OR/Prabhupada 0124 - ଆମେ ଆଧ୍ୟାତ୍ମିକ ଗୁରୁଙ୍କର ଶଦ୍ଦଗୁଡ଼ିକୁ ନିଜର ଜୀବନ ଏବଂ ଆତ୍ମା ରୂପରେ ନେବା ଉଚିତ୍

The printable version is no longer supported and may have rendering errors. Please update your browser bookmarks and please use the default browser print function instead.


His Divine Grace Srila Bhaktisiddhanta Sarasvati Gosvami Prabhupada's Disappearance Day, Lecture -- Los Angeles, December 9, 1968

ତେଣୁ ସେ ତାଙ୍କ ଜୀବନରେ ଅଖଣ୍ଡ ବ୍ରହ୍ମଚାରୀ ଥିଲେ । ଭକ୍ତିବିନୋଦ ଠାକୁରଙ୍କର ଅନେକ ପୁତ୍ର ଥିଲେ, ଏବଂ ସେ ପଞ୍ଚମ ପୁତ୍ର ଥିଲେ । ଏବଂ ଅନ୍ୟ କେତେ ଜଣ ଭାଈ ମଧ୍ୟ, ସେମାନେ ବିବାହ କରି ନ ଥିଲେ । ଏବଂ ମୋର ଗୁରୁ ମାହାରାଜ, ସେ ମଧ୍ୟ ବିବାହ କରି ନ ଥିଲେ । ପିଲାଦିନରୁ ସେ ଶକ୍ତ ବ୍ରହ୍ମଚାରୀ ଥିଲେ, ଭକ୍ତିସିଦ୍ଧାନ୍ତ ସରସ୍ଵତୀ ଗୋସ୍ଵାମୀ ମାହାରାଜ । ଏବଂ ପୁରା ବିଶ୍ଵରେ, ଏହି ଆନ୍ଦୋଳନ ଆରମ୍ଭ କରିବାକୁ ତାଙ୍କୁ କଠୋର ତପସ୍ୟା କରିବାକୁ ପଡ଼ିଥିଲା । ତାହା ତାଙ୍କର ଉଦ୍ଦେଶ୍ୟ ଥିଲା, ଭକ୍ତିବିନୋଦ ଠାକୁର ତାହା କରିବାକୁ ଚାହୁଁଥିଲେ । ସେ, ୧୮୯୬, ଭକ୍ତିବିନୋଦ ଠାକୁର ଏହି କୃଷ୍ଣ ଚେତନା ଆନ୍ଦୋଳନ ଆରମ୍ଭ କରିବାକୁ ଚାହୁଁଥିଲେ ଏହି ପୁସ୍ତକ ପଠେଇବା ଦ୍ଵାରା, ଶ୍ରୀ ଚୈତନ୍ୟ ମହାପ୍ରଭୁ, ତାଙ୍କର ଜୀବନ ଏବଂ ଉପଦେଶ । ଭାଗ୍ୟତଃ, ସେହି ବର୍ଷ ହେଉଛି ମୋର କନ୍ମ ବର୍ଷ, ଏବଂ କୃଷ୍ଣଙ୍କର ବ୍ୟବସ୍ଥା ଦ୍ଵାରା, ଆମେ ସଂସ୍ପର୍ଶରେ ଅସିଲୁ । ମୁଁ ଏକ ଭିନ୍ନ ପରିବାରରେ ଜନ୍ମ ହୋଇଥିଲି, ମୋ ଗୁରୁ ମାହାରାଜ ଏକ ଭିନ୍ନ ପରିବାରରେ ଜନ୍ମ ହୋଇଥିଲେ । କିଏ ଜାଣିଥିଲା ଯେ ମୁଁ ତାଙ୍କ ସଂରକ୍ଷଣରେ ଆସିବି? କିଏ ଜାଣିଥିଲା ଯେ ମୁଁ ଆମେରିକା ଅସିବି? କିଏ ଜାଣିଥିଲା ଯେ ତୁମେ ଆମେରିକୀୟ ବାଳକମାନେ ମୋ ପାଖକୁ ଆସିବ? ଏହି ସବୁ କୃଷ୍ଣଙ୍କର ବ୍ୟାବସ୍ଥା ଅଟେ । ଆମେ ଜାଣିପାରିବା ନାହିଁ ଏହି ସବୁ ଜିନିଷ କିପରି ହେଉଛି ।

