OR/681221 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ନରୋତ୍ତମ ଦାସ ଠାକୁର ପରାମର୍ଶ ଦିଅନ୍ତି, 'ଦୟାକରି ପ୍ରଭୁ ନିତ୍ୟାନନ୍ଦଙ୍କ ଆଶ୍ରୟ ନିଅନ୍ତୁ। ପ୍ରଭୁ ନିତ୍ୟାନନ୍ଦଙ୍କ ଚରଣ କମଳର ଆଶ୍ରୟ ଗ୍ରହଣ କରିବାର ଫଳାଫଳ କ’ଣ ହେବ? ସେ କୁହନ୍ତି ଯେ ହେନୋ ନିତାଇ ବିନେ ଭାଇ: "ଯଦି ଆପଣ ନିତ୍ୟାନନ୍ଦଙ୍କ ପାଦ ପଦ୍ମ ଛାଇରେ ଆଶ୍ରୟ ନ ନିଅନ୍ତି", ରାଧା-କୃଷ୍ଣ ପାଇତେ ନାଇ, "ରାଧା-କୃଷ୍ଣଙ୍କ ନିକଟକୁ ଯିବା ଅତ୍ୟନ୍ତ କଷ୍ଟକର ହେବ । ରାଧା-କୃଷ୍ଣ... ଏହି କୃଷ୍ଣ ଚେତନା ଆନ୍ଦୋଳନ ରାଧା-କୃଷ୍ଣ ନିକଟକୁ ଯିବା ପାଇଁ, ପରମପୁରୁଷଙ୍କ ଉତ୍କୃଷ୍ଟ ଆନନ୍ଦ ନୃତ୍ୟରେ ଜଡିତ ହେବା ପାଇଁ । । ଏହା ହେଉଛି କୃଷ୍ଣ ଚେତନାର ଲକ୍ଷ୍ୟ। ତେଣୁ ନରୋତ୍ତମ ଦାସ ଠାକୁରଙ୍କ ପରାମର୍ଶ ହେଉଛି ଯେ 'ଯଦି ଆପଣ ପ୍ରକୃତରେ ରାଧା-କୃଷ୍ଣଙ୍କର ନୃତ୍ୟ ପାର୍ଟୀରେ ପ୍ରବେଶ କରିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ନିତ୍ୟାନନ୍ଦଙ୍କ ପାଦ ପଦ୍ମର ଆଶ୍ରୟ ନେବାକୁ ପଡିବ' ।"
Lecture Purport to Nitai-Pada-Kamala - - ଲସ ଆ଼ଞ୍ଜେଲ୍ସ