OR/670327 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯଦି ଆମେ ଧ୍ୟାନର ସହ ଶୁଣିବା, ତା’ହେଲେ ଧ୍ୟାନ ରହିବା ଆବଶ୍ୟକ। ଏବଂ ପୂଜା। ପୂଜା ଅର୍ଥ ଉପାସନା। ଏହି ଯୁଗରେ ପୂଜାପାଠ କରିବାର ସରଳ ପ୍ରକ୍ରିୟା ହେଉଛି ଯେପରି ଆମେ କରୁଛୁ - ଜପ, ଶୁଣିବା ଏବଂ କିଛି ଫଳ, ଫୁଲ ଅର୍ପଣ କରିବା ଏବଂ ଏହି ଦୀପ ଦେଖାଇବା । ଏହା ସରଳ, କେବଳ ଏତିକି । ସେଠାରେ ଅଛି ... ବୈଦିକ ସାହିତ୍ୟ ଅନୁଯାୟୀ ସେଠାରେ ଅନେକ ବିଧି..., ପୂଜା ପାଇଁ ଷାଠିଏ ପ୍ରକାର ଅଛି । ଏହି ଯୁଗରେ ତାହା ସମ୍ଭବ ନୁହେଁ । ତେଣୁ ଏହା ଠିକ ଅଛି । ତେଣୁ ଏହି ପ୍ରକ୍ରିୟା ଆପଣଙ୍କୁ ସଂପୂର୍ଣ୍ଣ ସତ୍ୟ ବୁଝାଇବ । ତୁମେ କେବଳ ଏହି ନୀତି ଏକେନ ମନସା କୁ ଅନୁସରଣ କର, ଗୋଟିଏ ଧ୍ୟାନ ସହିତ, ତୁମର ଧ୍ୟାନକୁ ଅନ୍ୟ କୌଣସି ବିଷୟକୁ ନଦେଇ । ଯଦି ତୁମେ ଏହି ନୀତି ଅନୁସରଣ କର, ଏକେନ ମନସା, ଶୁଣିବା, ଜପ କରିବା, ଭାବିବା ଏବଂ ପୂଜା କରିବା ... ଏହି ସରଳ ପ୍ରକ୍ରିୟା । ଏହା ହେଉଛି ଶ୍ରୀମଦ୍-ଭାଗବତମ୍ ର ନିର୍ଦ୍ଦେଶ।
670327 - ପ୍ରବଚନ SB 01.02.14-16 - ସାନ୍ ଫ୍ରାନ୍ସିସ୍କୋ