OR/681105 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଭଗବାନଙ୍କ ବାସସ୍ଥାନ ଚିନ୍ତାମଣି ପଥରରେ ନିର୍ମିତ। ସେଠାରେ ଘର ଅଛି ... ଯେହେତୁ ଆମେ ଏହି ଦୁନିଆରେ ଆମର ଅଭିଜ୍ଞତା ପାଇଛୁ ଯେ ଘରଗୁଡ଼ିକ ଇଟା ତିଆରି ହୋଇଛି, ସେଠାରେ, ଦିବ୍ୟ ଦୁନିଆରେ, ଘରଗୁଡ଼ିକ ଏହି ଚିନ୍ତାମଣି ପଥରରେ ନିର୍ମିତ । ଚିନ୍ତାମଣି-ପ୍ରକର-ସଦମସୁ କଳ୍ପ-ବୃକ୍ଷ (ବ୍ର.ସ. ୫.୨୯)। ସେଠାରେ ମଧ୍ୟ ଗଛ ଅଛି, କିନ୍ତୁ ସେହି ଗଛଗୁଡିକ ଏହି ଗଛ ପରି ନୁହେଁ। ଗଛଗୁଡ଼ିକ କଳ୍ପ-ବୃକ୍ଷ। ଏଠାରେ ଆପଣ ଗୋଟିଏ ଜିନିଷ ନେଇପାରିବେ ..., ଗୋଟିଏ ପ୍ରକାର ଫଳ ଗୋଟିଏ ଗଛରୁ, କିନ୍ତୁ ସେଠାରେ, ଗଛରୁ ତୁମେ କିଛିବି ମାଗି ପାରିବ ଏବଂ ତୁମେ ତାହା ପାଇବ, କାରଣ ସେହି ଗଛଗୁଡ଼ିକ ସମସ୍ତ ଆଧ୍ୟାତ୍ମିକ ଅଟେ । ତାହା ହେଉଛି ଭୌତିକ ଏବଂ ଆଧ୍ୟାତ୍ମିକ ମଧ୍ୟରେ ପାର୍ଥକ୍ୟ ।"
681105 - ପ୍ରବଚନ BS 5.29 - ଲସ ଆ଼ଞ୍ଜେଲ୍ସ