OR/681219 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

From Vanipedia

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ସମଗ୍ର ଭୌତିକ ଶକ୍ତି ଏହି ସୌନ୍ଦର୍ଯ୍ୟ, ନାରୀ ସୌନ୍ଦର୍ଯ୍ୟ ଦ୍ୱାରା ଆମ ସମସ୍ତଙ୍କୁ ଆକର୍ଷିତ କରୁଛି। ବାସ୍ତବରେ କୌଣସି ସୌନ୍ଦର୍ଯ୍ୟ ନାହିଁ। ଏହା ଭ୍ରମ ଅଟେ। ଶଙ୍କରାଚାର୍ଯ୍ୟ କୁହନ୍ତି ଯେ "ତୁମେ ଏହି ସୌନ୍ଦର୍ଯ୍ୟ ପଛରେ, କିନ୍ତୁ ତୁମେ ଏହି ସୌନ୍ଦର୍ଯ୍ୟକୁ ବିଶ୍ଳେଷଣ କରିଛକି, କଣ ଏହି ସୌନ୍ଦର୍ଯ୍ୟ?" ଏତଦ ରକ୍ତ-ମାଂସ-ବିକାରଂ । ଏହା ଆମ ଛାତ୍ର ଗୋବିନ୍ଦ ଦାସୀ ଏବଂ ନର-ନାରାୟଣ ପ୍ଲାଷ୍ଟର ଅଫ ପ୍ୟାରିସରେ ଛାଞ୍ଚ ଗଢୁଛନ୍ତି । ଏହି ସମୟରେ, କୌଣସି ଆକର୍ଷଣ ନାହିଁ । କିନ୍ତୁ, ଯେତେବେଳେ ଏହାକୁ ସୁନ୍ଦର ଭାବରେ ରଙ୍ଗ କରାଯିବ, ସେତେବେଳେ ଏହା ଆକର୍ଷଣୀୟ ହେବ । ସେହିଭଳି, ଏହି ଶରୀର ରକ୍ତ ଏବଂ ମାଂସପେଶୀ ଏବଂ ଶିରାର ମିଶ୍ରଣ ଅଟେ । ଯଦି ଆପଣ ନିଜ ଶରୀରର ଉପର ଅଂଶକୁ କାଟି ଦିଅନ୍ତି, ଭିତରକୁ ଦେଖିବା ମାତ୍ରେ ଏହା ସବୁ ଅପ୍ରୀତିକର, ଭୟଙ୍କର ଜିନିଷ ଅଟେ । କିନ୍ତୁ ବାହାରେ ମାୟା ଦ୍ୱାରା ଭ୍ରମାତ୍ମକ ରଙ୍ଗରେ ଚିତ୍ରିତ, ଓହ, ଏହା ବହୁତ ଆକର୍ଷଣୀୟ ଦେଖାଯାଏ । ଏବଂ ଏହା ଆମର ଇନ୍ଦ୍ରିୟଗୁଡିକୁ ଆକର୍ଷିତ କରୁଛି ।"
681219 - ପ୍ରବଚନ BG 02.62-72 - ଲସ ଆ଼ଞ୍ଜେଲ୍ସ