OR/670303b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଖେଳୁଥିବା ଏହି ଶିଶୁ, ସେ ବର୍ତ୍ତମାନ, ସେ ଏକ ଛୋଟ ଶରୀର ପାଇଛି । ସେହିଭଳି, ଯେତେବେଳେ ସେ ତାଙ୍କ ପିତାଙ୍କ ପରି ଶରୀର ପାଇବେ, ସେତେବେଳେ ତାଙ୍କୁ ଅନେକ ଶରୀର ପରିବର୍ତ୍ତନ କରିବାକୁ ପଡିବ। ଏତେ ସଂଖ୍ୟକ ଶରୀର। ତେଣୁ ଶରୀର ବଦଳିଯିବ କିନ୍ତୁ ସେ, ଆତ୍ମା, ସମାନ ରହିବ । ଏବଂ ବର୍ତ୍ତମାନ, ଏହି ପିଲାଦିନରେ, କିମ୍ବା ତାଙ୍କ ମାତାଙ୍କ ଗର୍ଭରେ, କିମ୍ବା ଯେତେବେଳେ ଶରୀର ତାଙ୍କ ପିତାଙ୍କ ପରି, କିମ୍ବା ଯେତେବେଳେ ଶରୀର ତାଙ୍କ ଜେଜେବାପାଙ୍କ ପରି - ସମାନ, ସମାନ ଆତ୍ମା ଜାରି ରହିବ । ତେଣୁ ଆତ୍ମା ସ୍ଥାୟୀ ଏବଂ ଶରୀର ବଦଳୁଛି। ଏହା ଭଗବଦ୍-ଗୀତାରେ ବ୍ୟାଖ୍ୟା କରାଯାଇଛି: ଅନ୍ତବନ୍ତ ଇମେ ଦେହା ନିତ୍ୟ ସ୍ୟୋକ୍ତାଃ ଶରୀରିଣଃ ( ଭ.ଗୀ. ୨.୧୮) ଏହି ଶରୀର ଅସ୍ଥାୟୀ ଅଟେ। ଅସ୍ଥାୟୀ। ଏହି ବାଳକ ଶରୀର କିମ୍ବା ଯୌବନ ଶରୀର କିମ୍ବା ପରିପକ୍ୱ ଶରୀର କିମ୍ବା ଜିର୍ଣ ଶରୀର, ସେଗୁଡ଼ିକ ସବୁ ଅସ୍ଥାୟୀ ଅଟେ । ପ୍ରତ୍ୟେକ ମୁହୂର୍ତ୍ତ, ପ୍ରତି ସେକେଣ୍ଡରେ, ଆମେ ପରିବର୍ତ୍ତନ କରୁଛୁ । କିନ୍ତୁ ଶରୀର ଭିତରେ ଥିବା ଆତ୍ମା, ତାହା ସ୍ଥାୟୀ ଅଟେ । "
670303 - ପ୍ରବଚନ SB 07.06.01 - ସାନ୍ ଫ୍ରାନ୍ସିସ୍କୋ