OR/681123 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
ନାରା-ନାରାୟଣ: ଭକ୍ତଙ୍କ ରାଧା, ରାଧିକା ସହିତ ଉପଯୁକ୍ତ ସମ୍ପର୍କ କ’ଣ?

ପ୍ରଭୁପାଦ: ରାଧାରାଣୀ ହେଉଛନ୍ତି ଦୈବୀ-ମାୟା । ଯେପରି ଆମେ, ଆମର ଭୌତିକ ବଦ୍ଧ ଜୀବନରେ, ଆମେ ଭୌତିକ ଶକ୍ତି ଅଧୀନରେ ଅଛୁ । ସେହିଭଳି, ଆମର ମୁକ୍ତ ଅବସ୍ଥାରେ ଆମକୁ ଆଧ୍ୟାତ୍ମିକ ଶକ୍ତି ଅଧୀନରେ ରହିବାକୁ ପଡ଼ିବ । ସେହି ଆଧ୍ୟାତ୍ମିକ ଶକ୍ତି ହେଉଛନ୍ତି ରାଧାରାଣୀ । ଆମେ ବର୍ତ୍ତମାନ ଭୌତିକ ଶକ୍ତି ଅଧୀନରେ କାର୍ଯ୍ୟ କରୁଛୁ, କାରଣ ଆମ ଶରୀର ଭୌତିକ ଶକ୍ତିରେ ନିର୍ମିତ । ତେଣୁ ଯେତେବେଳେ ତୁମେ ମୁକ୍ତ ହେବ ତୁମେ ତୁମର ଆଧ୍ୟାତ୍ମିକ ଶକ୍ତିର ବିକାଶ କରିବ । ସେହି ଆଧ୍ୟାତ୍ମିକ ଶକ୍ତି ହେଉଛନ୍ତି ରାଧାରାଣୀ । ତେଣୁ ଆପଣଙ୍କୁ କାହାର ଅଧୀନ..., କିଛି ଶକ୍ତି ନିୟନ୍ତ୍ରଣରେ ରହିବାକୁ ପଡିବ । ତୁମେ ମଧ୍ୟ ଶକ୍ତି; ତୁମେ ତଟସ୍ଥ ଶକ୍ତି । ତଟସ୍ଥ ଶକ୍ତି ଅର୍ଥ ହେଉଛି ଆପଣ ଆଧ୍ୟାତ୍ମିକ ଶକ୍ତିର ନିୟନ୍ତ୍ରଣରେ ରହିପାରନ୍ତି କିମ୍ବା ଆପଣ ଭୌତିକ ଶକ୍ତିର ନିୟନ୍ତ୍ରଣରେ ରହିପାରନ୍ତି - ଆପଣଙ୍କର ତଟସ୍ଥ ସ୍ଥିତି । କିନ୍ତୁ ଯେତେବେଳେ ତୁମେ ଭୌତିକ ଶକ୍ତିର ନିୟନ୍ତ୍ରଣରେ ଥାଅ, ତାହା ହେଉଛି ତୁମର ବିପଦପୂର୍ଣ୍ଣ ଅବସ୍ଥା, ଅସ୍ତିତ୍ୱ ପାଇଁ ସଂଗ୍ରାମ । ଏବଂ ଯେତେବେଳେ ତୁମେ ଆଧ୍ୟାତ୍ମିକ ଶକ୍ତିରେ ଅଛ, ତାହା ହେଉଛି ତୁମର ସ୍ୱାଧୀନତାର ଜୀବନ । ରାଧାରାଣୀ ହେଉଛନ୍ତି ଆଧ୍ୟାତ୍ମିକ ଶକ୍ତି, ଏବଂ ଦୁର୍ଗା, କିମ୍ବା କାଳୀ ହେଉଛନ୍ତି ଭୌତିକ ଶକ୍ତି ।

680825 - ବାର୍ତ୍ତାଳାପ - ମନ୍ତ୍ରେଆଲ