୧୯୩୬ ରେ...ଆଜି ହେଉଛି ଡିସେମ୍ଵର ୯, ୧୯୩୮(୬୮) । ଅର୍ଥାତ୍ ବତିଶି ବର୍ଷ ପୂର୍ବେ । ବମ୍ଵେରେ, ମୁଁ ସେତେବେଳେ କିଛି ବ୍ୟବସାୟ କରୁଥିଲି । ହଠାତ୍, ସମ୍ଭବତଃ ଏହି ତାରିଖରେ, କେବେ କେବେ ୯ ଏବଂ ୧୦ ଡିସେମ୍ଵର ମଧ୍ୟରେ । ସେହି ସମୟରେ, ଗୁରୁମାହାରାଜ ଟିକିଏ ଅସୁସ୍ଥ ଥିଲେ, ଏବଂ ସେ ଜଗନ୍ନାଥ ପୁରୀ, ସମୁଦ୍ର କୂଳରେ ରହୁଥିଲେ । ତେଣୁ ମୁଁ ତାଙ୍କୁ ଏକ ପତ୍ର ଲେଖିଲି, "ମୋ ପ୍ରିୟ ଗୁରୁ ଦେବ, ଆପଣଙ୍କର ଅନ୍ୟ ଶିଷ୍ୟମାନେ, ବ୍ରହ୍ମଚାରୀ, ସନ୍ୟାସି, ସେ ଆପଣଙ୍କୁ ପ୍ରତ୍ୟକ୍ଷ ସେବା ପ୍ରଦାନ କରୁଛନ୍ତି । ଏବଂ ମୁଁ ହେଉଛି ଏକ ଗୃହସ୍ଥ । ମୁଁ ଆପଣଙ୍କ ସାଙ୍ଗରେ ରହିପାରିବି ନାହିଁ, ମୁଁ ଭଲ ଭାବରେ ଆପଣଙ୍କର ସେବା କରିପାରିବି ନାହିଁ । ତେଣୁ ମୁଁ ଜାଣି ନାହିଁ । ମୁଁ କିପରି ଆପଣଙ୍କର ସେବା କରିପାରିବି? କେବଳ ଏକ ଅଭିପ୍ରାୟ, ମୁଁ ତାଙ୍କୁ ସେବା କରିବା ବିଷୟରେ ଭାବୁଥିଲି, "କିପରି ମୁଁ ତାଙ୍କୁ ଗମ୍ଭୀରତାର ସହ ସେବା କରିପାରିବି?" ତେଣୁ ଉତ୍ତର ୧୩ ଡିସେମ୍ଵର, ୧୯୩୬ ତାରିଖରେ କରାଯାଇଥିଲା । ସେହି ପତ୍ରରେ ସେ ଲେଖିଥିଲେ, "ମୋର ପ୍ରିୟ, ମୁଁ ତୁମର ପତ୍ର ପାଇ ଅତି ପ୍ରସନ୍ନ ହେଲି । ମୁଁ ଭାବୁଛି ତୁମେ ଆମ ଅନ୍ଦୋଳନକୁ ଇଂରାଜୀରେ ଅଗକୁ ନେବା ପାଇଁ ଚେଷ୍ଟା କରିବା ଉଚିତ୍ ।" ତାହ ତାଙ୍କର ଲେଖନ ଥିଲା । "ଏବଂ ତାହା ତୁମ ପାଇଁ ଏବଂ ଯେଉଁ ଲୋକମାନେ ତୁମର ସାହାର୍ଯ୍ୟ କରିବେ ସେମାନଙ୍କ ପାଇଁ ମଧ୍ୟ ଭଲ ହେବ ।" "ଏବଂ ମୁଁ ଚାହୁଁଛି..."ତାହା ତାଙ୍କର ନିର୍ଦ୍ଦେଶ ଥିଲା ।

