ଧି ଏବଂ ଅହଂକାର ଦ୍ୱାରା ନିର୍ମିତ । ଏହା ହେଉଛି ସାର୍ଟ ଏବଂ କୋଟ୍ । ଏହି ସାର୍ଟ ଏବଂ କୋଟ ଭିତରେ ଆତ୍ମା ଅଛି । ତେଣୁ ଆତ୍ମା ​​ବର୍ତ୍ତମାନ ଏହି ଭୌତିକ ଶରୀରରେ ଆବଦ୍ଧ । ଏବଂ ମାନବ ଶରୀରର ରୂପରେ ଆମର କାମ ହେଲା... ପଶୁମାନଙ୍କ ଶରୀରରେ, ଆମେ ଏହା କରିପାରିବୁ ନାହିଁ । କିନ୍ତୁ ମାନବ ଶରୀରର ରୂପରେ ଆମେ ବୁଝିପାରିବା ଯେ "ମୁଁ ଏହି ଶରୀର ନୁହେଁ।" ଶରୀର, ଏହି ଭୌତିକ ଶରୀର, ଏକ ବାହ୍ୟ ପିଞ୍ଜରା, ଏବଂ, ଯେହେତୁ ମୁଁ ଏହି ଶରୀର ପାଇଛି, ମୁଁ ଜନ୍ମ, ମୃତ୍ୟୁ, ବୃଦ୍ଧାବସ୍ଥା ଏବଂ ରୋଗର ଶିକାର ହୁଏ ।

ବର୍ତ୍ତମାନ, ମାନବ ଶରୀରର ରୂପରେ ମୁଁ ଏହାକୁ ବୁଝିପାରୁଛି । ତେଣୁ ଯଦି ମୁଁ ପ୍ରକ୍ରିୟା ଗ୍ରହଣ କରେ, ଜନ୍ମ ଏବଂ ମୃତ୍ୟୁର ଏହି ଚକ୍ରରୁ କିପରି ବାହାରକୁ ଯିବି, ତେବେ ଆମର ମାନବ ଜୀବନ ସଫଳ ହୁଏ । ଏହା ହେଉଛି କୃଷ୍ଣ ଭାବନାମୃତ ଆନ୍ଦୋଳନ । କିପରି, ଆମେ ଲୋକମାନଙ୍କୁ ଏହି ଭୌତିକ ଶରୀରରୁ କିପରି ବାହାରକୁ ଯିବାରେ ସାହାଯ୍ୟ କରୁଛୁ, ଏବଂ ତୁମର ଆଧ୍ୟାତ୍ମିକ ଶରୀରକୁ ପୁନର୍ଜୀବିତ କର ଏବଂ ସେହି ଆଧ୍ୟାତ୍ମିକ ଶରୀରରେ, ତୁମେ ଘରକୁ, ଭଗବାନଙ୍କ ପାଖକୁ ଫେରିଯାଅ । ଏହା ହେଉଛି ପ୍ରକ୍ରିୟା ।