OR/670326 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଧରାଯାଉ ଯଦି ତୁମେ ମୋତେ ଜାଣିବାକୁ କିମ୍ବା ମୋ ବିଷୟରେ କିଛି ଜାଣିବାକୁ ଚାହୁଁଛ, ତୁମେ କିଛି ବନ୍ଧୁଙ୍କୁ ପଚାରି ପାରିବ, "ଓ, ସ୍ୱାମୀଜୀ କିପରି?" ସେ ହୁଏତ କିଛି କହିପାରନ୍ତି; ଅନ୍ୟ ମାନେ ଆଉକିଛି । କିନ୍ତୁ ଯେତେବେଳେ ମୁଁ ନିଜକୁ ତୁମକୁ ବୁଝାଇବି, "ଏହା ମୋର ସ୍ଥିତି। ମୁଁ ଏହା," ତାହା ସଠିକ ଅଟେ । ତେଣୁ ଯଦି ଆପଣ ପରମପୁରୁଷ ଭଗବାନଙ୍କୁ ଜାଣିବାକୁ ଚାହାଁନ୍ତି, ତେବେ ଆପଣ କଳ୍ପନା କରିପାରିବେ ନାହିଁ କିମ୍ବା ଧ୍ୟାନ ମଧ୍ୟ କରିପାରିବେ ନାହିଁ। ଏହା ସମ୍ଭବ ନୁହେଁ, କାରଣ ଆପଣଙ୍କର ଇନ୍ଦ୍ରିୟଗୁଡିକ ଅତ୍ୟନ୍ତ ଅସମ୍ପୂର୍ଣ୍ଣ ଅଟେ। ତେବେ ବାଟ କ’ଣ? କେବଳ ତାଙ୍କଠାରୁ ଶୁଣନ୍ତୁ। ତେଣୁ ସେ ଦୟାକରି ଭଗବଦ୍-ଗୀତା କହିବାକୁ ଆସିଛନ୍ତି। ଶ୍ରୋତବ୍ୟ : "କେବଳ ଶୁଣିବାକୁ ଚେଷ୍ଟା କର।" ଶ୍ରୋତବ୍ୟ ଏବଂ କୀର୍ତ୍ତିତବ୍ୟ ଚ । ଯଦି ଆପଣ କେବଳ ଶୁଣନ୍ତି, ଏବଂ କୃଷ୍ଣ ଚେତନା କକ୍ଷରେ ଶୁଣନ୍ତି, ବାହାରକୁ ଯାଇ ଭୁଲିଯାଆନ୍ତି, ଓଃ, ତାହା ଭଲ ହେବ ନାହିଁ। ତାହା ଆପଣଙ୍କୁ ଉନ୍ନତି କରିବ ନାହିଁ। ତା’ପରେ, କ’ଣ? କୀର୍ତ୍ତିତବ୍ୟ ଚ: "ଆପଣ ଯାହା ଶୁଣୁଛନ୍ତି, ଆପଣ ଅନ୍ୟମାନଙ୍କୁ କହିବା ଉଚିତ୍।" ଏହା ହେଉଛି ସିଦ୍ଧତା। "
670326 - ପ୍ରବଚନ SB 01.02.12-14 and Installation of Jagannatha Deities - ସାନ୍ ଫ୍ରାନ୍ସିସ୍କୋ