OR/680616 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଏହି ମାନବ ଶରୀର, ଏହା ଖୁବ୍ କ୍ୱଚିତ୍ ପ୍ରାପ୍ତ ହୁଏ। ଏହାର ଅପବ୍ୟବହାର କରାଯିବା ଉଚିତ୍ ନୁହେଁ। ଏହା ହେଉଛି ପ୍ରଥମ ଜ୍ଞାନ। କିନ୍ତୁ ଲୋକମାନେ ସେପରି ଭାବରେ ଶିକ୍ଷିତ ନୁହଁନ୍ତି। ସେମାନଙ୍କୁ ଉତ୍ସାହିତ କରାଯାଏ ଯେ, ଆନନ୍ଦ ଉପଭୋଗ କର: 'ଉପଭୋଗ କର, ଉପଭୋଗ କର, ଉପଭୋଗ କର'। କିଛି ଧୂର୍ତ୍ତ ଆସନ୍ତି, ସେ ଆହୁରି ମଧ୍ୟ କୁହନ୍ତି, 'ଠିକ ଅଛି, ଚାଲ, ଉପଭୋଗ କର । କେବଳ ପନ୍ଦର ମିନିଟ୍ ପାଇଁ ଧ୍ୟାନ କର' କିନ୍ତୁ ପ୍ରକୃତରେ, ଏହି ଶରୀର ଇନ୍ଦ୍ରିୟ ଉପଭୋଗକୁ ବଢାଇବା ପାଇଁ ଉଦ୍ଦିଷ୍ଟ ନୁହେଁ। ଯଦି ଆମେ ଶରୀରକୁ ସୁସ୍ଥ ଅବସ୍ଥାରେ ରଖିବାକୁ ଚାହୁଁ, ତେବେ ଶରୀରର ଚାହିଦା - ଖାଇବା, ଶୋଇବା, ମିଳନ କରିବା ଏବଂ ରକ୍ଷା କରିବା ଆବଶ୍ୟକ - କିନ୍ତୁ ଏହା ବୃଦ୍ଧି ହେବା ଉଚିତ ନୁହେଁ । ତେଣୁ ମାନବ ଜୀବନ ରୂପରେ, ତାପସ୍ୟା । ତାପସ୍ୟାର ଅର୍ଥ ହେଉଛି କଠୋରତା, ଅନୁତାପ, ଶପଥ। ଏଗୁଡ଼ିକ ହେଉଛି ସମସ୍ତ ଶାସ୍ତ୍ରର ଶିକ୍ଷା। "
680616 - ପ୍ରବଚନ SB 07.06.03 - ମନ୍ତ୍ରେଆଲ