OR/681014 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସିଆଟେଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
ପ୍ରଭୁପାଦ: ତାହା କ’ଣ?

ବିଷ୍ନୁଜନ: ଆଇସ୍କ୍ରିମ୍ ଟ୍ରକ୍ ।

ପ୍ରଭୁପାଦ: ଓହ, ଆଇସ୍କ୍ରିମ୍ । (ହସି) ଆପଣ ଆଇସ୍କ୍ରିମ୍ ନେଉଛନ୍ତି କି? ଉଁ?

ବିଷ୍ନୁଜନ: ନା। ସେମାନେ ରାସ୍ତାରେ ଏପାଖ ସେପାଖ ହୁଅନ୍ତି ।

ପ୍ରଭୁପାଦ: ପ୍ରଚାର?

ତାମଲା କୃଷ୍ଣ: ହଁ ।

ପ୍ରଭୁପାଦ: ଆଇସ୍କ୍ରିମ୍ ନିଅ ନାହିଁ । ଏହା ହେଉଛି ମାୟା । (ହସି) 'ଆସ, ଆସ, ମୋତେ ଉପଭୋଗ କର । ଆସ, ଆସ, ମୋତେ ଉପଭୋଗ କର। ' (ହସି) ତୁମେ ଉପଭୋଗ କରିବା ମାତ୍ରେ ତୁମେ ଜାଲରେ ପଡ଼ିବ । ଖାଲି ଏତିକି। ମାଛ ଧରିବା ପରି । ସେମାନେ ବଂଶିକଣ୍ଟା ଫିଙ୍ଗି ମାଛକୁ ନିମନ୍ତ୍ରଣ କରନ୍ତି, 'ଆସ, ଆସ, ମୋତେ ଉପଭୋଗ କର । ଆସ, ଆସ, ମୋତେ ଉପଭୋଗ କର '। ଯେତେ ଶୀଘ୍ର - ଆପ୍! (ହସି) ସମାପ୍ତ ତା’ପରେ, (ମାଛର ଅନୁକରଣ କରୁଥିବା ଶବ୍ଦ) 'ଆପଣ ବର୍ତ୍ତମାନ କେଉଁଠାକୁ ଯାଉଛନ୍ତି? ମୋ ବ୍ୟାଗରେ ଆସ । ହଁ, ମୁଁ ତୁମକୁ ଭଲ ଭାବରେ ତେଲ ରେ ଭାଜିବି'। ଆପଣ ଦେଖୁଛନ୍ତି ତ? ତେଣୁ ଏସବୁ ଶ୍ରୀମଦ୍-ଭାଗବତମ୍ ରେ ବ୍ୟାଖ୍ୟା କରାଯାଇଛି । ମାଛ ଖାଇବା, ଜିଭ ଦ୍ୱାରା ଜୀବନ ହରାଉଛି ।"

681014 - ପ୍ରବଚନ BG 02.19-25 - ସିଆଟେଲ