OR/Prabhupada 0976 - ଅଧିକ ଜନସଂଖ୍ୟା ହେବାର କୌଣସି ପ୍ରଶ୍ନ ନାହିଁ । ଏହା ଏକ ମିଥ୍ୟା ସିଦ୍ଧାନ୍ତ: Difference between revisions

 
(Vanibot #0005: NavigationArranger - update old navigation bars (prev/next) to reflect new neighboring items)
 
Line 9: Line 9:
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- DO NOT EDIT OR REMOVE -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|English|Prabhupada 0975 - We are Small Gods. Teeny, Sample gods|0975|Prabhupada 0977 - This Material Body is Cut According to Our Spiritual Body|0977}}
{{1080 videos navigation - All Languages|Oriya|OR/Prabhupada 0975 - ଆମେ ଛୋଟ ଭଗବାନ । ଛୋଟ, ନମୁନା ଭଗବାନ|0975|OR/Prabhupada 0977 - ଏହି ଭୌତିକ ଶରୀର ଆମ ଆଧ୍ୟାତ୍ମିକ ଶରୀର ଅନୁଯାୟୀ କଟାଯାଇଥାଏ|0977}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->

Latest revision as of 07:15, 22 August 2021



Lecture on BG 4.13 -- New York, April 8, 1973

ଅଧିକ ଜନସଂଖ୍ୟା ହେବାର ପ୍ରଶ୍ନ ନାହିଁ । ଏହା ଏକ ମିଥ୍ୟା ସିଦ୍ଧାନ୍ତ । ଯଦି ଭଗବାନ ସୃଷ୍ଟି କରିପାରିବେ, ସେ ରକ୍ଷଣାବେକ୍ଷଣ ମଧ୍ୟ କରିପାରିବେ । ଏବଂ ବାସ୍ତବରେ, ଏହା ହେଉଛି ସତ୍ୟ । ମୁଁ ସାରା ବିଶ୍ୱରେ ଭ୍ରମଣ କରୁଛି । ପୃଥିବୀ ପୃଷ୍ଠରେ ବହୁତ ଖାଲି ସ୍ଥାନ ଅଛି । ଯାହା, ବର୍ତ୍ତମାନର ଜନସଂଖ୍ୟା ଠାରୁ ଦଶ ଗୁଣ ଅଧିକ ସହଜରେ ରକ୍ଷଣାବେକ୍ଷଣ କରାଯାଇପାରିବ । କିନ୍ତୁ ଆମେ, ଆମେ, ଏହାକୁ କିପରି ବ୍ୟବହାର କରିବା ଜାଣିନାହୁଁ । ଆଫ୍ରିକାରେ, ଅଷ୍ଟ୍ରେଲିଆରେ, ତୁମର ଆମେରିକାରେ, ପର୍ଯ୍ୟାପ୍ତ ପରିମାଣର ଜମି ଏବେବି ପଡ଼ିଛି । କିନ୍ତୁ ଯେହେତୁ ଆମେ କୃଷ୍ଣଙ୍କ ଭୂମି ହଡପ କରିଛୁ, ସେଠାରେ ଅସୁବିଧା ଅଛି । ଚୀନ୍ ଅଧିକ ଜନସଂଖ୍ୟା ବିଶିଷ୍ଟ । ଭାରତ ଅଧିକ ଜନସଂଖ୍ୟା ବିଶିଷ୍ଟ । କିନ୍ତୁ ଆମେ, ଯଦି ଆମେ କୃଷ୍ଣ ଭାବନାମୃତକୁ ନେଇଥାଉ, ତେବେ ଏହି ଅସୁବିଧା ଏକ ସେକେଣ୍ଡ ମଧ୍ୟରେ ଶେଷ ହେବ ।

