OR/Prabhupada 0548 - ଯଦି ତୁମେ ହରିଙ୍କ ପାଇଁ ସବୁକିଛି ତ୍ୟାଗ କରିବା ସ୍ଥିତିକୁ ଆସ

Revision as of 16:21, 19 January 2018 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0548 - in all Languages Category:OR-Quotes - 1969 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


Lecture -- New York, April 17, 1969

ତେବେ ଆରାଧିତୋ ଯଦି ହରିସ ତପସ୍ୟା ତତଃ କିମ୍ (Nārada Pañcarātra) । ଆମେ ଗୋବିନ୍ଦମ୍ ଆଦି ପୁରୁଷମକୁ ପୂଜା କରୁଛୁ, ପରମ ପୁରୁଷ ଭଗବାନ ଯାହାଙ୍କୁ ହରି କୁହାଯାଏ । ବୈଦିକ ଶାସ୍ତ୍ର କହେ ଆରାଧିତୋ ଯଦି ହରିଃ । ଯଦି ତୁମେ ହରି, ପରମ ପୁରୁଷ ଭଗବାନଙ୍କୁ ପୂଜା କରିବା ସ୍ତରକୁ ଆସ ତପସା ତତଃ କିମ୍ ତେବେ ତପସ୍ୟା, କଠୋର ନିୟମ, ଯୋଗ ଅଭ୍ୟାସ କରିବାର ଆବଶ୍ୟକତା ନାହିଁ, ବା ଏହା ବା ତାହା, ତ କୌଣସି ଯଜ୍ଞ, ବିଧିବିଧାନ...ସବୁ ସମାପ୍ତ । ତୁମେ ଏହି ସବୁ ପାଇଁ ଅସୁବିଧା ହେବା ଆବଶ୍ୟକ ନାହିଁ, ଯଦି ତୁମେ ହରିଙ୍କ ପାଇଁ ସବୁକିଛି ତ୍ୟାଗ କରିବା ସ୍ଥିତିକୁ ଆସ । ଆରାଧିତୋ ଯଦୁ ହରିସ ତପସ୍ୟା ତତଃ କିମ୍ । ଏବଂ ନାରାଧିତୋ ଯଦ୍ ହରିସ ତପସ୍ୟା ତତଃ କିମ୍ । ଏବଂ ତୁମେ ତପସ୍ୟା, ଯଜ୍ଞ, ବିଧିବିଧାନ, ସବୁକିଛି ପାଳନ କରୁଛ, କିନ୍ତୁ ମୁଁ ଜାଣିନାହିଁ ହରି କ'ଣ: ଏହା ବେକାର, ସବୁ ବେକାର । ନାରାଧିତୋ ଯଦ୍ ହରିଃ, ନାରାଧିତୋଃ । ଯଦି ତୁମେ ହରିଙ୍କୁ ପୂଜା କରିବାର ସ୍ତରକୁ ଆସିନାହଁ, ତେବେ ସବୁକିଛି ବେକାର । ତତଃ କିମ୍ । ଅନ୍ତରବହିର ଯଦି ହରିସ ତପସା ତତଃ କିମ୍ । ଯଦି ତୁମେ ସର୍ବଦା ତୁମ ଭିତରେ ହରିଙ୍କୁ ଦେଖ ଏବଂ ତୁମେ ହରିଙ୍କୁ ବାହାରେ ଦେଖୁଛ, ଭିତରେ ଏବଂ ବାହାରେ... ତଦ୍ ବଂତିକେ ତଦ୍ ଦୁରେ ତଦ୍.. ସେହି ଶ୍ଲୋକଟି କ'ଣ? ଇଶୋପନିଷଦ? ତଦ୍ ଅନ୍ତରେ ... ଦୁରେ ତଦ୍ ଅନ୍ତିକେ ସର୍ବସ୍ୟ । ହରି ସର୍ବତ୍ର ଅଛନ୍ତି, ତେଣୁ ଜଣେ ଯିଏ ହରିଙ୍କୁ ଦେଖେ, ଅନ୍ତିକେ, ପାଖରେ, ଏବଂ... ବା ଦୁରରେ, ଭିତରେ, ବାହାରେ, ସେ ହରିଙ୍କ ବ୍ୟତୀତ ଆଉକିଛି ଦେଖେ ନାହିଁ । ଏହା କିପରି ସମ୍ଭବ? ପ୍ରେମାଞ୍ଜନ-ଛୁରିତ-ଭକ୍ତି-ବିଲୋଚନେନ (Bs. 5.38) । ଯେତେବେଳେ ଜଣେ ଭଗବାନଙ୍କର ପ୍ରେମରେ ବିଳୟ ହୋଇଯାଏ, ସେ ଏହି ଜଗତରେ ହରିଙ୍କ ଛଡା ଆଉ କିଛି ଦେଖେ ନାହିଁ । ତାହା ହେଉଛି ତାର ଦୃଷ୍ଟିକୋଣ । ତେଣୁ ଅନ୍ତରବାହିର ଯଦି ହରି, ଭିତରେ ଏବଂ ବାହାରେ, ଯଦି ତୁମେ ସର୍ବଦା ହରିଙ୍କୁ ଦେଖ, କୃଷ୍ଣଙ୍କୁ, ତପସା ତଥା କିମ୍, ତେବେ ତୁମର ଅନ୍ୟ ତପସ୍ୟାଗୁଡିକର ଲାଭ କ'ଣ? ତୁମେ ସର୍ବୋଚ୍ଚ ସ୍ତରରେ ଅଛ । ଆଉ କ'ଣ ଦରକାର । ନଂତ-ବହିର ଯଦି ହରିସ ତପସା ତତଃ କିମ୍ । ଏବଂ ଯଦି ତୁମେ ହରିଙ୍କୁ ଭିତରେ ଏବଂ ବାହାରେ ଦେଖୁନାହଁ, ତେବେ ତୁମ ତପସ୍ୟାର ମୂଲ୍ୟ କ'ଣ? ସେଥିପାଇଁ ଆମେ ସକାଳେ ଏହି ମନ୍ତ୍ର ଜପ କରୁ, ଗୋବିନ୍ଦମ୍ ଆଦି-ପୁରୁଷମ୍ ତମ-ହମ୍ ଭଜାମି । ଆମର ଆଉ କୌଣସି କାମ ନାହିଁ । କେବଳ ଆମେ ଗୋବିନ୍ଦଙ୍କୁ ସନ୍ତୁଷ୍ଟ କରିବା ଦରକାର, ପରମ ପୁରୁଷ ଭଗବାନ, କୃଷ୍ଣଙ୍କୁ । ତେବେ ସବୁକିଛି ସମ୍ପୂର୍ଣ୍ଣ । ସେ ହେଉଛନ୍ତି ସମ୍ପୂର୍ଣ୍ଣ ଏବଂ ତାଙ୍କ ପୁଜା ହେଉଛି ସମ୍ପୂର୍ଣ୍ଣ, ତାଙ୍କ ଭକ୍ତ ହେଉଛନ୍ତି ସମ୍ପୂର୍ଣ୍ଣ । ସବୁକିଛି ସମ୍ପୂର୍ଣ୍ଣ । ବହୁତ ଧନ୍ୟବାଦ ।