OR/660401 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଏଇ ଭୌତିକ ଶରୀର, ଆମେ ସବୁବେଳେ ନିଶ୍ଚିତରୂପରେ ଜାଣି ରଖିବା ଉଚିତ, ଏହା ଏକ ବିଦେଶୀ ପଦାର୍ଥ । ଆମେ ପୂର୍ବରୁହିଁ ତୁମକୁ ବୁଝାଇରଖିଛୁ ଯେ ଏହା ଏକ ପୋଷାକ ପରି । ପୋଷାକ । ପୋଷାକ ମୋ ଶରୀର ପାଇଁ ଏକ ବିଦେଶୀ ପଦାର୍ଥ । ସେହିପ୍ରକାର, ଏହି ସ୍ଥୁଳ ଆଉ ସୂକ୍ଷ୍ମ ଶରୀର - ସ୍ଥୁଳ ଶରୀର ଏହି ଭୌତିକ ପାଞ୍ଚ ଉପାଦାନର ଏବଂ ମନ, ବୁଦ୍ଧି ଆଉ ଅହଙ୍କାର ସୂକ୍ଷ୍ମ ଶରୀର - ଏସବୁ ମୋର ବିଦେଶୀ ପଦାର୍ଥ । ଏଣୁ ମୁଁ ବର୍ତ୍ତମାନ ଏହି ବିଦେଶୀ ପଦାର୍ଥରେ ଆବଦ୍ଧ । ମୋର ପୁରା ଜୀବନର ଲକ୍ଷ ହେଲା ଏହି ବିଦେଶୀ ଜିନିଷରୁ ବାହାରକୁ ବାହାରିବା । ଆମେ ଆମର ଅସଲ ଆଧ୍ୟାତ୍ମିକ ଶରୀରରେ ଅବସ୍ଥାନ କରିବାକୁ ଚାହୁଁଛୁ । ଯଦି ତୁମେ ଅଭ୍ୟାସ କରିବ ତେବେ ଏହା ହୋଇ ପାରିବ ।"
660401 - ପ୍ରବଚନ BG 02.48-49 - ନିୟୁର୍କ