କୃଷ୍ଣ ଭାବନାମୃତ ଅର୍ଥ ସବୁକିଛି କୃଷ୍ଣଙ୍କର ଅଟେ ବୋଲି ନେବା । ମୁଁ ମଧ୍ୟ କୃଷ୍ଣଙ୍କର ଅଟେ । ତାହା ହେଉଛି କୃଷ୍ଣ ଭାବନାମୃତ । ବାସ୍ତବରେ, ତାହା ହେଉଛି ସତ୍ୟ । ସବୁକିଛି... କୃଷ୍ଣର ଅର୍ଥ ହେଉଛି ଭଗବାନ । ସବୁକିଛି ଭଗବାନଙ୍କର ଅଟେ । ମୁଁ ମଧ୍ୟ ଭଗବାନଙ୍କର ଅଟେ । ଇଶାଭାସ୍ୟଂ ଇଦଂ ସର୍ଵଂ (ଇ.ଉ. ମନ୍ତ୍ର ୧ ) । ସବୁକିଛି ଭଗବାନଙ୍କର ଅଟେ । ତାହା ଏକ ସତ୍ୟ । କିନ୍ତୁ ଆମେ ସତ୍ୟକୁ ଗ୍ରହଣ କରୁନାହୁଁ । ଆମେ କିଛି ଭ୍ରମ ସୃଷ୍ଟି କରୁ । ତେଣୁ, ଏହାକୁ ମାୟା କୁହାଯାଏ ।

ଆମେରିକୀୟମାନଙ୍କ ପରି । ସେମାନେ ଦାବି କରୁଛନ୍ତି ଯେ ଏହି ଜମି ଆମେରିକୀୟ ଗୋଷ୍ଠୀ ପାଇଁ ଅଟେ। ସେହିଭଳି, ଅନ୍ୟ ରାଷ୍ଟ୍ରମାନେ, ସେମାନେ ... କିନ୍ତୁ ଭୂମି ପ୍ରକୃତରେ ଭଗବାନଙ୍କର ଅଟେ । ଭୂମି, ଆକାଶ, ଜଳ, ଏବଂ ଭୂମିରୁ, ଆକାଶରୁ, ଜଳରୁ ଉତ୍ପାଦିତା ସବୁକିଛି ଭଗବାନଙ୍କର ଅଟେ । ଏବଂ ଆମେ ଭଗବାନଙ୍କ ସନ୍ତାନ । ଆମକୁ ପିତାଙ୍କ ଖର୍ଚ୍ଚରେ ବଞ୍ଚିବାର ଅଧିକାର ମିଳିଛି। ଯେପରି ଆମେ ବଞ୍ଚୁ, ଛୋଟ ପିଲାମାନେ । ସେମାନେ ପିତାଙ୍କ ଖର୍ଚ୍ଚରେ ବଞ୍ଚନ୍ତି । ସେହିଭଳି, ଆମେ ମଧ୍ୟ ଭଗବାନଙ୍କ ବ୍ୟବସ୍ଥା ଦ୍ୱାରା ବଞ୍ଚୁ । ଆମେ କାହିଁକି ଦାବି କରିବା ଉଚିତ ଯେ ଏହା ଆମର ସମ୍ପତ୍ତି?

ଏହା ହେଉଛି ଆଧ୍ୟାତ୍ମିକ ସାମ୍ପ୍ରଦାୟିକତାର ଧାରଣା । ଭାଗବତାରେ ଏହି ଜିନିଷଗୁଡ଼ିକ ବର୍ଣ୍ଣିତ ହୋଇଛି, କିପରି ଆଧ୍ୟାତ୍ମିକ ସାମ୍ପ୍ରଦାୟିକତା ଅନୁଭବ କରିବେ । ଆଧ୍ୟାତ୍ମିକ ସାମ୍ପ୍ରଦାୟିକତା ... ବର୍ତ୍ତମାନର କମ୍ୟୁନିଷ୍ଟମାନେ, ସେମାନେ କେବଳ ମଣିଷ ବିଷୟରେ ଚିନ୍ତା କରୁଛନ୍ତି । ଏବଂ ପଶୁମାନଙ୍କୁ କଂସେଇ ଗୃହକୁ ପଠାଯାଉଛି । ଯଦିଓ ମଣିଷ ଏବଂ ପଶୁ ସମାନ ଦେଶରେ ଜନ୍ମ ହୋଇଛନ୍ତି... ବାସ୍ତବରେ, ସେମାନେ ମଧ୍ୟ ନାଗରିକ । ନାଗରିକ ଅର୍ଥ ହେଉଛି ଯିଏ ସେହି ନିର୍ଦ୍ଦିଷ୍ଟ ଦେଶରେ ଜନ୍ମଗ୍ରହଣ କରେ । ତେବେ ଏହି ପଶୁମାନେ, ନାଗରିକ କାହିଁକି ନୁହଁନ୍ତି? କିନ୍ତୁ ସେମାନଙ୍କର କୌଣସି କୃଷ୍ଣ ଭାଵନାମୃତ ନ ଥିବାରୁ ସେମାନେ ଏତେ ବ୍ୟାପକ ଚିନ୍ତା କରିପାରିବେ ନାହିଁ । ସେମାନେ ଭାବନ୍ତି ଜାତୀୟତା ଅର୍ଥ ଏହା କେବଳ ମଣିଷ ପାଇଁ ସୀମିତ, ପଶୁମାନଙ୍କ ପାଇଁ ନୁହେଁ, ଗଛ ପାଇଁ ନୁହେଁ ।

