OR/680615c ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ମନ୍ତ୍ରେଆଲ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ମୁଁ ଚିନ୍ତାରେ ଭରି ରହିଛି କାରଣ ଜୀବନର ଏହି ଶାରୀରିକ ଧାରଣା ହେତୁ । ଯେପରି ଜଣେ ବ୍ୟକ୍ତିଙ୍କ ପାଖରେ ବହୁମୂଲ୍ୟ ମୋଟର କାର୍ ଅଛି ଏବଂ ସେ ରାସ୍ତାରେ କାର୍ ଚଳାଉଛନ୍ତି। ସେ ବହୁତ ସତର୍କ ଅଟନ୍ତି ଯେପରି କୌଣସି ଦୁର୍ଘଟଣା ନହୁଏ ମୋଟରଗାଡି ଭାଙ୍ଗି ନଯାଏ। ଏତେ ଚିନ୍ତା । କିନ୍ତୁ ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତିଙ୍କର ସେପରି ଚିନ୍ତା ନାହିଁ । କାରରେ ଥିବା ବ୍ୟକ୍ତି ଏତେ ଚିନ୍ତିତ କାହିଁକି? କାରଣ ସେ ନିଜକୁ କାର ସହିତ ପରିଚିତ କରିଛନ୍ତି । ଯଦି କାର , ଯଦି କାର ସହିତ କୌଣସି ଦୁର୍ଘଟଣା ଘଟେ, ଯଦି କାର ଭାଙ୍ଗିଯାଏ, ସେ ଭାବନ୍ତି, "ମୁଁ ଚାଲିଗଲି । ଓଃ, ମୋର କାର୍ ଚାଲିଯାଇଛି।" । ଯଦିଓ ସେ କାରଠାରୁ ଭିନ୍ନ, ମିଥ୍ୟା ପରିଚୟ ହେତୁ ସେ ସେପରି ଭାବନ୍ତି । ସେହିପରି ଭାବରେ, ଯେହେତୁ ଆମେ ଏହି ଶରୀର ସହିତ ମିଥ୍ୟା ପରିଚିତ, ତେଣୁ ଆମ ଜୀବନରେ ଅନେକ ସମସ୍ୟା ଅଛି । ତେଣୁ ଯଦି ଆମେ ଜୀବନର ସମସ୍ୟାର ସମାଧାନ କରିବାକୁ ଚାହୁଁଛନ୍ତି, ତା’ହେଲେ ମୁଁ କ’ଣ ତାହା ବୁଝିବାକୁ ପଡ଼ିବ। "
680615 - ପ୍ରବଚନ - ମନ୍ତ୍ରେଆଲ