OR/680325 ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ମୋତେ କୃଷ୍ଣ ଚେତନା ଅଭ୍ୟାସ କରିବାକୁ ପଡିବ ଯାହା ଦ୍ଵାରା ଶେଷ ମୁହୂର୍ତ୍ତରେ ମୁଁ କୃଷ୍ଣଙ୍କୁ ଭୁଲି ଯିବି ନାହିଁ। ତା’ହେଲେ ମୋ ଜୀବନ ସଫଳ ହେବ । ଭଗବଦ୍-ଗୀତାରେ ଏହା କୁହା ଯାଇଅଛି ୟଂ ୟଂ ବାପି ସ୍ମରନ୍ ଭାବଂ ତ୍ୟଜତ୍ୟନ୍ତେ କଲେବରମ୍ (Vanisource:BG 8.6 ( 1972) । ଭ.ଗୀ. ୮.୬) । ମୃତ୍ୟୁ ସମୟରେ, ଯେପରି ବ୍ୟକ୍ତି ଭାବନ୍ତି, ସେହିପରି ତାଙ୍କର ପରବର୍ତ୍ତୀ ଜୀବନ ଆରମ୍ଭ ହୁଏ । ଉଦାହରଣ ଦିଆଯାଇଛି, ଅତି ସୁନ୍ଦର, ଯେପରି ବାୟୁ ପ୍ରବାହିତ ହୋଉଛି, ତେଣୁ ଯଦି ଏକ ସୁନ୍ଦର ଗୋଲାପ ବଗିଚା ଉପରେ ପବନ ପ୍ରବାହିତ ହୁଏ ତେବେ ସୁଗନ୍ଧ ଅନ୍ୟ ସ୍ଥାନକୁ ନିଆଯାଏ । ଗୋଲାପ ସୁଗନ୍ଧ ଏବଂ ଯଦି ଏକ ଅପରିଷ୍କାର ସ୍ଥାନରେ ପବନ ପ୍ରବାହିତ ହୁଏ ତେବେ ଗନ୍ଧ ଅନ୍ୟ ସ୍ଥାନକୁ ନିଆଯାଏ । ସେହିଭଳି ମାନସିକ ସ୍ଥିତି ଚେତନା ମୋ ଅସ୍ତିତ୍ୱର ସୂକ୍ଷ୍ମ ରୂପ। "
680325 - ବାର୍ତ୍ତାଳାପ - ସାନ୍ ଫ୍ରାନ୍ସିସ୍କୋ