କିନ୍ତୁ ଯେତେବେଳେ ତୁମେ କୃଷ୍ଣ ଭାବନାମୃତ ହୁଅ ତୁମେ ବୁଝିବ । ଗଛ, ଉଦ୍ଭିଦ, ସରୀସୃପ, ଜଳଜୀବ, ମଣିଷ, ପଶୁ, ସମସ୍ତେ, ପ୍ରତ୍ୟେକ ଏବଂ ସମସ୍ତେ, ଭଗବାନଙ୍କ ଅଂଶବିଶେଷ । ସେମାନଙ୍କ କର୍ମ ଅନୁଯାୟୀ, ସେମାନେ ବିଭିନ୍ନ ଶରୀର, ରଙ୍ଗ ପାଇଛନ୍ତି, ଯେପରି ମୁଁ ବ୍ୟାଖ୍ୟା କରିଥିଲି । କାରଣଂ ଗୁଣସଙ୍ଗୋଽସ୍ୟ ସଦସଦ୍ୟୋନିଜନ୍ମସୁ (ଭ.ଗୀ. ୧୩.୨୨) ଅନୁଯାୟୀ । ଏହି ଜିନିଷଗୁଡିକ ଭଗବଦ୍-ଗୀତାରେ ବର୍ଣ୍ଣନା କରାଯାଇଛି । ଜଣେ ତାଙ୍କ କର୍ମ ଅନୁଯାୟୀ ଏକ ଭିନ୍ନ ପ୍ରକାରର ଶରୀର ପାଇଛନ୍ତି । କର୍ମଣା ଦୈବ ନେତ୍ରେଣ ଯନ୍ତ ଦେହ ଉପପତ୍ତୟେ (ଭା. ୩.୩୧.୧) । କର୍ମ ଦ୍ୱାରା ଆମେ ପରବର୍ତ୍ତୀ ଶରୀର ସୃଷ୍ଟି କରୁ ।

ତେଣୁ ଏହା ଏକ ମହାନ ବିଜ୍ଞାନ । ଲୋକମାନେ ଜାଣନ୍ତି ନାହିଁ, ଜିନିଷଗୁଡିକ କିପରି ଘଟୁଛି, କିପରି ଅନେକ ପ୍ରଜାତିର ଜୀବନ ଅଛି, ଜଣେ କିପରି ତଥାକଥିତ ସୁଖୀ, ତ ଆଉ ଜଣେ ତଥାକଥିତ ଦୁଃଖୀ । କାହିଁକି ଜଣେ ଧନୀ, ଜଣେ ଗରିବ । କାହିଁକି ଏତେ ଗୁଡିଏ ଗ୍ରହ ଅଛି? କାହିଁକି ସେମାନଙ୍କ ମଧ୍ୟରୁ କେତେକ ଦେବତା ଏବଂ ସେମାନଙ୍କ ମଧ୍ୟରୁ କେତେକ ମଣିଷ, ସେମାନଙ୍କ ମଧ୍ୟରୁ କେତେକ ପଶୁ? ଏହା ଏକ ମହାନ ବିଜ୍ଞାନ, କିନ୍ତୁ ଏହି ଜ୍ଞାନର କୌଣସି ବିକାଶ ହେଉନାହିଁ, ଏଇ ଆଧୁନିକ ବିଶ୍ୱବିଦ୍ୟାଳୟ କିମ୍ବା ଶିକ୍ଷାନୁଷ୍ଠାନଗୁଡ଼ିକରେ । ବୋଧହୁଏ ଆମେ ଏକମାତ୍ର ଗୋଷ୍ଠୀ, ଆମେ କୃଷ୍ଣ ଭାବନାମୃତର ଏହି ବିଜ୍ଞାନକୁ ପ୍ରଚାର କରିବାକୁ ଚେଷ୍ଟା କରୁଛୁ । କିନ୍ତୁ ସ୍ଥିତିକୁ ବୁଝିବାକୁ ଏହା ଏକ ଉପଯୁକ୍ତ ବିଜ୍ଞାନ ।