OR/661026 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଆତ୍ମା ବର୍ତ୍ତମାନ ସୂକ୍ଷ୍ମ ଶରୀର ଏବଂ ସ୍ଥୁଳ ଶରୀର ଦ୍ୱାରା ଆଚ୍ଛାଦିତ ହୋଇଛି। ଯେତେବେଳେ ସ୍ଥୁଳ ଶରୀର କାମ କରିବା ବନ୍ଦ କରିଦିଏ ... ଠିକ୍ ସେହିପରି ରାତିରେ ସ୍ଥୁଳ ଶରୀର ଶୋଇଛି, କିନ୍ତୁ ସୂକ୍ଷ୍ମ ଶରୀର ମନ କାମ କରୁଛି। ତେଣୁ ତୁମେ ସ୍ୱପ୍ନ ଦେଖୁଛ। ସୂକ୍ଷ୍ମ ଶରୀର କାର୍ଯ୍ୟ କରୁଛି। ତେଣୁ ଯେତେବେଳେ ତୁମେ ଏହି ଶରୀର ଛାଡିଦିଅ, ତୁମର ସୂକ୍ଷ୍ମ ଶରୀର, ମନ, ବୁଦ୍ଧି, ଯାହା ତୁମକୁ ବହନ କରେ । ଯେପରି ବାସନା ବାୟୁ ବହନ କରେ । ଯଦି ବାୟୁ କିଛି ଗୋଲାପ ଗଛ ଉପରେ ଗତି କରେ, ତେବେ ଗୋଲାପ ପରି ବାୟୁ ସୁଗନ୍ଧିତ ହୋଇଯାଏ । କୌଣସି ଗୋଲାପ ନାହିଁ, କିନ୍ତୁ ସୁଗନ୍ଧ ସେଠାରେ ଅଛି । ସେହିଭଳି, ତୁମର ମାନସିକତାର ବାସନା, ତୁମର ବୁଝାମଣାର ବାସନା ବହନ କରାଯାଏ । ତାହା ସୂକ୍ଷ୍ମ ଶରୀର ଅଟେ । ଏବଂ ତୁମେ ସେହିପରି ଶରୀର ପାଇବ । ତେଣୁ ମୃତ୍ୟୁ ସମୟରେ ପରୀକ୍ଷା । ପରୀକ୍ଷା କରାଯାଇଛି, କୃଷ୍ଣ ଚେତନାରେ ଜଣେ କିପରି ଉନ୍ନତ ହୋଇଛି । "
661026 - ପ୍ରବଚନ BG 08.05 - ନିୟୁର୍କ