OR/680610c ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ମନ୍ତ୍ରେଆଲ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ବର୍ତ୍ତମାନ ଏହି ଭଗବାନବିହୀନ ସଭ୍ୟତାର ସମୟରେ ଯଦି କିଛି ମହାନ ବୈଜ୍ଞାନିକ ପ୍ରମାଣ କରନ୍ତି ... ଠିକ୍ ପ୍ରଫେସର ଆଇନଷ୍ଟାଇନଙ୍କ ପରି ସେ ମଧ୍ୟ କହିଛନ୍ତି ଯେ ଆମେ ବିଜ୍ଞାନରେ ଅଗ୍ରଗତି କରୁଛୁ ଓ ପାଇଲୁ ଯେ ଏହି ବ୍ରହ୍ମାଣ୍ଡ ପଛରେ ଏକ ବଡ ମସ୍ତିଷ୍କ ଅଛି। ଏହା ହେଉଛି ଭଗବାନଙ୍କୁ ଗ୍ରହଣ କରିବା । ସେହି ବଡ ମସ୍ତିଷ୍କ କ’ଣ? ସେହି ବଡ ମସ୍ତିଷ୍କ ହେଉଛି ଭଗବାନ। ବେଦାନ୍ତ-ସୂତ୍ର କୁହନ୍ତି, ଜନ୍ମାଦି ଅସ୍ୟ ୟତଃ ( ଭା. ୧.୧.୧) । ଯେପରି ତୁମେ ଯେତେବେଳେ ଏକ ଚମତ୍କାର ସେତୁ କିମ୍ବା ଚମତ୍କାର ଇଞ୍ଜିନିୟରିଂ କାର୍ଯ୍ୟ ଦେଖିବ, ତୁମେ ନିଶ୍ଚୟ ଭାବିବ ଯେ ଏହା ପଛରେ ଏକ ମସ୍ତିଷ୍କ ଅଛି । ଏହି ସୁନ୍ଦର ନିର୍ମାଣ, ଏହା ପଛରେ ଏକ ମସ୍ତିଷ୍କ ଅଛି । ସେହିଭଳି, ଯେଉଁମାନେ ଚତୁର ପୁରୁଷ, ସେମାନେ ଦେଖିବେ ଯେ ଏହି ବ୍ରହ୍ମାଣ୍ଡ..., ଏହି ବ୍ରହ୍ମାଣ୍ଡ, ଏତେ ଚମତ୍କାର ଭାବରେ କାର୍ଯ୍ୟ କରୁଛି । "
680610 - ପ୍ରବଚନ SB 07.06.01 - ମନ୍ତ୍ରେଆଲ