ଏବଂ ତାପରେ ୧୯୩୬, ୩୧ ଡିସେମ୍ଵରରେ - ଅର୍ଥାତ୍ ଏହି ପତ୍ର ଲେଖିବା ପରେ ସେ ଦେହତ୍ୟାଗ କରିବାର ଏକ ପକ୍ଷ ପୂର୍ବରୁ - ସେ ଚାଲିଗଲେ । କିନ୍ତୁ ମୁଁ ମୋ ଗୁରୁ ମାହାରାଜଙ୍କର ସେହି ଆଦେଶକୁ ଗମ୍ଭୀରତାର ସହ ନେଲି, କିନ୍ତୁ ମୁଁ ଭାବି ନ ଥିଲି ଯେ ମୋତେ ଅମୁକ କାମ କରିବାକୁ ପଡ଼ିବ । ମୁଁ ସେହି ସମୟରେ ଏକ ଗୃହସ୍ଥ ଥିଲି । କିନ୍ତୁ ଏହା ହେଉଛି କୃଷ୍ଣଙ୍କର ବ୍ୟବସ୍ଥା । ଯଦି ଆମେ ଗମ୍ଭୀରତାର ସହ ଆଧ୍ୟାତ୍ମିକ ଗୁରୁଙ୍କର ସେବା କରିବାକୁ ଚେଷ୍ଟା କରୁ, ତାଙ୍କର ଆଦେଶ, ତେବେ କୃଷ୍ଣ ଆମକୁ ସମସ୍ତ ସୁବିଧା ଦେବେ । ତାହା ହେଉଛି ରହସ୍ୟ । ଯଦିଓ କୌଣସି ସମ୍ଭାବନା ନ ଥିଲି, ମୁଁ କଦାପି ଭାବି ନ ଥିଲି, କିନ୍ତୁ ମୁଁ ଏହାକୁ ଗମ୍ଭୀରତାର ସହ ନେଲି ଭଗବଦ୍ ଗୀତା ଉପରେ ବିଶ୍ଵନାଥ ଚକ୍ରବର୍ତୀଙ୍କର ଏକ ଟିପ୍ପଣୀ ପଢ଼ି । ଭଗବଦ୍ ଗୀତାର ଶ୍ଳୋକ ବ୍ୟବସାୟାତ୍ମିକା ବୁଦ୍ଧିରେକେହ କୁରୁନନ୍ଦନ (BG 2.41), ସେହି ଶ୍ଳୋକ ସମ୍ବନ୍ଧରେ, ବିଶ୍ଵନାଥ ଚକ୍ରବର୍ତୀ ଠାକୁର ନିଜର ଟିପ୍ପଣୀ ଦେଇଥିଲେ ଯେ ଆମେ ଆଧ୍ୟାତ୍ମିକ ଗୁରୁଙ୍କର ଶଦ୍ଦଗୁଡ଼ିକୁ ନିଜର ଜୀବନ ଏବଂ ଆତ୍ମା ରୂପରେ ନେବା ଉଚିତ୍ । ଆମେ ନିର୍ଦ୍ଦେଶ, ଆଧ୍ୟାତ୍ମିକ ଗୁରୁଙ୍କର ବିଶେଷ ନିର୍ଦ୍ଦେଶ ପାଳନ କରିବା ପାଇଁ ଚେଷ୍ଟା କରିବା ଉଚିତ୍, କଠୋରତା ପୂର୍ବକ, ନିଜର ବ୍ୟକ୍ତିଗତ ଲାଭ ଏବଂ କ୍ଷତି ପାଇଁ ଖାତିର ନ କରି । ତେଣୁ ମୁଁ ସେହି ଭାବନାରେ ଟିକିଏ ଚେଷ୍ଟା କରିଲି । ତେଣୁ ସେ ମୋତେ ତାଙ୍କର ସେବା କରିବା ପାଇଁ ସମସ୍ତ ସୁବିଧା ଦେଇଛନ୍ତି । ଜିନିଷଗୁଡ଼ିକ ଏହି ସ୍ତରକୁ ଆସିଗଲା, ଯେ ଏହି ବୃଦ୍ଧାବସ୍ଥାରେ ମୁଁ ତୁମ ଦେଶକୁ ଆସିଛି, ଏବଂ ତୁମେ ମଧ୍ୟ ଏହି ଆନ୍ଦୋଳନକୁ ଗମ୍ଭୀରତାର ସହ ନେଉଛ, ଏହାକୁ ବୁଝିବାକୁ ଚେଷ୍ଟା କରୁଛ । ବର୍ତ୍ତମାନ ଆମ ପାଖରେ କିଛି ପୁସ୍ତକ ଅଛି । ତେବେ ଏହି ଆନ୍ଦୋଳନର କିଛି ଆଧାର ଅଛି । ତେଣୁ ମୋର ଆଧ୍ୟାତ୍ମିକ ଗୁରୁଙ୍କ ଦେହତ୍ୟାଗର ଏହି ଅବସରରେ, ଯେପରି ମୁଁ ଚେଷ୍ଟା କରୁଛି ତାଙ୍କର ଇଛା ପୁରଣ କରିବା ପାଇଁ, ସେହିପରି, ମୁଁ ମଧ୍ୟ ତୁମମାନଙ୍କୁ ସେହି ଆଦେଶ ମୋ ଇଛା ମାଧ୍ୟମରେ ପୁରା କରିବାକୁ ଅନୁରୋଧ କରୁଛି । ମୁଁ ଏକ ବୃଦ୍ଧ ବ୍ୟକ୍ତି, ମୁଁ ମଧ୍ୟ କୌଣସି ସମୟରେ ଦେହତ୍ୟାଗ କରି ପାରେ । ତାହା ହେଉଛି ପ୍ରକୃତିର ନିୟମ । କେହି ଏହାକୁ ରୋକି ପାରିବେ ନାହିଁ । ତେଣୁ ତାହା ଏତେ ଆଶ୍ଚର୍ଯ୍ୟକର ନୁହେଁ, କିନ୍ତୁ ମୋର ଗୁରୁ ମାହାରାଜଙ୍କର ଦେହତ୍ୟାଗର ଶୁଭଦିନରେ ମୁଁ ତୁମକୁ ନିବେଦନ କରୁଛି, ଯେ ଅତି କମରେ କିଛି ପରିମାଣରେ ତୁମେ ଏହି କୃଷ୍ଣ ଚେତନା ଆନ୍ଦୋଳନର ମୂଳତତ୍ଵ ବୁଝି ପାରିଛ । ତୁମେ ଏହାକୁ ଆଗେଇ ନେବା ପାଇଁ ଚେଷ୍ଟା କରିବା ଉଚିତ୍ । ଲୋକମାନେ ଏହି ଚେତନାର ଆବଶ୍ୟକତାରେ ପୀଡ଼ିତ ଅଛନ୍ତି ।