OR/681108 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଏଠାରେ ଆମେ ଆତ୍ମା, ଚେତନା, ବିକାଶର ବିଭିନ୍ନ ପର୍ଯ୍ୟାୟ ଦେଖୁ। ଏହା ଜୀବନର ଭିନ୍ନ ସ୍ଥିତି ସୃଷ୍ଟି କରେ। ଏବଂ ଜୀବନର ଭିନ୍ନ ସ୍ଥିତି ହେଉଛି, ୮,୪୦୦,୦୦୦ ପ୍ରକାର ବିକାଶ। ବିକାଶର ଅର୍ଥ ହେଉଛି ବିଭିନ୍ନ ପ୍ରକାରର ଶରୀର। ଠିକ୍ ଏହି ଶିଶୁ ପରି। ବର୍ତ୍ତମାନ ଏହି ଶିଶୁର ଏକ ନିର୍ଦ୍ଦିଷ୍ଟ ପ୍ରକାରର ଶରୀର ପାଇଛି । ଚେତନା ସେହି ଶରୀର ଅନୁଯାୟୀ । ଏହି ଶିଶୁ, ଯେତେବେଳେ ବଡ ହୋଇ ଏକ ବଡ଼ ଝିଅ ହେବ, ତା’ର ଚେତନା ଭିନ୍ନ ହେବ - ସମାନ ସନ୍ତାନ । ତେଣୁ ଆତ୍ମା ଏହି ଭୌତିକ ଶରୀର ଦ୍ୱାରା ଆବଦ୍ଧ, ଏବଂ ଶରୀର ଅନୁଯାୟୀ ଚେତନା ଅଲଗା ଅଟେ । ଏହା ବୁଝିବା ବହୁତ ସରଳ । ଏହି ଶିଶୁର ଉଦାହରଣ ନିଅ । ସମାନ ଶିଶୁ, ସମାନ ଆତ୍ମା, କାରଣ ଏହା ବର୍ତ୍ତମାନ ଏକ ଭିନ୍ନ ପ୍ରକାରର ଶରୀରରେ ବାସ କରୁଛି, ଏହାର ଚେତନା ମା’ଙ୍କ ତୁଳନାରେ ଭିନ୍ନ, କାରଣ ମା’ର ଭିନ୍ନ ପ୍ରକାରର ଶରୀର ଏବଂ ଶିଶୁର ଭିନ୍ନ ପ୍ରକାରର ଶରୀର ଅଛି ।"
681108 - ପ୍ରବଚନ BS 5.29 - ଲସ ଆ଼ଞ୍ଜେଲ୍ସ